ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶାନ୍ତି ଶକ୍ତି ଭବନରେ ନବରାତ୍ର ଉପଲକ୍ଷେ ବିଦ୍ୟାଳୟ ସ୍ତରୀୟ ସାଂସ୍କୃତିକ ନୃତ୍ୟ ପ୍ରତିଯୋଗିତା

ଶାନ୍ତି ଶକ୍ତି ଭବନରେ ନବରାତ୍ର ଉପଲକ୍ଷେ ବିଦ୍ୟାଳୟ ସ୍ତରୀୟ ସାଂସ୍କୃତିକ ନୃତ୍ୟ ପ୍ରତିଯୋଗିତା 

ଆସିକା,୨୯/୯/୨୫ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ର ଶାନ୍ତି ଶକ୍ତି ଭବନର ମୁକ୍ତାକାଶ ସଭାମଣ୍ଡପରେ ବିଦ୍ୟାଳୟ ସ୍ତରୀୟ ସାଂସ୍କୃତିକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ ଶାନ୍ତି ଶକ୍ତି ଭବନର ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଓ ପ୍ରତିଯୋଗୀତାର ବିଚାରକ ରୂପେ ଯୋଗ ଦେଇଥିବା ଅବସର ପ୍ରାପ୍ତ ଶିକ୍ଷକ ଏ ଯୁଧିଷ୍ଠିର ଦୋରା, ଦୁର୍ଗା ପ୍ରସାଦ ପଣ୍ଡା, ବ୍ରହ୍ମାକୁମାର ବୁଲୁ ଓ ବ୍ରହ୍ମାକୁମାରୀ ସୁଜ୍ଞାନୀ l

ବିଭିନ୍ନ ଶିକ୍ଷାନୁଷ୍ଠାନରେ ଷଷ୍ଠ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନରତ ଛାତ୍ରଛାତ୍ରୀ ସାଂସ୍କୃତିକ ନୃତ୍ୟ ପ୍ରତିଯୋଗିତାରେ ସେମାନଙ୍କ ନୃତ୍ୟକଳା ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ l

ଏହି ପ୍ରତିଯୋଗିତାରେ ଆସିକା ସରକାରୀ ଟେକ୍ନିକାଲ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ରୂପାଲି ଭଞ୍ଜ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଆର୍ଯlନ୍ ପବ୍ଲିକ୍ ସ୍କୁଲ୍ ଆସିକାର ନବମ ଶ୍ରେଣୀ ଛାତ୍ରୀ ପ୍ରତ୍ୟାଶା ପ୍ରିୟଦର୍ଶିନୀ ଓ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର କବିସୂର୍ଯ୍ୟନଗର ର ଅଷ୍ଟମ ଶ୍ରେଣୀ ଛାତ୍ରୀ କୌଶିକl ଗୌଡ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି lକାର୍ଯ୍ୟକ୍ରମ ପରିଚାଳନାରେ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ର ସମସ୍ତ ଭଉଣୀ ଭାଇ ସହଯୋଗ କରିଥିଲେ l

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ଜୀବନ ସୁଖମୟ କିନ୍ତୁ ତଥାସ୍ତୁମୟ ନୁହେଁ… ଧାମରା ସଂଘରେ ଗ୍ରୀଷ୍ମ କବିତା ଆସର…

Sunil Chandra Nayak

ଯୁବତୀ ଚାଲାଣ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ 

Sunil Chandra Nayak

ଡାବୁଗାଁ ବିଇଓ ଙ୍କୁ ଏକ୍ସ କେଡର- ୨୦୨୪ ଶିକ୍ଷକ ସଂଘ ତରଫରୁ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!