ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ପାଠାଗାର ପ୍ରାୟୋଜିତ କୁମାର ପୂର୍ଣ୍ଣିମା ଉତ୍ସବ ଏବେ ସଂଶୟ ମଧ୍ୟରେ 

ଆଦର୍ଶ ପାଠାଗାର ପ୍ରାୟୋଜିତ କୁମାର ପୂର୍ଣ୍ଣିମା ଉତ୍ସବ ଏବେ ସଂଶୟ ମଧ୍ୟରେ 

ରାଉରକେଲା: ଆଦର୍ଶ ପାଠାଗାରର କୁମାର ପୂର୍ଣ୍ଣିମା ଉତ୍ସବ ୨୦୦୨ ମସିହାରୁ ନିରବଚ୍ଛିନ୍ନ ଭାବେ ଭଞ୍ଜଭବନ ଠାରେ ପାଳିତ ହୋଇଆସୁଥିବା ବେଳେ ଚଳିତ ବର୍ଷ ମଧ୍ୟ ଏହାକୁ ଜାକଜମକରେ ପାଳନ କରିବା ପାଇଁ ପ୍ରସ୍ତୁତି ସରିଥିଲା। କାରଣ ଏହା କେବଳ ପାଠାଗାର କାହିଁକି, ସମଗ୍ର ରାଉରକେଲା ବାସୀଙ୍କ ଭାବାବେଗ ସହ ଭାଷା ସାହିତ୍ୟ ସଂସ୍କୃତିକୁ ପ୍ରୋତ୍ସାହନ ଦେଇଆସୁଥିଲା। ତେବେ ଚଳିତ ବର୍ଷ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୁପକ୍ଷ ଅଗଣତାନ୍ତ୍ରିକ ଭାବେ ପାଠାଗାର ସମେତ ଭଞ୍ଜଭବନ କୁ ନିଜ ଅକ୍ତିଆରକୁ ନେଇ ବିଭିନ୍ନ ଗଣମାଧ୍ୟମରେ ବିଭ୍ରାନ୍ତିକର ବିବୃତିମାନ ଦେଉଛନ୍ତି । ଚଳିତ ବର୍ଷ ଆଦର୍ଶ ପାଠାଗାର ଓ ଭଞ୍ଜ କଲ୍ଚରାଲ ଟ୍ରଷ୍ଟ କୁମାର ପୂର୍ଣ୍ଣିମା ଉତ୍ସବକୁ ଆରଏସପି ତରଫରୁ ବାଧା ସୃଷ୍ଟି କରାଯିବାରୁ ତାହାକୁ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଛି। ସୂଚନାଯୋଗ୍ୟ ଯେ ଆଦର୍ଶ ପାଠାଗାର ୧୯୮୨ ମସିହାରେ ଭଞ୍ଜ କଲ୍ଚରାଲ ଟ୍ରଷ୍ଟ ଗଠନ କରିଥିଲା । ସେହିଦିନ ଠାରୁ ୨୦୨୨ ମସିହା ପର୍ଯ୍ୟନ୍ତ ଆରଏସପି ର ପରିଚାଳନା ମୁଖ୍ୟ ଟ୍ରଷ୍ଟର ମୁଖ୍ୟ ହୋଇ ରହୁଥିଲେ। ଏହା ୨୦୨୨ ପର୍ଯ୍ୟନ୍ତ ଆଦର୍ଶ ପାଠାଗାରର ସହଯୋଗ ଓ ମିଳିତ ଭାବେ ବିଭିନ୍ନ ଭାଷା, ସଂସ୍କୃତି କାର୍ଯ୍ୟକ୍ରମ କରିଆସୁଥିଲା । ତେବେ ଚଳିତ ବର୍ଷ ସାହିତ୍ୟ ସଂସ୍କୃତିର ଧାର ଧାରିନଥିବା ଆରଏସପି ଅଧିକାରୀମାନେ ଏପରି ଏକ ମହାନ କାର୍ଯ୍ୟକ୍ରମକୁ ସଫଳ ଭାବରେ ପାଳନ କରିବା ନେଇ ସାଧାରଣରେ ସଂଶୟ ସୃଷ୍ଟି ହୋଇଛି। ସୂଚନା ମିଳିଛି ଯେ ସାହିତ୍ୟ ସଂସ୍କୃତି ଧାର ଧାରିନଥିବା ଆରଏସପି ଓ ଏକ ନୂତନ ଭଞ୍ଜ କଲ୍ଚରାଲ ଟ୍ରଷ୍ଟ ନାମରେ କମିଟି କରି ଚଳିତ ବର୍ଷ କୁମାର ଉତ୍ସବ ପାଳନ କରିବ । ବିଗତ ବର୍ଷ ଏଭଳି ଏକ ଲୋକହସା କାର୍ଯ୍ୟକ୍ରମ କରି ନିନ୍ଦିତ ହୋଇଥିଲା । ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ ଆଦର୍ଶ ପାଠାଗାର ଦ୍ଵାରା ଗଠିତ ଭଞ୍ଜ କଲ୍ଚରାଲ ଟ୍ରଷ୍ଟ ର କୈ।ଣସି ସମ୍ପୃକ୍ତି ନାହିଁ ବୋଲି ପାଠାଗାରର ସଭାପତି ରାଧାକାନ୍ତ ମିଶ୍ର ଓ ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ମତ ବ୍ୟକ୍ତ କରିଛନ୍ତି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସମ୍ବଲପୁର ରାଲି ଗଣ୍ଡଗୋଳ ଘଟଣା ପ୍ରତିବାଦକୁ ନେଇ ଦେବସେନା ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର 

Sunil Chandra Nayak

ପିବିଏମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୁର୍ନୀତି ନେଇ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ 

masiha

ଆସନ୍ତା ତା ୦୬ -୧୨-୨୦୨୪ ରିଖ ସାପ୍ତାହିକ ହାଟଟି ଶୁକ୍ରବାର ପରିବର୍ତ୍ତେ ରବିବାର ତା ୦୮-୧୨-୨୦୨୪ ରିଖ ଅନୁଷ୍ଠିତ ହେବ.

masiha

Leave a Comment

error: Content is protected !!