ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁମୁଦିନୀ ରାଉତଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା ଅନୁଷ୍ଠିତ 

କୁମୁଦିନୀ ରାଉତଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା ଅନୁଷ୍ଠିତ 

ଢେଙ୍କାନାଳ: ତା.୨୭.୦୯.୨୦୨୫ ରିଖ: ଗଁଦିଆ ସ୍ମୃତି ସଂସଦ ଆନୁକୁଲ୍ୟରେ ବିଶିଷ୍ଟ ଧର୍ମପରାୟଣ ମହିଳା କୁମୁଦିନୀ ରାଉତଙ୍କ ଏକାଦଶାହରେ ସ୍ମୃତି ଚାରଣ ସଭା ଗଁଦିଆ ସ୍ମୃତି ସଂସଦର‌ ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁଙ୍କ ଅଧ୍ୟକ୍ଷତାରେ ଡାଳସିଂହ ମାର୍ଥାପୁରରେ କୃଷ୍ଣ ପ୍ରସାଦ ରାଉତ,ହଳଧର ରାଉତ,ଭୁବନେଶ୍ୱର ରାଉତ ଓ ସୁଶିଲ କୁମାର ରାଉତଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି।ଏହି ସ୍ମୃତି ଚାରଣ ସଭା ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଅବସର ପ୍ରାପ୍ତ ସ୍ବତନ୍ତ୍ର ବିଚାରପତି ସିବିଆଇ ଭିକାରୀ ଚରଣ ରାଉତ ସନ୍ତାନ ସନ୍ତତି ମାନଙ୍କ‌ ପାଇଁ ମାଆର‌ ଭୂମିକା ଅବର୍ଣ୍ଣନୀୟ ବୋଲି ମତବ୍ୟକ୍ତ କରିଥିଲେ।ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ପରିବେଶବିତ୍ ଉପେନ୍ଦ୍ର କୁମାର ରାଉତ,ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ ପ୍ରହଲ୍ଲାଦ ମିଶ୍ରଙ୍କ ସହିତ ଗଁଦିଆ ସ୍ମୃତି ସଂସଦର ମୁଖ୍ୟ ଉପଦେଷ୍ଟା ତଥା ଢେଙ୍କାନାଳ ସାନ୍ଧ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସମୀର କୁମାର ସାହୁ,ଗଁଦିଆ ସ୍ମୃତିସଂସଦର ଉପସଭାପତି ଡମ୍ବରୁଧର ସେଠୀ ପ୍ରମୁଖ ମଞ୍ଚାସୀନ ହୋଇ ଉଦ୍ ବୋଧନ ଦେଇଥିଲେ।ଗଁଦିଆ ସ୍ମୃତି ସଂସଦର ସଭାପତି ପ୍ରକୃତି ବନ୍ଧୁ ଶ୍ରୀ ସାହୁ ଶ୍ରୀମଦ୍ ଭାଗବତର ଦଶମ ସ୍କନ୍ଧ ପାଠ କରିଥିବା ବେଳେ ପଣ୍ଡିତ ପ୍ରହଲ୍ଲାଦ ମିଶ୍ର ଭଗବତ୍ ଗୀତା ପାଠ କରିଥିଲେ। ସ୍ୱର୍ଗୀୟା ରାଉତଙ୍କ ପୁତ୍ର ଭୁବନେଶ୍ୱର ରାଉତ ମାଆଙ୍କ ସ୍ମୃତି ଉଦ୍ଦେଶ୍ୟରେ କବିତା ପାଠ କରିବା ସହ ସ୍ବାଗତ କରିଥିଲେ। ସଭାପତି ଶ୍ରୀ ସାହୁ ସମାଜରେ ମାଆର ପଣତ ଶ୍ରୀମନ୍ଦିର ନେତ ସଦୃଶ ହୋଇଥିବାରୁ ମାଆର ଭୂମିକା ଉପରେ ଆଲୋକପାତ କରିବା ସହିତ “ମାଆର ପଣତ ଶ୍ରୀମନ୍ଦିର ନେତ” ସ୍ବରଚିତ କବିତା ପାଠ କରିଥିଲେ।ବିଶିଷ୍ଟ ନାରୀ କବୟିତ୍ରୀ ଉପମା ସାମଲ ମୋ ମାଆ ‌କବିତା ପାଠ କରିଥିଲେ।କାର୍ଯ୍ୟକ୍ରମରେ ସମସ୍ତ ପୁତ୍ର,ପୁତ୍ର ବଧୁଙ୍କ ସହିତ ଆତ୍ମିୟ ସ୍ୱଜ୍ଜନ ଉପସ୍ଥିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ମଞ୍ଚାସୀନ ଅତିଥି ଙ୍କ ସହ ସମାନସେବୀଙ୍କୁ ଉତ୍ତରୀୟ ଓ ଗୀତା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ବରିଷ୍ଠ ଶିକ୍ଷାବିତ୍ ଡା. ଦେବୀ ପ୍ରସାଦ ମିଶ୍ର,ବିଶ୍ଵ ଭାଷା ଓ ସାହିତ୍ୟ ସମନ୍ଵୟ, ଗବେଷଣା ପ୍ରଚାର ଓ ପ୍ରସାର ପରିଷଦର ଉପଦେଷ୍ଟା ତଥା ମୁଖ୍ୟ ଉପଦେଷ୍ଟା ଓଡ଼ିଶା ହିନ୍ଦୀ ଶିକ୍ଷକ ସଂଘ,ଢେଙ୍କାନାଳ ଶାଖା,କୋଷାଧ୍ୟକ୍ଷ,ନିଖିଳ ଓଡିଶା ରାଜ୍ୟ ସରକାରୀ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘ,ଢେଙ୍କାନାଳ ଶାଖା,ପ୍ରାକ୍ତନ ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ,ଶତାୟୁ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ ଶୋକ ସନ୍ତପ୍ତ ପରିବାରକୁ ସାନ୍ତ୍ଵନା ପ୍ରଦାନ କରି ଏଵଂ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଗଭୀର ଭକ୍ତିପୂତ ଶ୍ରଦ୍ଧାଂଜଳି ଅର୍ପଣ କରିଛନ୍ତି।

ଡ଼ା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍ 

Related posts

ସତନାମୀ ସମାଜ ପକ୍ଷରୁ ଟେମରା ଗ୍ରାମରେ ଜୈତସ୍ତମ୍ବରେ ଧ୍ଵଜାରୋହଣ ଓ ସନ୍ଥ ସମାବେଶ ଉତ୍ସଵ ଅନୁଷ୍ଠିତ

masiha

ମାଣ୍ଡିଆ ଚାଷ ନେଇ ୨ ଦିନିଆ ତାଲିମ ଶିବିର ଉଦଘାଟନ

Sunil Chandra Nayak

ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

Sunil Chandra Nayak

Leave a Comment

error: Content is protected !!