ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଶାରଦୀୟ ଦୂର୍ଗା ପୂଜା ପାଇଁ ସହର ଉତ୍ସବ ମୁଖର 

ଶାରଦୀୟ ଦୂର୍ଗା ପୂଜା ପାଇଁ ସହର ଉତ୍ସବ ମୁଖର 

ରାଉରକେଲା: ଶାରଦୀୟ ଦୂର୍ଗା ପୂଜା ପାଇଁ ଏବେ ଇସ୍ପାତ ନଗରୀ ଉତ୍ସବ ମୁଖର ହୋଇଉଠିଛି। ରାଜ୍ୟର ଏକ ପ୍ରମୁଖ ସହର ଭାବେ ରାଉରକେଲା ୫୦ ଦଶକରୁ ଦୁର୍ଗା ପୂଜା ପାଳନ କରିଆସୁଛି। ଚଳିତ ବର୍ଷ ଇସ୍ପାତ ସହରାଞ୍ଚଳରେ ୧୦୯ ଟି ଦୁର୍ଗା ମେଢ ଓ ବଣାଇ ଅଞ୍ଚଳରେ ୧୨ ଟି ମେଢ ତିଆରି କରାଯାଇଛି ବୋଲି ସୂଚନା ମିଳିଛି। ପୂଜା ସମୟରେ ଶାନ୍ତି ଶୃଙ୍ଖଳା ଓ ଶ୍ରଦ୍ଧାଳୁମାନେ ଯେପରି କୈ।ଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ପୂଜା ପେଣ୍ଡାଲ ଗୁଡ଼ିକରେ ମୂର୍ତ୍ତି କାରିଗର, ପେଣ୍ଡାଲ କାରିଗର ଶେଷ ସ୍ପର୍ଶ ଦେବାରେ ବ୍ୟସ୍ତ। ଶ୍ରଦ୍ଧାଳୁ ଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପେଣ୍ଡାଲ ନିକଟରେ ବିଭିନ୍ନ ପ୍ରକାରର ଦୋଳି, ମନୋରଞ୍ଜନ କାର୍ଯ୍ୟକ୍ରମ, ବଜାର ପସରା ମେଲାଇ ସାରିଲେଣି। ତେବେ ଏହି ଅବସରରେ କିଛି ପ୍ରମୁଖ ପେଣ୍ଡାଲ ସମ୍ପର୍କରେ ଜାଣିବା ……

ସେକ୍ଟର -୨

ସହରର ପ୍ରମୁଖ ପେଣ୍ଡାଲ ମଧ୍ୟରେ ସେକ୍ଟର ୨ ଦୁର୍ଗା ପୂଜା ମେଢ ଓ ପେଣ୍ଡାଲ ସହରବାସୀ ତଥା ସହର ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ପ୍ରମୁଖ ଆକର୍ଷଣ ପାଲଟିଛି। ଚଳିତ ବର୍ଷ ଏହି ପୂଜା ୬୮ ବର୍ଷରେ ପଦାର୍ପଣ କରିଥିବା ବେଳେ ସଭାପତି ଭାବେ ଦୁର୍ଗାଚରଣ ଜେନା, ସାଧାରଣ ସମ୍ପାଦକ ବିରେନ୍ଦ୍ର ନାରାୟଣ ସ୍ବାଇଁ ଓ କୋଷାଧ୍ୟକ୍ଷ ଭାବେ ରଞ୍ଜନ ବାରିକ ଦାୟିତ୍ଵ ତୁଲାଉଛନ୍ତି। ଥାଇଲାଣ୍ଡ ର ବୁଦ୍ଧ ମନ୍ଦିର ଢାଞ୍ଚାରେ ପେଣ୍ଡାଲ ସମସ୍ତଙ୍କୁ ଆକୃଷ୍ଟ କରିବ ନିଶ୍ଚିତ। ଏଥିପାଇଁ ୨୫ ଲକ୍ଷ ଟଙ୍କା ବ୍ୟୟ ବରାଦ ରଖାଯାଇଛି।

ସେକ୍ଟର -୪

ଚଳିତ ବର୍ଷ ସେକ୍ଟର ୪ ଦୁର୍ଗା ପୂଜା କମିଟି ୬୯ ବର୍ଷରେ ପଦାର୍ପଣ କରିଥିବା ବେଳେ ସଭାପତି ଭାବେ ଧନେଶ୍ଵର ସେଠୀ, ସାଧାରଣ ସମ୍ପାଦକ ଭାବେ ଗିରିଶ ଚନ୍ଦ୍ର ଶତପଥୀ ଓ କୋଷାଧ୍ୟକ୍ଷ ଭାବେ ରବିନ୍ଦ୍ର ନାଥ ବେହେରା ଦାୟିତ୍ଵ ତୁଲାଉଛନ୍ତି। ଏଠାରେ ପଞ୍ଜାବ ହୋସିଆରପୁର ରେ ଥିବା ଗୋଲଡେନ ହେରିଟେଜ ପାଲେସ ସଦୃଶ୍ୟ ପେଣ୍ଡାଲ କରାଯାଉଥିବା ବେଳେ ବ୍ୟୟ ଅଟକଳ ୧୦ ଲକ୍ଷ ଟଙ୍କା ରଖାଯାଇଛି।

ସେକ୍ଟର -୧୬

ସମ୍ପ୍ରତି ସେକ୍ଟର ୧୬ ଦୁର୍ଗା ପୂଜା କମିଟି ୬୬ବର୍ଷରେ ପଦାର୍ପଣ କରିଥିବା ବେଳେ ସଭାପତି ଭାବେ ଶ୍ରୀନିବାସ ପ୍ରଧାନ, ସାଧାରଣ ସମ୍ପାଦକ ଭାବେ ଅନିରୁଦ୍ଧ ଖଣ୍ଡୁଆଳ ଓ କୋଷାଧ୍ୟକ୍ଷ ଭାବେ ସଞ୍ଜୟ ମହାନ୍ତି ଦାୟିତ୍ଵ ନିର୍ବାହ କରୁଛନ୍ତି। ଏହାର ମୁଖ୍ୟ ଆକର୍ଷଣ ଦିଲ୍ଲୀ ସ୍ଥିତ ପାଣ୍ଡବଙ୍କ ମାୟା ମହଲ ଢାଞ୍ଚାରେ ପେଣ୍ଡାଲ ନିର୍ମାଣ କରାଯାଉଥିବା ବେଳେ ଚଳିତ ବର୍ଷ ୨୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରଖାଯାଇଛି।

ଇସ୍ପାତ ସେଣ୍ଟ୍ରାଲ ମାର୍କେଟ

ଇସ୍ପାତ ସେଣ୍ଟ୍ରାଲ ମାର୍କେଟ ଚଳିତ ବର୍ଷ ୪୯ ତମ ବର୍ଷରେ ପଦାର୍ପଣ କରିଛି। ଚଳିତ ବର୍ଷ ସଭାପତି ଭାବେ ବିଶ୍ବନାଥ ସାହୁ, ସାଧାରଣ ସମ୍ପାଦକ ଭାବେ ସଞ୍ଜୟ ଜୈନ ଓ କୋଷାଧ୍ୟକ୍ଷ ଭାବେ ସନ୍ତୋଷ ରାଉତ ଦାୟିତ୍ଵ ତୁଲାଉଛନ୍ତି। ପେଣ୍ଡାଲ କୁ ଡଲଫିନ ଭଳି ସଜାଯାଉଥିବାବେଳେ ଚଳିତ ବର୍ଷ ୧୨ଲକ୍ଷ ଟଙ୍କା ବ୍ୟୟ ଅଟକଳ ରଖାଯାଇଛି।

ଗଙ୍ଗାଧରପାଲୀ

ଚଳିତ ବର୍ଷ ଗଙ୍ଗାଧରପାଲୀ ଦୁର୍ଗାପୂଜା କମିଟି ସୁବର୍ଣ୍ଣ ଜୟନ୍ତୀ ପାଳନ କରୁଥିବା ବେଳେ ସଭାପତି ଭାବେ ରଞ୍ଜିତ କୁମାର ପରିଡ଼ା, ସାଧାରଣ ସମ୍ପାଦକ ଭାବେ ପ୍ରକାଶ ଚନ୍ଦ୍ର ଧଳ ଓ କୋଷାଧ୍ୟକ୍ଷ ଭାବେ ସୁଶାନ୍ତ କର, କାର୍ଯ୍ୟକାରୀ ସଭାପତି ଭାବେ ସଂଗ୍ରାମ ଭୂୟାଁ ଦାୟିତ୍ଵ ତୁଲାଉଛନ୍ତି। ପେଣ୍ଡାଲ କୁ ଇଣ୍ଡିଆ ଗେଟ୍ ସଦୃଶ୍ୟ କରାଯାଇଥିବା ବେଳେ ପୂଜାର ବ୍ୟୟ ଅଟକଳ ପ୍ରାୟ ୫ ଲକ୍ଷ ଟଙ୍କା ରଖାଯାଇଛି।

ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା, ଇସ୍ପାତ ନଗର କମିଟି

ସହରର ଅନ୍ୟତମ ପ୍ରମୁଖ ଆକର୍ଷଣ ୧୨ ହାତ ଖଡ୍ଗ ର ଶୋଭାଯାତ୍ରା। ୧୯୮୨ ମସିହାରୁ ଆରମ୍ଭ ହୋଇଥିବା ପୂଜା ହୋଇ ଆସୁଥିବା ୧୨ ହାତ ଖଡ୍ଗ ଶୋଭାଯାତ୍ରା ୨୫ ବର୍ଷରେ ପଦାର୍ପଣ କରିଥିବା ବେଳେ ଚଳିତଥର ସଭାପତି ଭାବେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲିପ ରାୟ, କାର୍ଯ୍ୟକାରୀ ସଭାପତି ଭାବେ ଉପେନ୍ଦ୍ର କୁମାର ନାୟକ, ସାଧାରଣ ସମ୍ପାଦକ ଭାବେ ଶଶଧର ପାତ୍ର ଦାୟିତ୍ଵ ତୁଲାଉଛନ୍ତି। ଏହି ଶୋଭାଯାତ୍ରାରେ ଖଣ୍ଡାୟତ କ୍ଷତ୍ରିୟ ମହିଳା ମାନେ ଖଡ୍ଗ ଧରି ଶୋଭାଯାତ୍ରାରେ ସାମିଲ ହେଉଥିବା ବେଳେ ଚଳିତ ବର୍ଷ ଆସନ୍ତା ୩ ତାରିଖ ଦିନ ପାଳନ କରାଯିବ ଓ ଏହାସହ ଆଲୋଚନାଚକ୍ର ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।

    ସେହିପରି ସହରର ବିଭିନ୍ନ ପୂଜା ମଣ୍ଡପ ଗୁଡ଼ିକର ପେଣ୍ଡାଲ ଗୁଡ଼ିକୁ ଅଧିକ ଆକର୍ଷଣୀୟ ଭାବେ କରିବା ପାଇଁ ଲାଗିପଡିଥିବା ବେଳେ ପାଗ ଅନୁକୂଳ ରହିଲେ ଶ୍ରଦ୍ଧାଳୁମାନଙ୍କ ପାଇଁ ବେଶ୍ ଉପଭୋଗ୍ୟ ହେବ ବୋଲି ଚର୍ଚ୍ଚା ହେଉଛି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପାଲେଶିରା ଗାଁ’ରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ କଳସ ଯାତ୍ରା 

Sunil Chandra Nayak

ଚତୁର୍ଥ ଶ୍ରାବଣୀ ସୋମଵାରଦିନରେ ବାବା ପୂର୍ଣେଶ୍ଵର ମନ୍ଦିରରେ କାଉଡ଼ିଆ ଓ ଶ୍ରଦ୍ଧାଳୁଙ୍କୁ ଗହଳି; ସାଗର ସିମେଣ୍ଟ ତରଫରୁ ସମସ୍ତଙ୍କୁ ଅନ୍ନପ୍ରସାଦ ବଣ୍ଟନ

masiha

ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ପୂଜାର୍ଚନା : ଫ୍ରେଣ୍ଡସ ଗ୍ରୁପ ର ୧୮ ଫୁଟିଆ ପଞ୍ଚମୁଖୀ ଗଣେଷ ସବୁଠାରୁ ଆକର୍ଷଣୀୟ

Sunil Chandra Nayak

Leave a Comment

error: Content is protected !!