ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା କଲେଜର ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ 

ରାଉରକେଲା କଲେଜର ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ 

 ରାଉରକେଲା: ସେକ୍ଟର:୪ ସ୍ଥିତ ରାଉରକେଲା କଲେଜ, ରାଉରକେଲାର ଓଡ଼ିଆ ବିଭାଗ ତରଫରୁ ଯୁକ୍ତ ୩ ନବାଗତ ଛାତ୍ର-ଛାତ୍ରୀମାନଙ୍କୁ ଉଛ୍ବସିତ ସମ୍ବର୍ଦ୍ଧନା ଦିଆଯାଇଛି। କଲେଜ ପରିସରରେ ଆୟୋଜିତ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମଟି ବିଭାଗୀୟ ମୁଖ୍ୟା ପ୍ରାଧ୍ୟାପିକା ରଶ୍ମିପ୍ରଭା ମଥାନଙ୍କ ଦ୍ବାରା ଆହୂତ ହୋଇଥିଲା। ଏଥିରେ କଲେଜର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନା ଅଧ୍ୟକ୍ଷତା କରିଥିବାବେଳେ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ଅତିଥି ଭାବେ ଯୋଗଦେଇଥିଲେ। କରିସ୍ମା ନାୟକଙ୍କ ସଂଯୋଜନାରେ ଆୟୋଜିତ ‘ଅରୁଣ ନିମିତ୍ତ ଅନୁରାଗର ଆଲିମ୍ଫନ’ ଶୀର୍ଷକ ଏହି କାର୍ଯ୍ୟକ୍ରମରେ ଓଡିଆ ବିଭାଗର ବରିଷ୍ଠ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଓ ଅଧ୍ୟାପିକା ପ୍ରିୟଙ୍କା ପଲେଇ ପ୍ରମୁଖ ଉପସ୍ଥିତ ରହି ଛାତ୍ର-ଛାତ୍ରୀମାନଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ। ଅଧ୍ୟକ୍ଷ ଡ. ଜେନା ତାଙ୍କ ବକ୍ତବ୍ୟରେ ପ୍ରତିବଦ୍ଧତା,ବିଶ୍ବାସ, ପରିଶ୍ରମ, କର୍ମ, ଶକ୍ତି ଓ ବୁଦ୍ଧିର ଉପଯୋଗ, ଲକ୍ଷ୍ୟ ଓ ସମୟାନୁବର୍ତ୍ତିତା ଉପରେ ଗୁରୁତ୍ୱାରୋପ କରି ପ୍ରେରଣାଦାୟୀ ବକ୍ତବ୍ୟ ରଖିଥିଲେ। ଅତିଥି ଶ୍ରୀ ରାଉତ ସମୟର ସଠିକ୍ ଉପଯୋଗ ଓ ଆତ୍ମବିଶ୍ଵାସ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଶ୍ରୀମତୀ ମଥାନ, ଶ୍ରୀଯୁକ୍ତ ପାଟ୍ଟଶାଣୀ ଓ ସୁଶ୍ରୀ ପଲେଇ ବିଭିନ୍ନ ଗଳ୍ପ ମାଧ୍ୟମରେ ଛାତ୍ର-ଛାତ୍ରୀମାନଙ୍କୁ ସେମାନଙ୍କର ଦାୟିତ୍ୱବୋଧ ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରାଇଥିଲେ। ପ୍ରାରମ୍ଭରେ ଛାତ୍ରୀ ଆରୁସୀ ସେନାପତି ସ୍ବାଗତ ସଂଗୀତ ପରିବେଷଣ କରିଥିଲାବେଳେ ଆୟୁସ୍ମିତା ପତି, ଅନିମା ମୁଣ୍ଡା, ଲକ୍ଷ୍ମୀପ୍ରିୟା ସାହୁ, ଅନୁଶ୍ରୀ ରାଉତ, ପୂଜା ତିର୍କି, ସୁରେନ୍ଦ୍ର ବେଣିଆ ପ୍ରମୁଖ ଛାତ୍ର- ଛାତ୍ରୀ ନିଜର ଅଭିଜ୍ଞତା ବାଣ୍ଟିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ଛାତ୍ର-ଛାତ୍ରୀଙ୍କ ତରଫରୁ ସୁଶାରୀ ବଡାଇକ, ତୃପ୍ତି କୁମ୍ଭାର,ସ୍ମୃତି କୁମ୍ଭାର,କରିସ୍ମା ନାୟକ, ସାଲୋନୀ କଂସାରୀ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଶ୍ରେୟା ବାଗ, ଶିବାନୀ କେରକେଟା, ମନିଷା ମହାରଣା, ରାଣୀ ବାଡା, ସ୍ବପ୍ନା ବୁଡା, ଅଙ୍କିତା ବାର୍ଲା, ଅରୁଣ ଟେଟେ, ବିକି ନାଗ, ଇସ୍ଫାକ ଆଲାମ, ଶଙ୍କର ଗୌଡ଼, ରୋହିତ ବେବର୍ତ୍ତା, ପ୍ରୀତି କୁମାର, ଶ୍ରୁତି କୁମାର ପ୍ରମୁଖ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଛଅ ମାସପୂର୍ବରୁ ପାଣିଟାଙ୍କି ଉଦ୍ଘାଟନ , କାର୍ଯ୍ୟକ୍ଷମ ଶୂନ୍ୟ

Sunil Chandra Nayak

ସହୀଦ ଦିବସରେ ଦେଶମାତୃକା ପାଇଁ ଆତ୍ମ ବଳିଦାନ ଦେଇଥିବା ସଂଗ୍ରାମୀ ମାନଙ୍କ ନିମନ୍ତେ ନିରୋବ ପ୍ରାର୍ଥନା

masiha

ତ୍ରୀନାଥ ମନ୍ଦିରର ରତ୍ନ ମୁଦ ଓ ଅଷ୍ଟ ପ୍ରହର ନାମଯଜ୍ଞ ପାଇଁ ଶୁଭ ଖମ୍ବ ସ୍ଥାପନ ଉତ୍ସଵ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!