ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡା ଜିଲ୍ଲାରେ ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ସମାରୋହ ପାଳିତ l ମାନ୍ୟବର ମନ୍ତ୍ରୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ , ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦାନ କରି ଦୁଇ ମହାମାନବଙ୍କୁ ପୁଷ୍ପମାଲ୍ୟ ସହିତ ଶ୍ରଦ୍ଧାସୁମନ ଅର୍ପଣ କଲେ 

ନୂଆପଡା ଜିଲ୍ଲାରେ ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ସମାରୋହ ପାଳିତ l ମାନ୍ୟବର ମନ୍ତ୍ରୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ , ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦାନ କରି ଦୁଇ ମହାମାନବଙ୍କୁ ପୁଷ୍ପମାଲ୍ୟ ସହିତ ଶ୍ରଦ୍ଧାସୁମନ ଅର୍ପଣ କଲେ 

ନୂଆପଡା, ନୂଆପଡା ଜିଲ୍ଲାରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ଉତ୍ସବ ସ୍ଥାନୀୟ ଗାନ୍ଧୀ ପ୍ରମୋଦ ଉଦ୍ୟାନରେ ମହାସମାରୋହରେ ପାଳିତ ହୋଇଯାଇଛି l ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ମାନ୍ୟବର ମନ୍ତ୍ରୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ , ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦାନ କରି ଦୁଇ ମହାମାନବଙ୍କୁ ପୁଷ୍ପମାଲ୍ୟ ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ l ମନ୍ତ୍ରୀ ମହୋଦୟ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାସହ ପ୍ରଧାନମନ୍ତ୍ରୀଙ୍କର ସ୍ବଚ୍ଛତା ଅଭିଯାନକୁ ସବୁ ଘରେ ପହଞ୍ଚାଇ ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଆହ୍ବାନ ଦେଇଥିଲେ l ସମାରୋହରେ ପୂର୍ବତନ ସାଂସଦ ବସନ୍ତ ପଣ୍ଡା, ନୂଆପଡା ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଦୀପିକା ଦୀପ, ଖରୀଆର ରୋଡ ଏନ୍ ଏ ସି ଅଧ୍ୟକ୍ଷା ସୋନିଆ ଗୋଲ୍ଡି ଅଗ୍ରୱାଲ, ବିଜେଡି ଜିଲ୍ଲା ସଭାପତି ଅବନୀ ରଞ୍ଜନ ଯୋଶୀ , ଜିଲ୍ଲା କ୍ରିକେଟ ସଂଘ ସଭାପତି ସରୋଜ କୁମାର ସାହୁ ପ୍ରମୁଖ ଯୋଗଦାନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ l ସମାଜ ସେବୀ ତଥା ଆଇନଜିବୀ ପ୍ରସନ୍ନ କୁମାର ପାଢ଼ୀ ମୁଖ୍ୟବକ୍ତା ରୂପେ ଯୋଗଦେଇ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୀବନ ଦର୍ଶନ ଉପରେ ଆଲୋଚନା କରିଥିଲେ ଲ ନୂଆପଡା ଜିଲ୍ଲାପାଳ ଛାତ୍ର ଛାତ୍ରୀ ମାନଙ୍କୁ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ବାଣୀ ଓ କର୍ମ ଦ୍ଵାରା ଅନୁପ୍ରାଣୀତ ହୋଇ ଜଣେ ଜଣେ ଉତ୍ତମ ନାଗରିକ ହେବା ସହିତ ସ୍ୱଚ୍ଛ ସୁନ୍ଦର ସବୁଜ ନୂଆପଡା ଗଢ଼ିବା ପାଇଁ ଉଦ୍ବୋଧନ ଦେଇଥିଲେ l କଳାକାର ବଳରାମ ସୋନି ଓ ସାଥି ଗାନ୍ଧିଜୀଙ୍କ ପ୍ରିୟ ଭଜନ ପରିବେଷଣ କରିଥିଲେ l ସ୍ମୃତି ସଭାରେ ଜିଲ୍ଲା ସ୍ତରୀୟ ବିଭିନ୍ନ ଅଧିକାରୀ, ଜନପ୍ରତିନିଧି, ଛାତ୍ରଛାତ୍ରୀ , ଶିକ୍ଷକ ଶିକ୍ଷୟତ୍ରୀ, ଗାନ୍ଧୀ ପ୍ରେମୀ ନାଗରିକ ମଣ୍ଡଳୀ ତଥା ଗଣ ମାଧ୍ୟମର ପ୍ରତିନିଧି ଯୋଗ ଦେଇଥିଲେ l ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ସଭା ପରିଚାଳନା କରିଥିଲେ l ବରିଷ୍ଠ ରାଜସ୍ଵ ସହାୟକ ବିଭୁଦତ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଡାବୁଗାଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସଫଳତା

ଦୁବୁଲାବେଡା ଠାରେ ୫୨ତମ କୃଷି ଭିତ୍ତିକ ଟୁସୁ ମେଳା ଧୁମଧାମ ରେ ପାଳିତ

masiha

ଆଞ୍ଚଳିକ ଯୁବ ଯାଦବ ସମିତିର ସମାବେଶ

Leave a Comment

error: Content is protected !!