ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆରମ୍ଭ ହେଲା ମାଁ ନାରାୟଣୀ ଙ୍କର ପଞ୍ଚବିଂଶ ତମ ଯାତ୍ରା ,ଏକ ମାସ ଧରି ଚାଲିବ

କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ଠାରେ ଫୁଲବାଣୀ ସହର ର ଅଧିଷ୍ଠାତ୍ରୀ ଦେବୀ ମାଁ ନାରାୟଣୀ ଙ୍କର ପଞ୍ଚବିଂଶ ତମ ଯାତ୍ରା ଆରମ୍ଭ ହେଲା। ଏହି ଯାତ୍ରା ଏକ ମାସ ଧରି ଚାଲିବ। କୋରନା କଟକଣା ଯୋଗୁଁ ବନ୍ଦ ରହିଥିବା ଯାତ୍ରା ଚଳିତ ବର୍ଷ ହେଉଥିବା ରୁ ଭକ୍ତ ଶ୍ରଦ୍ଧାଳୁ ଙ୍କ ମନରେ ବହୁତ ଆନନ୍ଦ ଦେଖିବାକୁ ମିଳୁଛି। ଗତକାଲି ସକାଳ ସମୟରେ ମାଁ ନାରାୟଣୀ ଙ୍କର ଅସ୍ଥାୟୀ ପୁଜା ମଣ୍ଡପ କୁ ରୀତିନୀତି ଅନୁସାରେ ହୋମ ଯଜ୍ଞ ପୂଜା ପାଠ କରାଯାଇ ପ୍ରତିଷ୍ଠା କରାଯାଇଥିଲା । ଯାତ୍ରା କମିଟିର କର୍ମକର୍ତ୍ତା ମାନଙ୍କ ଉପସ୍ଥିତ ରେ ପାର୍ଶ୍ୱ ଦେବୀ ମାଁ ବ୍ରାହ୍ମଣୀ ଦେବୀ ଙ୍କୁ ତାଙ୍କ ମନ୍ଦିର ସ୍ଥାନୀୟ ଅମଲା ପଡ଼ା ରୁ ମାଁ ବରାଳଦେବୀ ଙ୍କୁ ଫୁଲବାଣୀ ସାହି ମନ୍ଦିର ରୁ ତାପରେ ମାଁ ବ୍ୟାଘ୍ର ଦେବୀ ଙ୍କୁ ତାଙ୍କ ଡାକପଲା ସ୍ଥିତ ମନ୍ଦିର କୁ ଭକ୍ତ ଙ୍କ ମେଳରେ ବାଣ ବାଜା ପଟୁଆର ରେ ଯାଇ ପୂଜା ଅର୍ଚ୍ଚନା କରାଯାଇ ମାଁ ନାରାୟଣୀ ଠାକୁରାଣୀ ଙ୍କ ସହ ମିଶି ଯାତ୍ରା କରିବା ନିମନ୍ତେ ଆବାହନ କରି ହାଟପଦା ସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପ କୁ ଅଣାଯାଇଥିଲା ବେଳେ ଗ୍ରାମ ଦେବୀ ଙ୍କୁ ଅସ୍ଥାୟୀ ମଣ୍ଡପ ନିକଟରୁ ପୂଜା ଅର୍ଚ୍ଚନା କରି ଅସ୍ଥାୟୀ ମଣ୍ଡପ କୁ ଆବାହନ କରାଯାଇଥିଲା। ପରବର୍ତ୍ତୀ ସନ୍ଧ୍ୟା ୮ ଘଣ୍ଟା ସମୟରେ ଯାତ୍ରା ପରିଚାଳନା କମିଟିର ଓ ବଜାର କମିଟିର କର୍ମକର୍ତ୍ତା ଙ୍କର ଉପସ୍ଥିତ ରେ ହଜାର ହଜାର ଭକ୍ତ ଙ୍କର ଗହଣରେ ବିଭିନ୍ନ ପ୍ରକାର ଢୋଲ ବାଦ୍ୟ ଚାଙ୍ଗୁ,ଘଣ୍ଟ ବଜାଇ ବଡ଼ କୋଦଣ୍ଡା ର ବାଘ ଷଣ୍ଢ ଘୋଡା ନାଟ,ଯାଜପୁର ର କଳସି ନୃତ୍ୟ,ପୁରୀ ଚନ୍ଦନପୁର ର ରାଧାକୃଷ୍ଣ ଭଜନ ନୃତ୍ୟ, ପୁରୀର ନାଗା ନୃତ୍ୟ,ଗଂଜାମ ର କିନର ଡେନ୍ସ ଧମାକା,ବାରିପଦା ର ସବରୀ ନୃତ୍ୟ,ଯୋଡି ଶଙ୍ଖ , ଆକାଶ ଚୁମ୍ବି ହାବେଳି ବାଣ ରଙ୍ଗ ବିରଙ୍ଗରେ ଯାତ୍ରା ପଡ଼ିଆ ଠାରୁ ମାଁ ନାରାୟଣୀ ମନ୍ଦିର ପର୍ଯ୍ୟନ୍ତ ରଙ୍ଗୀନ ଆଲୋକ ରେ ଝଲସି ଉଠୁଥିଲା ବେଳେ ବିଭିନ୍ନ ବାଜା ଯନ୍ତ୍ର ଶବ୍ଦରେ କମ୍ପି ଉଠୁଥିଲା ଫୁଲବାଣୀ ସହର। ଯାତ୍ରା କମିଟିର ଅଧ୍ୟକ୍ଷ ତଥା ଫୁଲବାଣୀ ଉପ ଜିଲ୍ଲାପାଳ ଶେଷଦେଵ ମିଶ୍ର,କନ୍ଧମାଳ ଲୋକସଭା ସାଂସଦ ଅଚ୍ୟୁତ ସାମନ୍ତ,ଫୁଲବାଣୀ ବିଧାୟକ ଅଙ୍ଗଦ କଁହର , ଫୁଲବାଣୀ ତହସିଲଦାର ଦିନମଣି ନାୟକ, ଫୁଲବାଣୀ ପୋୖର ଅଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି, ଯାତ୍ରା ପରିଚାଳନା କମିଟି ସଦସ୍ୟ ମାନଙ୍କ ସହ ବିରାଟ ପଟୁଆର ରେ ମାଁ ନାରାୟଣୀ ମନ୍ଦିର କୁ ଯାଇ ସେଠାରେ ମାଁ ଙ୍କୁ ପୁଷ୍ପ ଦୀପ ଧୂପ ନୈବେଦ୍ୟ ରେ ପୂଜାର୍ଚ୍ଚନା କରି ମାଁ ଙ୍କୁ ବରଣ କରି ସେହି ନାଚ ଗୀତ ବାଣ ଫୁଟାଇ ବିରାଟ ପଟୁଆର ରେ ମାନଙ୍କୁ ଅସ୍ଥାୟୀ ମଣ୍ଡପ କୁ ଅଣାଯାଇଥିଲା। ମାଁ ନାରାୟଣୀ, ମାଁ ବ୍ରାହ୍ମଣୀ ଦେବୀ, ମାଁ ବରାଳଦେବୀ,ମାଁ ବ୍ୟାଘ୍ର ଦେବୀ ଓ ମାଁ ଗ୍ରାମଦେବୀ ପଞ୍ଚଦେବୀ ପାଞ୍ଚ ଠାକୁରାଣୀ ଫୁଲବାଣୀ ସହର ର ସାହି ଦାଣ୍ଡ ଓ ବଜାର କମିଟି ବୁଲି ଭକ୍ତ ଙ୍କର ଦୁଖଃ ବୁଝି ଆଶିଷ ପ୍ରଦାନ କରି ଦର୍ଶନ ଦେବା ନିମନ୍ତେ କାର୍ଯ୍ୟକ୍ରମ ରହିଥିବା ରୁ ଆସନ୍ତା ଶୁକ୍ରବାର ୬/୫/୨୦୨୨ ରିଖ ଠାରୁ ମାଁ ଙ୍କର ନଗର ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଯାତ୍ରା କମିଟି ପକ୍ଷରୁ ସୂଚନା ରହିଛି। ମାଁ ନାରାୟଣୀ ଙ୍କର ଯାତ୍ରା ପଡ଼ିଆ କୁ ଆଗମନ କାର୍ଯ୍ୟକ୍ରମ ସମୟରେ ଯାତ୍ରା କମିଟିର ସଭାପତି ପି. ସୁଧାଂଶୁ ସେନାପତି, ସାଧାରଣ ସମ୍ପାଦକ ,ଦୁର୍ଗା ଚରଣ ତ୍ରିପାଠୀ, ଉପ ସଭାପତି ସୁଜିତ କୁମାର ବେହେରା, ସାଂସସ୍କୃତିକ ସମ୍ପାଦକ ଭି. ଲୋକନାଥ ରାଜୁ, କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ମହାନ୍ତି,ଅର୍ଥ ସମ୍ପାଦକ କାବୁଲା ସେନାପତି, ସହ ସମ୍ପାଦକ ପାର୍ଥ ସାରଥି ବିଶ୍ୱାଳ, ଅରୁଣ ପଣ୍ଡା, ,ସୁମନ ପଟ୍ଟନାୟକ, ସୀମାଞ୍ଚଳ ପ୍ରଧାନ,ଉପସ୍ଥିତ ରହିଥିଲେ । ଯାତ୍ରା କୁ ଅତ୍ୟଧିକ ସରସ ସୁନ୍ଦର କରିବା ସହ    ଶ୍ରଦ୍ଧାଳୁ ମାନଙ୍କର ମୋନରଞ୍ଜନ ପାଇଁ ମିନା ବଜାର,ବିଭିନ୍ନ ଦୋଳି ର ସୁବ୍ୟବସ୍ଥା ହୋଇଛି ବୋଲି ଯାତ୍ରା ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି। ଯାତ୍ରା ରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ ।

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ପୁରୁଣା ଇତିହାସକୁ ଉଜ୍ଜିବୀତ କରୁଛି ଆବିଷ୍କୃତ ପଥର ଗୁମ୍ଫା

Sunil Chandra Nayak

ଲଗାଣ ବର୍ଷା ରେ ଭାଙ୍ଗିଲା ଘର ଧସିଲା ପୋଲ ନିକଟ ମାଟି 

Sunil Chandra Nayak

Leave a Comment

error: Content is protected !!