ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏନ୍.ଏସ୍.ଏସ୍ ଶୀତକାଳୀନ ସ୍ବତନ୍ତ୍ର ଶିବିର ଉଦ୍‌ଯାପିତ

ଏନ୍.ଏସ୍.ଏସ୍ ଶୀତକାଳୀନ ସ୍ବତନ୍ତ୍ର ଶିବିର ଉଦ୍‌ଯାପିତ

କର୍ଲାମୁଣ୍ଡା: କର୍ଲାମୁଣ୍ଡା ବ୍ଲକସ୍ଥିତ ତେରେସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନା ତରଫରୁ ଶୀତକାଳିନ ସ୍ଵତନ୍ତ୍ର ଶିବିର ଆଜି ଆନୁଷ୍ଠାନିକ ଭାବରେ ଉଦ‌ଯାପିତ ହୋଇଯାଇଛି I ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମୁରଲିଧର ରଣା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶିବିରାର୍ଥୀଙ୍କୁ ସେବା ଯୋଜନାର ଅନେକ ଉପକାରିତା ବିଷୟରେ ଆଲୋକପାତ କରିଥିଲେ I ମୁଖ୍ୟବକ୍ତା ଭାବରେ ବିଦ୍ୟାଳୟର ଅଧ୍ୟକ୍ଷ ଜୟନ୍ତ ବାଗ ଶିବିରାର୍ଥୀଙ୍କୁ ଜାତୀୟ ସେବା ଯୋଜନାର ଲକ୍ଷ୍ୟ ଏବଂ ଉପାଦେୟତା ବିଷୟରେ ଉଦ‌ବୋଧନ ଦେଇଥିଲେ I ଉଦ୍‌ଯାପନୀ ଉତ୍ସବରେ ଜାତୀୟ ସେବା ଯୋଜନାର ଅଧିକାରୀ ଆଭାସ ଚନ୍ଦ୍ର ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ଶିବିରରେ ୫୦ ଜଣ ସ୍ଵେଚ୍ଛାସେବୀ ଯୋଗଦାନ କରିବା ସହିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶ୍ରେଣୀଗୃହ ତଥା ବାହ୍ୟ ପରିବେଶ ସଫାସୁତରା, ପୋଷ୍ୟଗ୍ରାମ ତେରେସିଂହାର ରାସ୍ତାକଡ ସଫାସୁତରା ଏବଂ ଗ୍ରାମରେ ଗ୍ୟାଲି ମଧ୍ୟ କରିଥିଲେ I ବିଦ୍ୟାଳୟର କନିଷ୍ଠ କିରାଣୀ ଦେବେନ୍ଦ୍ର ରଣା, ଡୋଳାମଣି ଗହୀର, ରାଧାମୋହନ ଗହୀର, ତପୋବନ୍ତ ଗହୀର ପ୍ରମୁଖ ସହଯୋଗ କରିଥିଲେ I

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ପି.ଏମ୍.ଶ୍ରୀ ବି.ବି.ସରକାରୀ ହାଇସ୍କୁଲ,ଢେଙ୍କାନାଳରେ ଦ୍ଵି ଦିବସୀୟ ବାର୍ଷିକ କ୍ରୀଡ଼ା ଉତ୍ସବ -୨୦୨୬ ଉଦ୍ ଘାଟିତ

Sunil Chandra Nayak

ଠକି ଦଉଛି ଠିକାଦାର ଓ ବିଭାଗୀୟ ଅଧିକାରୀ ବାବୁ 

Sunil Chandra Nayak

ନର୍ଲା ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!