ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜ୍ୟ ସ୍ତରୀୟ ରାତ୍ରୀ କାଳୀନ ତୃତୀୟ ଫୁଟ୍ ବଲ୍ ମ୍ୟାଚ୍ ଅନୁଷ୍ଠିତ

ଢ଼େଙ୍କାନାଳ ସହର ମିନି ଷ୍ଟାଡିୟମରେ ଗତ ଚାରି ତାରିଖ ଠାରୁ ଜିଲ୍ଲା କ୍ରୀଡାସଂଘ ଙ୍କ ଆୟୋଜନ କ୍ରମେ ରାତ୍ରୀ କାଳୀନ ତୃତୀୟ ଫୁଟ୍ ବଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଉଛି । ଗତ କାଲି ସନ୍ଧ୍ୟା ସାତ ଘଟିକା ସମୟ ରେ ମୂଖ୍ୟ ଅତିଥି ଭାବେ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ଯୋଗ ଦେଇ ଥିବା ବେଳେ ସମ୍ମାନୀତ ଅତିଥି ରୂପେ ସଦର ବିଧାୟକ ଶ୍ରୀଯୁକ୍ତ ସୁଧୀର କୁମାର ସାମଲ ଯୋଗ ଦେଇ ଥିଲେ । ଏହି ପରି କ୍ରୀଡା ଆୟୋଜନ କରି କ୍ରୀଡା ସଂଘ କୁ ଧନ୍ୟବାଦ୍ ଦେବା ରାଜ୍ୟ ରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି ବୋଲି ଶ୍ରୀଯୁକ୍ତ ସାମଲ ମନ୍ତବ୍ୟ ଦେଇଥିଲେ ।ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ ସେଠୀ କ୍ରୀଡା ର ବିକାଶଓ ଭିତ୍ତିଭୂମି ପାଇଁ ଜିଲ୍ଲା ପ୍ରଶାସନ ସର୍ବଦା ଚେଷ୍ଠା କରିବା ସହିତ ରାଜ୍ୟ ରେ ଏହି ସଂଘ ସ୍ଵତନ୍ତ୍ର ସ୍ଥାନ ଅଧିକାର କରୁ ବୋଲି ମନ୍ତବ୍ୟ ଦେଇଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ଏହି ରାତ୍ରୀ କାଳୀନ ମ୍ୟାଚ୍ ରେ ରାଜ୍ୟ ରୁ ଆଠ ଗୋଟି ଟିମ୍ ଭାଗ ନେଇଛନ୍ତି ଓ ଏହା ଦଶ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସଂଘ ତରଫରୁ ସୁଚନା ଦିଆ ଯାଇଛି।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଉତ୍କେଲା ରେ ଭାରତବନ୍ଧ ପାଳନ

ଅବକାରୀ ଓ ପୋଲିସ ବିଭାଗର ମିଳିତ ଚଢାଉ, ବିପୁଳ ପରିମାଣରେ ମଦ ଓ ପଚ ଜବତ

Sunil Chandra Nayak

ଜଣା ଅଜଣା.. ନବରାତ୍ରୀ ଉପଲକ୍ଷେ ମନ୍ଦିରର ସଜା ସଜିରେ ଖର୍ଚ୍ଚ ହୁଏ ୬ କୋଟି ଟଙ୍କା

Sunil Chandra Nayak

Leave a Comment

error: Content is protected !!