ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ପ୍ରକଳ୍ପ ପରିଚାଳନା ୟୁନିଟ୍ ର ପ୍ରଥମ ବୈଠକ

ଜିଲ୍ଲା ପ୍ରକଳ୍ପ ପରିଚାଳନା ୟୁନିଟ୍ ର ପ୍ରଥମ ବୈଠକ 

ନବରଙ୍ଗପୁର:( ତା୨୬.୯.୨୦୨୫)(ରବି ନାରାୟଣ ମହାନ୍ତି)ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ଜିଲ୍ଲା ପ୍ରକଳ୍ପ ପରିଚାଳନା ୟୁନିଟ୍ କମିଟି ର ପ୍ରଥମ ବୈଠକ ନବରଙ୍ଗପୁର ଜିଲ୍ଲାପାଳ ଡ ମହେଶ୍ୱର ସ୍ୱାଇଁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଅଛି । କମିଟି ର ଆବାହକ ତଥା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଅଧକ୍ଷ ଡ ଓଁକାର ପଟ୍ଟନାୟକ ପ୍ରଥମେ ଅତିଥି ପରିଚୟ ଦେବା ସହ କମିଟିର ଆଭିମୁଖ୍ୟ ଓ କାର୍ଯ୍ୟାବଳୀ ବିଷୟରେ ତଥ୍ୟ ଉପସ୍ଥାପନା କରିଥିଲେ । ଡି ଆଇ ଇ ଟି ଅନୁଷ୍ଠାନ ର ଶିକ୍ଷକ ପ୍ରଶିକ୍ଷକ ତଥା କମିଟି ର ସଭ୍ୟ ମୂର୍ତ୍ତି କୁମାର ପି ପି ଟି ମାଧ୍ୟମରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମ ବିଷୟରେ ସବିଶେଷ ତଥ୍ଯ ଉପସ୍ଥାପନା କରିଥିଲେ। କମିଟି ର ଅଧକ୍ଷ ତଥା ନବରଙ୍ଗପୁର ର ଜିଲ୍ଲାପାଳ ପ୍ରଥମେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ମାନସିକତା ପରିବର୍ତ୍ତନ ର ଆବଶ୍ୟକତା ରହିଛି, ଯାହାଦ୍ଵାରା କି ଏଫ୍ ଏଲ ଏନ୍ କାର୍ଯ୍ୟକ୍ରମ ସଫଳ ହୋଇପାରିବ ବୋଲି କହିଥିଲେ ଏବଂ ସମସ୍ତେ ମିଳିମିଶି କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ପରାମର୍ଶ ଦେଇଥିଲେ। କମିଟି ର ଉପାଧ୍ୟକ୍ଷ ତଥା ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ଜିଲ୍ଲାରେ କରାଯାଉଥିବା ବିଭିନ୍ନ ଏଫ୍ ଏଲ ଏନ୍ କାର୍ଯ୍ୟକ୍ରମ ବିଷୟରେ କମିଟି ର ସମସ୍ତ ସଭ୍ୟ ଙ୍କୁ ଅବଗତ କରିଥିଲେ। ଡକ୍ଟର ମଳୟ କୁମାର ତ୍ରିପାଠୀ ପିଲାମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଓ ନିରାକରଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ପ୍ରୋଗ୍ରାମ ଅଫିସର କଳ୍ପନା ମହାକୁଡ, ଏ ଡି ଡ଼ବ୍ଲୁ ଓ ଭାରତ ଚନ୍ଦ୍ର ସାହୁ, ବି ଇ ଓ, ତେନ୍ତୁଳିଖୁଣ୍ଟି ସୁଦୀପ୍ତ କୁମାର ଦାସ , ପିରାମଲ୍ ଫାଉଣ୍ଡେସନ ର ସନ୍ତୋଷ କୁମାର ଦାସ, ନୀଳାଚଳ ମେହେର, ମନସ୍ଵିନୀ ପଣ୍ଡା ସହ ମୃତ୍ୟୁଞ୍ଜୟ ମିଶ୍ର ଉପସ୍ଥିତ ଥିଲେ। ଶେଷ ରେ ଅନୁଷ୍ଠାନ ର ଶିକ୍ଷକ ପ୍ରଶିକ୍ଷକ ପଲ୍ଲବୀ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବିଭିନ୍ନ ସ୍ଥାନରେ ୭୭ତମ ସ୍ଵାଧୀନତା ଦିବସ ପାଳିତ

masiha

ବନ୍ଧୁଗାଁ ବ୍ଲକରେ ସତନ୍ତ୍ର ଉନ୍ନୟନ ପରିଷଦର ବିଭିନ୍ନ ପ୍ରକଳ୍ପ ଜିଲ୍ଲାପରିଷଦ ଅଧ୍ୟକ୍ଷାଙ୍କ ଦ୍ଵାରା ଶୁଭାରମ୍ଭ

Sunil Chandra Nayak

ସରାଗୁଡାରେ ପୋଲ ଭଙ୍ଗା ଦିବସ 

masiha

Leave a Comment

error: Content is protected !!