ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଡାବୁଗାଁ ରେ ମା ଦୂର୍ଗା ଙ୍କ ସପ୍ତମୀ ପୂଜା 

ଡାବୁଗାଁ ରେ ମା ଦୂର୍ଗା ଙ୍କ ସପ୍ତମୀ ପୂଜା 

ଡାବୁଗାଁ, ୨୯/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଦୂର୍ଗା ମଣ୍ଡପ ଠାରେ ସୋମବାର ମା ଦୁର୍ଗାଙ୍କ ସପ୍ତମୀ ପୂଜା ଅନୁଷ୍ଠିତ ହୋଇଛି | ଆଜି ଚକ୍ଷୁ ଦାନ କରିବା ସହ ମାଁଙ୍କୁ ଆବାହନ କରାଯାଇ ମାଁଙ୍କ ସପ୍ତମୀ ପୂଜା ହୋଇଥିଲା | ବ୍ରାହ୍ମଣ ମାନଙ୍କ ଦ୍ଵାରା ମାଁଙ୍କ ପୂଜାର୍ଚ୍ଚନା କରାଯାଇଥିଲା | ଏଥିରେ ମୁଖ୍ୟ ପୂଜକ ଶିବ ପ୍ରସାଦ ପଣ୍ଡା ଙ୍କ ସହ ଅନ୍ୟ ସହଯୋଗୀ ଙ୍କ ଦ୍ଵାରା ପୂଜା କାର୍ଯ୍ୟ ସମ୍ପାଦନା କରୁଥିବା ବେଳେ ଅନ୍ୟ ପୂଜକ ମାନେ ପୂଜାରେ ସହାୟତା କରୁଛନ୍ତି | ମହା ଆଡମ୍ବରରେ ଦୂର୍ଗା ପୂଜା ପାଳନ ହେଉଛି | ଆକର୍ଷଣୀୟ ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସୁଛି ଡାବୁଗାଁ ସହର | ପୂଜା ଦେଖିବା ପାଇଁ ଅପରାହ୍ନରୁ ଭକ୍ତ ଙ୍କ ଗହଳି ଲାଗିଥିବା ଦେଖିବାକୁ ମିଳିଛି | ଶାନ୍ତି ଶୃଖଳା ରକ୍ଷା ଓ ଭିଡ ନିୟନ୍ତ୍ରଣ ପାଇଁ ଡାବୁଗାଁ ଥାନା ତରଫରୁ ପୋଲିସ ମୁତୟନ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଭଦଯାପିତ ହେଲା ମନ୍ଦିର ପ୍ରତିଷ୍ଠା ଉସ୍ଵବ

Sunil Chandra Nayak

ସ୍ବଧର୍ମ ଚେତନା ପରିବାର… ଅନନ୍ତ ଚରଣ ମହାରାଜ ଙ୍କ ଆଧ୍ୟାତ୍ମିକ ପ୍ରବଚନ ଶ୍ରୀ ହରିକଥା

Sunil Chandra Nayak

ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ର 56ତମ ସ୍ମୃତି ଦିବସ

masiha

Leave a Comment

error: Content is protected !!