ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ାରେ ସାମାଜିକ ସୁରକ୍ଷା ଯୋଜନାର ସମୀକ୍ଷା କଲେ ଜିଲ୍ଲାପାଳ l ଜିଲ୍ଲାରେ ଆରମ୍ଭ ହେବ” ଦିବ୍ୟାଙ୍ଗ ସହାୟତା ଅଭିଯାନ” l ପ୍ରଥମ “ଦିବ୍ୟାଙ୍ଗ ମିତ୍ର ପୁରସ୍କାର ” ରେ ପିଲାଲାଲ ଜଗତ ସମ୍ମାନିତ ହେଲେ 

ନୂଆପଡ଼ାରେ ସାମାଜିକ ସୁରକ୍ଷା ଯୋଜନାର ସମୀକ୍ଷା କଲେ ଜିଲ୍ଲାପାଳ l ଜିଲ୍ଲାରେ ଆରମ୍ଭ ହେବ” ଦିବ୍ୟାଙ୍ଗ ସହାୟତା ଅଭିଯାନ” l ପ୍ରଥମ “ଦିବ୍ୟାଙ୍ଗ ମିତ୍ର ପୁରସ୍କାର ” ରେ ପିଲାଲାଲ ଜଗତ ସମ୍ମାନିତ ହେଲେ 

ନୂଆପଡ଼ା,(ସୁଜିତ କୁମାର ପ୍ରଧାନ) ନୂଆପଡା ଜିଲ୍ଲାରେ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟାବଳୀର ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି l ପ୍ରାରମ୍ଭରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନନ୍ତ କୁମାର ହେମ୍ବ୍ରମ ସମସ୍ତଙ୍କୁ ସ୍ଵାଗତ କରି ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ବୈଠକରେ ଦିବ୍ୟାଙ୍ଗଙ୍କ ପାଇଁ ଦିନଟିଏ ଓ ବିଧବା ସହାୟତା ଯୋଜନାରେ କଣ ଅଗ୍ରଗତି ହୋଇଛି ଜିଲ୍ଲାପାଳ ଜାଣିବାକୁ ଚାହିଁଥିଲେ l ସମୀକ୍ଷାରୁ ଜଣାଗଲାଯେ ଜିଲ୍ଲାରେ ମଧୁବାବୁ ପେନସନ ଯୋଜନାରେ ୬୧,୩୬୧ ଜଣ ଏବଂ ଜାତୀୟ ପେନସନ ଯୋଜନାରେ ୪୯,୪୧୮ ଜଣ ହିତାଧୀକାରୀ ସୁବିଧା ପାଉଛନ୍ତି l ଭତ୍ତା ପାଇବା ପାଇଁ ଆବେଦନ କରିଥିବା ୧୯୨ ଜଣଙ୍କ ମଧ୍ୟରୁ ୧୫୭ ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ଯୋଗାଇ ଦିଆ ଯାଇଛି l ଭିନ୍ନକ୍ଷମ ୫୬ ଟି ଦମ୍ପତ୍ତି ଙ୍କୁ ଗତବର୍ଷ ଦୁଇ ଲକ୍ଷ ପଚାଶ ହଜାର ଟଙ୍କା ହିସାବରେ ମୋଟ ଏକ କୋଟି ୪୦ଲକ୍ଷ ଟଙ୍କା ସହାୟତା ପ୍ରଦାନ କରା ଯାଇଛି l ୪୧ ଜଣ ଭିନ୍ନକ୍ଷମ ପରିବାରର ଛାତ୍ର ଛାତ୍ରୀଙ୍କୁ ୧୨,୨୩,୫୧୦ ଟଙ୍କା ବୃତ୍ତି ଦିଆ ଯାଇଛି l ବାଣୀଶ୍ରୀ ଯୋଜନାରେ ୪୬୨ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ବୃତ୍ତି ପାଇଁ ଆବେଦନ କରିଛନ୍ତି l ଜିଲ୍ଲାରେ ୧୦୪ ଜଣ ତୃତୀୟ ଲିଙ୍ଗୀ ଙ୍କୁ ଚିହ୍ନଟ କରି ୭୧ ଜଣଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଛି l ବିଧବା ସହାୟତା ଯୋଜନା ପାଇଁ ଜିଲ୍ଲାରେ ୧୮,୯୩୨ ଜଣଙ୍କୁ ଚିହ୍ନଟ କରା ଯାଇଛି l ଜିଲ୍ଲାପାଳ ଉପସ୍ଥିତ ଅଧିକାରୀ ମାନଙ୍କୁ କହିଲେ ଯେ ଜିଲ୍ଲାରେ ଖୁବ୍ ଶୀଘ୍ର ବିଧବା ଓ ଭିନ୍ନକ୍ଷମ ମାନଙ୍କ ଏକ ଡାଟା ବେସ ତିଆରି ହେବ l ଏହାଦ୍ଵାରା ସେମାନଙ୍କୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନାର ସମସ୍ତ ଲାଭ ପହଞ୍ଚାଇ ଦିଆଯିବ l ଏହା ସହିତ ସେମାନଙ୍କ ଉନ୍ନତ ଜୀବନ ଯାପନ ପାଇଁ ବିଭିନ୍ନ ଲାଇନ୍ ବିଭାଗ ସହାୟତା ଯୋଗାଇ ଦେବେ l 

ଏହି ଅବସରରେ ନୂଆପଡ଼ା ଜିଲ୍ଲାରେ ଆରମ୍ଭ ହୋଇଥିବା ” ଦିବ୍ୟାଙ୍ଗ ମିତ୍ର ପୁରସ୍କାର ” ପ୍ରଥମ ଥର ପାଇଁ ଶ୍ରୀ ପିଲାଲାଲ ଜଗତ, ଗ୍ରାମ ହଳଦୀ, ଡୁମରପାଣି ପଞ୍ଚାୟତ ଙ୍କୁ ଜିଲ୍ଲାପାଳ ପ୍ରଦାନ କରିଥିଲେ l ଦିବ୍ୟାଙ୍ଗ ଜନଙ୍କ ସାମାଜିକ ସଶକ୍ତିକରଣ, ମର୍ଯ୍ୟାଦା ଓ ସମାବେଶ ନିମନ୍ତେ ତାଙ୍କର ଅସାଧାରଣ ନିଷ୍ଠା, ସମର୍ପଣ ଓ ମାନବିକ ସେବା ପାଇଁ ଏହି ପ୍ରଶଂସା ପତ୍ର ପ୍ରଦାନ କରାଯାଇଛି। ସେ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ଦୈନନ୍ଦିନ ସମସ୍ୟାର ସମାଧାନରେ ସହଯୋଗ କରିବା ସହିତ ବିଭିନ୍ନ ସରକାରୀ କଲ୍ୟାଣକାରୀ ଯୋଜନା, ସୁବିଧା ଓ ଅଧିକାର ଉପଲବ୍ଧ କରାଇବାରେ ଅମୂଲ୍ୟ ଅବଦାନ ରଖିଛନ୍ତି।ଏହିଭଳି ପ୍ରତି ମାସରେ ଦିବ୍ୟାଙ୍ଗ ଲୋକଙ୍କୁ ସହାୟତା ପ୍ରଦାନ କରୁଥିବା ବିଭିନ୍ନ ବ୍ୟକ୍ତିଙ୍କୁ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିବେ।ସିନାପାଲି ବ୍ଲକ୍, ସାଗୁନବାଡି ଗ୍ରାମର ଭିନ୍ନକ୍ଷମ ଛାତ୍ର ଖଗେଶ୍ବର ତୋଲତିଆଙ୍କୁ ଜିଲ୍ଲାପାଳ ଲାପ୍ ଟପ୍ ପ୍ରଦାନ କରିଥିଲେ l 

ଆଜି ବୈଠକରେ ଉପ ଜିଲ୍ଲାପାଳ ସୁର୍ମୀ ସୋରେନ୍, ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଦ୍ବାରିକାନାଥ ଶତପଥୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସ୍ମୃତି ରେଖା ନନ୍ଦ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଏଵଂ ବିଭାଗୀୟ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

Related posts

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ରାୟଗଡ଼ ଜିଲ୍ଲା ସ୍ତରୀୟ ବିକାଶ ମେଳା

masiha

ଜିଲ୍ଲାରେ ୮,୫୨,୩୩୨ ବା ୯୯.୩୦ପ୍ରତିଶତ ମତଦାତାଙ୍କୁ ପରିଗଣନା ଫର୍ମ ବିତରଣ

Sunil Chandra Nayak

ଆମ୍ବ ପଳାଶ ମୁଣ୍ଡିଆ ରଗଡି ସାହିରେ ବଜ୍ରାପାତ ଘଟି ୬ ଗୋରୁ ମୃତ 

masiha

Leave a Comment

error: Content is protected !!