ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦି କର୍ମଯୋଗୀ ଅଭିଯାନ ଅନ୍ତର୍ଗତ ଆଦି ସେବା କେନ୍ଦ୍ର ଶୁଭ ଉଦ୍ଘାଟନ 

ଆଦି କର୍ମଯୋଗୀ ଅଭିଯାନ ଅନ୍ତର୍ଗତ ଆଦି ସେବା କେନ୍ଦ୍ର ଶୁଭ ଉଦ୍ଘାଟନ 

ନବରଙ୍ଗପୁର :(ତା ୨୬.୯.୧୦୨୫)(ରବି ନାରାୟଣ ମହାନ୍ତି) ଆଜି ଜିଲ୍ଲାପାଳ ଡ଼ ମହେଶ୍ୱର ସ୍ଵାଇଁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଆଜି ନବରଙ୍ଗପୁର ଜିଲ୍ଲା ର ତେନ୍ତୁଳିଖୁଣ୍ଟି ପଂଚାୟତ ସମିତି ଅନ୍ତର୍ଗତ କୁକୁଡାବାଇ ଗ୍ରାମ ପଂଚାୟତ ଠାରେ କେନ୍ଦ୍ର ସରକାର ଙ୍କ ଆଦି କର୍ମଯୋଗି ଯୋଜନା “ଆଦି ସେବା ପର୍ବ “ଆନୁକୁଲ୍ୟ ରେ ଆଦି ସେବା କେନ୍ଦ୍ର ର ଶୁଭ ଉଦ୍‌ଘାଟନ କରିଛନ୍ତି ।’ଆଦି ସେବା କେନ୍ଦ୍ର ‘ଗ୍ରାମ ର ସମସ୍ୟାକୁ ଚିହ୍ନଟ ପୂର୍ବକ ତାର ସମାଧାନ କରିବାରେ ଓ ତାଙ୍କ ବିକାଶ ଦିଗରେ ବ୍ଲକ୍ ବିଭାଗୀୟ ଅଧିକାରୀ ଓ ଗୋଷ୍ଠୀ ଗତ ନେତୃତ୍ୱ, ଜନ ପ୍ରତିନିଧି ମିଳିତ ଭାବରେ ଗୁରୁତ୍ୱ ଦେଇ କାର୍ଯ୍ୟ କରିବେ। ଆଦିବାସୀ ଉନ୍ନୟନ ସଂସ୍ଥା, ସ୍ଵାସ୍ଥ୍ୟ,ମହିଳା ଓ ଶିଶୁ,ରାଜସ୍ବ,କୃଷି ଏଭଳି ବିଭାଗ ସ୍ୱମନ୍ନୟ ଭାବେ ଆଦି ସେବା କେନ୍ଦ୍ର ପାଇଁ କାର୍ଯ୍ୟ କରିବେ।ଏହି ପରିପ୍ରେକ୍ଷିରେ ବରେଣ୍ୟ ଅତିଥି ଭାବରେ ରତ୍ନା ଜାନି , ସରପଞ୍ଚ , କୁକୁଡାବାଇ ଗ୍ରାମ ପଂଚାୟତ ,ରାଜୀବ କୁମାର ସାହୁ , ପ୍ରକଳ୍ପ ପ୍ରଶାସକ, ସ୍ୱମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା , ନବରଙ୍ଗପୁର , ମନୋଜ କୁମାର ପାଣିଗ୍ରାହୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ , ତେନ୍ତୁଳିଖୁଣ୍ଟି , ଜିତେନ୍ଦ୍ର ହରିଜନ ,ସମିତି ସଭ୍ୟ , ସମସ୍ତ ୱାର୍ଡ ସଭ୍ୟ/ ସଭ୍ୟା , ପ୍ରବୀଣ କୁମାର ପ୍ରଧାନୀ , ପଂଚାୟତ ନିର୍ବାହୀ ଅଧିକାରୀ , କୁକୁଡ଼ାବାଇ , ବ୍ଲକ ନୋଡାଲ ଅଧିକାରୀ ଜଗମୋହନ ମାଝୀ , ଗୋଷ୍ଠୀ ତାଲିମ ପ୍ରଶିକ୍ଷିକା ସୁଶ୍ରୀ କିରଣ ପ୍ରଧାନ , ଆଶା କର୍ମୀ , ଅଙ୍ଗନବାଡି କର୍ମୀ ଓ ସମସ୍ତ ଗ୍ରାମ ପଂଚାୟତ ସ୍ଥରୀୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବାଟ ଗାଁ ସରପଞ୍ଚ ଦାୟିତ୍ଵ ତୁଲାଇଲେ ଅରୁଣ ପରିଡ଼ା

masiha

ଢେଙ୍କାନାଳ ପୋଲିସ ଲାଇନ୍ ସରକାରୀ ଉପ୍ରା ବିଦ୍ୟାଳୟରେ କ୍ଷୁଦ୍ର ବିଜ୍ଞାନ କେନ୍ଦ୍ର ଉଦ୍ ଘାଟିତ ହୋଇ କାର୍ଯ୍ୟକ୍ଷମ

Sunil Chandra Nayak

ସାଧୁତା ସମ୍ମାନ – ୨୦୨୪ ପାଇଲେ ଯୁବ ସମାଜସେବୀ ସରୋଜ ବାରିକ 

masiha

Leave a Comment

error: Content is protected !!