ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ତରଫରୁ ପଥ ସଂଚଳନ ଅନୁଷ୍ଠିତ 

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ତରଫରୁ ପଥ ସଂଚଳନ ଅନୁଷ୍ଠିତ 

ଜୁନାଗଡ଼୪/୧୦(ମନୀ- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ତରଫରୁ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଙ୍ଘ ର ଶହେ ବର୍ଷ ପୂର୍ତ୍ତି ଅବସରରେ ଜୁନାଗଡ଼ ସହରରେ ଏକ ବିଶାଳ ପଥ ସଞ୍ଚଳନ ର ଆୟୋଜନ କରାଯାଇଥିଲା।ଏହି ପଥ ସଞ୍ଚଳନ ସରସ୍ଵତୀ ବିଦ୍ୟାମନ୍ଦିର ପରିସରରୁ ବାହାରି ମଧ୍ୟମପଡା,ମେନରୋଡ ଓ ସରକାରୀ ଡାକ୍ତରଖାନା ଦେଇ ପୁଣି ବିଦ୍ୟାମନ୍ଦିର ପରିସରରେ ପହଞ୍ଚି ଥିଲା।ଏହି ପରିସରରେ ଏକ ସଭାକାର୍ଯ୍ୟ ଆୟୋଜନ କରାଯାଇଥିଲା। ଏଠାରେ ବିଭିନ୍ନ ଶାରୀରିକ କାର୍ଯ୍ୟକ୍ରମ ଯଥା, ଦଣ୍ଡ ବ୍ୟାୟାମ ଯୋଗ,ଆସନ,ଓ ତିଷ୍ଠ ଯୋଗ ଅତି ସୁନ୍ଦର ଓ ଶୃଙ୍ଖଳିତ ଭାବରେ ପ୍ରଦର୍ଶନ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ଶ୍ରୀ ରଞ୍ଜନ କୁମାର ଜାଲ ଯୋଗଦେଇଥିଲେ। ସଂଘ ର ମାନନୀୟ ଜିଲ୍ଲା ସଂଘ ଚାଳକ ଶ୍ରୀଯୁକ୍ତ ନବ କିଶୋର ପାଢୀ ଓ ମାନନୀୟ ଖଣ୍ଡ ସଂଘ ଚାଳକ ଶ୍ରୀଯୁକ୍ତ ଟଙ୍କଧର ସାହୁ ଉପସ୍ଥିତ ଥିଲେ। ମୁଖ୍ୟ ବକ୍ତା ଭାବେ ସଂଘ ର ବିଭାଗ ପ୍ରଚାରକ ଶ୍ରୀମାନ୍ ଚକ୍ରଧର ରାଓ ନିଜ ବକ୍ତବ୍ୟ ମାଧ୍ୟମରେ ୧୯୨୫ ମସିହା ରୁ ସଂଘ ଆରମ୍ଭ ହୋଇ ଏଯାବତ୍ କି କି କାର୍ଯ୍ୟ କରିଛି ତାହା ବିଷଦ୍ ଭାବରେ ବର୍ଣ୍ଣନା କରିଥିଲେ। ଶେଷରେ ଭାରତ ମାତା କୀ ଜୟ ନାରାରେ ବିଦ୍ୟାମନ୍ଦିର ପରିସର ପ୍ରକମ୍ପିତ ହୋଇଥିଲା ।ଅତି ଆନନ୍ଦ ଓ ଉଲ୍ଲାସର ସହିତ କାର୍ଯ୍ୟକ୍ରମ ସମାପନ ହୋଇଥିଲା। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଶହୀଦ ଦିବସ ନେଇ ପ୍ରସ୍ତୁତି ବୈଠକ

masiha

ଯାଦବ ଶୌର୍ଯ୍ୟ ଦିବସ ପାଳନ ଅବସରରେ*ନବରଙ୍ଗପୁର ଜିଲ୍ଲା ଯାଦବ ମହାସଭା ଦାବୀ କରେ…ଅହିର ରେଜିମେଣ୍ଟ ଆମର ଦାବୀ

Sunil Chandra Nayak

ସରକାରୀ ବିମାନ ଚାଳନା ପ୍ରଶିକ୍ଷଣ ପ୍ରତିଷ୍ଠାନ ଭାଙ୍ଗିଲେ ହାତୀପଲ

Sunil Chandra Nayak

Leave a Comment

error: Content is protected !!