ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରାଇରଙ୍ଗପୁର ରେ ୨୯ ତମ କାର୍ତ୍ତିକେଶ୍ବରଙ୍କ ପୂଜା ଧୂମଧାମରେ ପାଳିତ 

ରାଇରଙ୍ଗପୁର ରେ ୨୯ ତମ କାର୍ତ୍ତିକେଶ୍ବରଙ୍କ ପୂଜା ଧୂମଧାମରେ ପାଳିତ 

ମୟୂରଭଞ୍ଜ -୧୫/୧୧ ( ମସିହା)ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ଛକରେ ବାବା କାର୍ତିକେଶ୍ଵର ପୂଜା କମିଟି ତରଫରୁ କାର୍ତ୍ତିକେଶ୍ବରଙ୍କ ୨୯ ତମ ବାର୍ଷିକ ପୂଜା ମହାସମାରୋହରେ ପାଳନ କରାଯାଇଛି । ଉକ୍ତ ଉତ୍ସବରେ ପୁରୋହିତ ଭାବରେ ପ୍ରସନ୍ନ ଷଡଙ୍ଗୀ ଯଥାରୀତି ଅନୁସାରେ ପୂଜାର୍ଚ୍ଚନା କରିଥିଲେ ।କର୍ତ୍ତା ଭାବେ ପୃଥାଳ ଦାୟିତ୍ଵ ନିର୍ବାହ କରିଥିଲେ । ୧୨ ତାରିଖରୁ ଆଜି ୧୫ ତାରିଖ ପର୍ଯ୍ୟନ୍ତ ପୂଜାର୍ଚ୍ଚନା ମହାସମାରୋହରେ ପାଳନ କରାଯାଇଛି । ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ ଆକର୍ଷଣୀୟ ମଣ୍ଡପ ଉପରେ ମେଢ଼ ଓ ତୋରଣ ଦେଖିବାକୁ ଆଖପାଖ ଅଂଚଳରୁ ବହୁ ଲୋକଙ୍କ ସମାଗମ ହୋଇଥିଲା ।ଆଜି ପବିତ୍ର ରାସ ପୂର୍ଣ୍ଣିମା ।ଏହି ଅବସରରେ ଶହ ଶହ ଶ୍ରଦ୍ଧାଳୁ ଭୋରୁ ଖଡ଼ଖାଈ ନଦୀ ଓ ବଡବଡ ଜଳାଶୟରେ ଶୌଚ ସାରି ସ୍ନାନ କରି ନବ ବସ୍ତ୍ର ପରିଧାନ କରି ଡଙ୍ଗା ଭସାଇବା ସହ ବାବା କାର୍ତ୍ତିକେଶ୍ଵରଙ୍କୁ ଦର୍ଶନ କରି ଭୋଗ, ନୈବେଦ୍ୟ ଦେଇ ପୂଜାର୍ଚ୍ଚନା କରି ପରିବାରର ଓ ସମାଜର ମଙ୍ଗଳ କାମନା ପାଇଁ ପ୍ରାର୍ଥନା କରିବା ସହ ଆଶୀର୍ବାଦ ନେଇଥିଲେ ।କମିଟି ତରଫରୁ ଶ୍ରଦ୍ଧାଳୁ ମାନଙ୍କୁ ଖିଚଡି,କ୍ଷିରୀ ପ୍ରସାଦ ବଣ୍ଟନ କରାଯାଇଥିଲା ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ପରମ୍ପରା ଅନୁଯାୟୀ ବାପଘରେ ତୋରଣୀ ପିଇଲେ ବାଣପୁରର ଅଧିଷ୍ଟାତ୍ରୀ ଦେବୀ ମା ଭଗବତୀ !!!

Sunil Chandra Nayak

ବେଲଖଣ୍ଡି ରେ ଶିବରାତ୍ରି ଜାଗର ରାତ୍ରୀ

Sunil Chandra Nayak

ବାଲିଗୁଡାର ଐତିହାସିକ ଠାକୁରାଣୀ ଯାତ୍ରାର ବିଶ୍ରାମ ଦିବସ: ବ୍ରହ୍ମପୁରର ଭଜନ ସନ୍ଧ୍ୟାରେ ଝୁମିଲେ ଭକ୍ତ ଓ ଦର୍ଶକ 

Sunil Chandra Nayak

Leave a Comment

error: Content is protected !!