ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳେଶ୍ଵର ଷ୍ଟେସନରୁ ଶିରିଡ଼ି ସାଇବାବାଙ୍କ ମୁକୁଟ ଥିବା ବାକ୍ସକୁ ପାଇଲେ ଆର.ପି.ଏଫ୍ 

ଜଳେଶ୍ଵର ଷ୍ଟେସନରୁ ଶିରିଡ଼ି ସାଇବାବାଙ୍କ ମୁକୁଟ ଥିବା ବାକ୍ସକୁ ପାଇଲେ ଆର.ପି.ଏଫ୍ 

ଜଳେଶ୍ଵର,୧୫/୪(ମନିସ)- ଏକ ଘଟଣା କ୍ରମେ ଜଳେଶ୍ଵର ଷ୍ଟେସନରୁ ଶିରିଡ଼ି ସାଇବାବାଙ୍କ ମୁକୁଟ ଥିବା ବାକ୍ସକୁ ପାଇ ଆର.ପି.ଏଫ୍ ପାଇ ପରବର୍ତ୍ତୀ ସମୟରେ ସମ୍ପୃକ୍ତ ଯାତ୍ରୀଙ୍କୁ ହସ୍ତାନ୍ତର କରିଛି।ପ୍ରାପ୍ତ ସୂଚନା ଅନୁଯାୟୀ ବାଲେଶ୍ୱର ସହରର ସୁନହଟ ଅଞ୍ଚଳର କାର୍ତ୍ତିକ ଚନ୍ଦ୍ର ସ୍ୱାଇଁଙ୍କ ପୁଅ ଗଣପତି ସ୍ୱାଇଁ ସପରିବାର ଶିରିଡ଼ି ଯାଇଥିଲେ। ଗତ ସୋମବାର ରାତିରେ ସେ ଭୁବନେଶ୍ୱର ଫହଞ୍ଚି ଗତକାଲି ଜନ ଶତାବ୍ଦୀ ଟ୍ରେନରେ ବାଲେଶ୍ୱର ଡି -୧୦ କୋଚରେ ଆସୁଥିଲେ।ମାତ୍ର ସେ ବାଲେଶ୍ୱର ଷ୍ଟେସନରେ ତାଙ୍କର ସବୁ ଜିନିଷ ନେଇ ଓହ୍ଲାଇବା ସମୟରେ ଅସାବଧାନତା କାରଣରୁ ଗୋଟିଏ ବାକ୍ସ ନେବାକୁ ଭୁଲି ଯାଇଥିଲେ। ପରବର୍ତ୍ତୀ ସମୟରେ ସେ ରୂପସା ଆର.ପି.ଏଫ୍ ଥାନାରେ ଖବର ଦେବା ପରେ ଏ.ଏସ.ଆଇ ସନ୍ତୋଷ ଚୌଧୁରୀ ଓ କନେଷ୍ଟବଳ ପି.କେ.ରାଉତ ସେହି ବାକ୍ସକୁ ଜଳେଶ୍ଵର ଷ୍ଟେସନରେ ଉକ୍ତ ଟ୍ରେନରୁ ଆଣି ନିଜର ଆର.ପି.ଏଫ୍ ପୋଷ୍ଟରେ ରଖିଥିଲେ।ପରେ ଗଣପତି ସ୍ୱାଇଁ ଇ କୋଷ୍ଟ ଏକ୍ସପ୍ରେସ ଟ୍ରେନରେ ଆସିବା ପରେ ଆର.ପି.ଏଫ୍ ତାଙ୍କୁ ସେହି ବାକ୍ସଟି ହସ୍ତାନ୍ତର କରିଥିଲେ।ସେହି ବାକ୍ସରେ ସାଇବାବାଙ୍କ ପାଇଁ ୨୧୦୦ ଟଙ୍କା ମୂଲ୍ୟର ଏକ ମୁକୁଟ ତାଙ୍କର ବନ୍ଧୁଙ୍କ ପାଇଁ ସୁଦୂର ଶିରିଡ଼ିରୁ ଆଣି ଥିଲେ ବୋଲି ଶ୍ରୀ ସ୍ୱାଇଁ ଗଣମାଧ୍ୟମକୁ ସୂଚନା ଦେବା ସହିତ ଆର.ପି.ଏଫ୍ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ବିଧାୟକ ପ୍ରତିନିଧି ଙ୍କ ଦ୍ଵାରା ମା ଗୃହରେ ଥିବା ପ୍ରସୂତୀ ମା ମାନଙ୍କୁ ନିତ୍ୟ ବ୍ୟବହାର କରୁଥିବା ସମାଗ୍ରୀ ସହ ଫଳ ବଣ୍ଟନ 

Sunil Chandra Nayak

ଜୈବିକ ପ୍ରଣାଳୀ ରେ କୃଷି କାର୍ଯ୍ୟ ପାଇଁ ସଚେତନତା କର୍ମଶାଳା

ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟିଲା କୁକୁଡ଼ା ଛୁଆ ବୋଝେଇ ପିକଅପ:ଅଳ୍ପକେ ବର୍ତ୍ତିଲେ ଚାଳକ

masiha

Leave a Comment

error: Content is protected !!