ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ମଣ୍ଡପରେ ପୂଜା ପାଉଛିନ୍ତି ମା ଦୁର୍ଗା ,ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ସାରା ସହର

ବିଭିନ୍ନ ମଣ୍ଡପରେ ପୂଜା ପାଉଛିନ୍ତି ମା ଦୁର୍ଗା ,ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ସାରା ସହର

ଜୁନାଗଡ଼ ୨୮/୯ ( ମନୀସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରର ବିଭିନ୍ନ ପୂଜା କମିଟି ତରଫରୁ ମା ଦୁର୍ଗାଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇ ବହୁଯାକ ଜମକରେ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହେଉଛି।ଏହିସବୁ ସ୍ଥାନରେ ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକ ମାଳାରେ ସଜ୍ଜିତ କରାଯାଇଛି ଏଥି ନେଇ ସାରା ସହର ଉସବ ମୁଖର ହୋଇ ପଡିଛି।ପ୍ରତିକୂଳ ପାଗ ସତ୍ତ୍ୱେ ଶ୍ରଦ୍ଧାଳୁଙ୍କ ଜନ ସମାଗମ ବୃଦ୍ଧି ପାଉଛି।ଲଙ୍କେଶ୍ୱରୀ କ୍ଲବ ପୂଜା ମଣ୍ଡପରେ ଆକର୍ଷଣୀୟ ସାଜ ସଜ୍ଜା ସାଙ୍ଗକୁ ସୁଉଚ୍ଚ ତୋରଣ ଖୁବ ମନ ମହୁଛି। ଏହି ପୂଜା କମିଟି ୫୬ ବର୍ଷରେ ପଦାର୍ପଣ କରିଛି।ଏଥିରେ କ୍ଲବର ମୁଖ୍ୟ ଉପଦେଷ୍ଟା ଦୁର୍ଗା ପ୍ରସାଦ ନାଏକ ଓ ସପତ୍ନୀ କର୍ତ୍ତା ଭାବେ ଦାୟିତ୍ୱ ତୁଲାଉଛନ୍ତି। କ୍ଲବ ର ରାଜା ମହାଳିକ ,ଶଙ୍ଖ ମହାଳିକ ଓ ସମସ୍ତ ସଦସ୍ୟ ପୂଜା କୁ ଆକର୍ଷଣୀୟ ଓ ଶୃଙ୍ଖଳିତ କରିବା ପାଇଁ ଲାଗି ପଡିଛନ୍ତି।ପ୍ରତି ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି।ସେହି ପରି ମାରବ।ଡି ପଡ଼ାରେ ଥିବା ଭାଗବତ ମନ୍ଦିର ଦୁର୍ଗାପୂଜା ବର୍ତ୍ତମାନ ୬୬ ବର୍ଷରେ ପଦାର୍ପଣ କରିଛି ।୨୨ ତାରିଖରୁ ମା ଦୁର୍ଗାଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇ ନବରାତ୍ରି ପୂଜା ଆରମ୍ଭ ହୋଇ ଥିବା ବେଳେ ମାଙ୍କ ଦର୍ଶନ ପାଇଁ ଶହ ଶହ ଭକ୍ତଙ୍କ ଭିଡ଼ ଜମୁଛି ।ଏହି ମାଙ୍କ ପୂଜାରେ କର୍ତ୍ତା ଭାବେ ରାଜେଶ କୁମାର ଅଗ୍ରୱାଲ ଏବଂ ତାଙ୍କ ପତ୍ନୀ ରୀନା ଅଗ୍ରୱାଲ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ପୂଜକ ଭାବରେ ଦୀପକ କୁମାର ଶର୍ମା ତୁଲାଉଛନ୍ତି।ସାହୁପଡା ପୂଜା କମିଟି ତରଫରୁ ମଧ୍ୟ ବହୁ ଆଡମ୍ବରରେ ମା ଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହେଉଛି।ଏଠାରେ ମଧ୍ୟ ଆକର୍ଷଣୀୟ ସାଜସଜ୍ଜା ଓ ରଙ୍ଗୀନ ଆଲୋକମାଳାରେ ସହର ଝଲମଲ କରୁଛି। ଏପଟେ ମା ଲଙ୍କେଶ୍ୱରୀ ମନ୍ଦିର, କନକ ଦୁର୍ଗା ମନ୍ଦିର ଓ ଗାୟତ୍ରୀ ଶକ୍ତିପୀଠ ମାନଙ୍କରେ ଦଶହରା ଓ ନବରାତ୍ରତନ୍ତ୍ର ମତେ ଓ ବିଧି ଅନୁଯାଇ ଅନୁଷ୍ଠିତ ହେଉଛି। ଏହିସବୁ ମଣ୍ଡପ ଓ ଶକ୍ତି ପୀଠରେ ମାନସିକ ଧାରୀ ଓ ଶ୍ରଦ୍ଧାଳୁଙ୍କ ସମାଗମ ବୃଦ୍ଧି ପାଇ ସମଗ୍ର ସହର ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଛି। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

୧୩୩ ଛାତ୍ର ଛାତ୍ରୀ ୯ ଶ୍ରେଣୀ କୁ ତିନି ଶିକ୍ଷକ , ଶିକ୍ଷା ଦାନର ଦୁରାବସ୍ଥା

Sunil Chandra Nayak

କୁଟିଆ କନ୍ଧ ଉନ୍ନୟନ ସଂସ୍ଥାରେ ବ୍ଲକର ସବୁ ପଞ୍ଚାୟତକୁ ସାମିଲ ଦାବି :କର୍ତ୍ତ୍ରୁପକ୍ଷଙ୍କୁ ଭେଟି ଆଲୋଚନା କଲେ ସରପଞ୍ଚ ସଂଘର କର୍ମକର୍ତ୍ତା

masiha

ପୁରୁଷୋତ୍ତମପୁର କୋର୍ଟପକ୍ଷରୁ ସୁରକ୍ଷିତ ଶୈଶବ ସୁକକ୍ଷିତ ଭବିଶ୍ଯତ କାର୍ଯକ୍ରମ ଅନୁଷ୍ଠିତ 

Leave a Comment

error: Content is protected !!