ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଭାଗବତ ଅଗଣାରେ ଭାଗବତ ସଂଧ୍ୟା

ଭାଗବତ ଅଗଣାରେ ଭାଗବତ ସଂଧ୍ୟା

 ରାଉରକେଲା: ସ୍ଥାନୀୟ ବରଟୋଲି ସ୍ଥିତ ଶ୍ରୀ ଶ୍ରୀ ରାମେଶ୍ବର ବାଟିକା ଆନୁକୁଲ୍ୟରେ ଭାଗବତ ଅଗଣା ଏବଂ ବରଟୋଲି ସାଂସ୍କୃତିକ ପରିଷଦ ତରଫରୁ ଏକ ଭାଗବତ ସଂଧ୍ୟା ଅନୁଷ୍ଠିତ ହୋଇଯାଇଛି। ଲୌକିକ ଅମୃତଧାରା: ଭାଗବତ ଶୀର୍ଷକ ଏହି ଭାଗବତ ଆଲୋଚନା ଚକ୍ର କାର୍ଯ୍ୟକ୍ରମଟି ଅକ୍ଷୟ କୁମାର ଦାସଙ୍କ ଅଧ୍ୟକ୍ଷତା ଏବଂ ରମାକାନ୍ତ ସୁତାରଙ୍କ ସଂଯୋଜନାରେ ଆୟୋଜିତ ହୋଇଥିଲା। ଏଥିରେ ରାଉରକେଲା କଲେଜ, ରାଉରକେଲାର ଅଧ୍ୟକ୍ଷ ତଥା ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲା ମହାନଗରର ସଭାପତି ଡ. ରବୀନ୍ଦ୍ର କୁମାର ଜେନା ମୁଖ୍ୟ ଅତିଥି, ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ସେକ୍ଟର ୬ର ପ୍ରଧାନ ଆଚାର୍ଯ୍ୟ ସୁରେନ୍ଦ୍ର କୁମାର ଶତପଥୀ ଏବଂ ସାହିତ୍ୟ ପରିଷଦ, ମାଧବ ନଗର ଶାଖାର ନଗର ପାଳକ ତଥା ବରିଷ୍ଠ ଶିକ୍ଷୟିତ୍ରୀ ନିରୁପମା ପତି ବିଷୟ ବିଶେଷଜ୍ଞ ଭାବରେ ଯୋଗଦେଇ ଭାଗବତରେ ଗୁରୁ ପରମ୍ପରା ଓ ଭକ୍ତିମତା ସଂପର୍କରେ ବିଶେଷ ଆଲୋଚନା କରିଥିଲେ । ପ୍ରାକ୍ କଥନ ରଖିଥିଲେ ସାହିତ୍ୟ ପରିଷଦ, ମାଧବ ନଗର ସଭାପତି ବ୍ରଜେନ୍ଦ୍ର କୁମାର ଦାଶ। ଏତଦ୍ ବ୍ୟତୀତ ରାଉରକେଲାର ବିଶିଷ୍ଟ କବି ତାରିଣୀ ଚରଣ ସାହୁ, ହରମୋହନ ମିଶ୍ର ଏବଂ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ମଞ୍ଚାସୀନ ଥିଲେ। ଭାଗବତ ଅଗଣାର ସଭାପତି ସୁପ୍ରଭା ଆଚାର୍ଯ୍ୟ, ରାମକୃଷ୍ଣ ତ୍ରିପାଠୀ, ଅଜୟ ପାଣି, ସୁସ୍ମିତା ମହାପାତ୍ର, ଧରିତ୍ରୀ ପାଇକରାୟ, ସୌମ୍ୟରଞ୍ଜନ ପ୍ରଧାନ, ସୁଶାନ୍ତ ପଟେଲ, ରବୀନ୍ଦ୍ର ସାହୁ, ସୁରେନ୍ଦ୍ର ଦାସ, ଧନେଶ୍ଵର ଦାସ, ସମୀର କୁମାର ପଟ୍ଟନାୟକ, ରଣଜିତ ବିଶ୍ବାଳ, ତୁଷାର କାନ୍ତି ପଟ୍ଟନାୟକ, ଅଶୋକ କୁମାର ରାଉତରାୟ, ଲକ୍ଷ୍ମୀବାଳା ଆଚାର୍ଯ୍ୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ। ଶେଷରେ ଚନ୍ଦ୍ରକାନ୍ତ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କମର୍ସ ଗାଇଡେନ୍ସ ପକ୍ଷରୁ ଅଗ୍ରପୂଜ୍ୟଙ୍କ ପୂଜା ମହାସମାରୋହରେ ପାଳିତ

masiha

ଶେଷ ହେଲା ଐତିହାସିକ ବାଲିଯାତ୍ରା

ଜଗତସିଂହପୁର ର ପଣ୍ଡିତ ମାନଙ୍କ ଦ୍ୱାରା କେନ୍ଦ୍ରାପଡ଼ା ରେ ବନଦୁର୍ଗା ଓ ମଙ୍ଗଳା ମାଆଙ୍କ ମନ୍ଦିର ପ୍ରତିଷ୍ଠା 

Sunil Chandra Nayak

Leave a Comment

error: Content is protected !!