ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପଶ୍ଚିମ ମୟୁରଭଞ୍ଜ ଜିଲ୍ଲା ନବ ନିଯୁକ୍ତ କଂଗ୍ରେସ ସଭାପତି ଶ୍ରୀ ଭୁବନ ବିହାରୀ ସାହୁଙ୍କୁ ରାଇରଙ୍ଗପୁର ରେ ଭବ୍ୟ ସମ୍ବର୍ଦ୍ଧନା 

 ପଶ୍ଚିମ ମୟୁରଭଞ୍ଜ ଜିଲ୍ଲା ନବ ନିଯୁକ୍ତ କଂଗ୍ରେସ ସଭାପତି ଶ୍ରୀ ଭୁବନ ବିହାରୀ ସାହୁଙ୍କୁ ରାଇରଙ୍ଗପୁର ରେ ଭବ୍ୟ ସମ୍ବର୍ଦ୍ଧନା 

ମୟୂରଭଂଜ-୫/୧୦- ନବ ନିଯୁକ୍ତ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ଭୁବନ ବିହାରୀ ସାହୁଙ୍କୁ ରାଇରଙ୍ଗପୁର କଲ୍ୟାଣୀ ମଣ୍ଡପ ପରିସରରେ ଆଜି ରବିବାର ଦିନ ନଗର ସଭାପତି ଅଶୋକ ଅଗ୍ରୱାଲ୍ଲା ଙ୍କ ସଭାପତିତ୍ବରେ ଭବ୍ୟ ଉତ୍ସସ୍ବିତ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା |

କାର୍ଯ୍ୟକ୍ରମରେ ସାରସକଣା ଓ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ସମସ୍ତ ବ୍ଲକ ସ୍ତରୀୟ ଓ ପଞ୍ଚାୟତ ସ୍ତରୀୟ କଂଗ୍ରେସର ସମସ୍ତ ଛାମୁଁଆ ସଂଗଠନର ନେତୃଵୃନ୍ଦ , କର୍ମକର୍ତ୍ତା ଓ ଦଳୀୟ କର୍ମୀ ପ୍ରମୁଖ ଯୋଗ ଦେଇଥିଲେ |ସମ୍ବର୍ଦ୍ଧନା ଉତ୍ସବରେ ରାଜ୍ୟ ଆଦିବାସୀ ସେଲର କଂଗ୍ରେସ ଉପାଧ୍ୟକ୍ଷ ତଥା ପ୍ରାକ୍ତନ କଂଗ୍ରେସ ଵିଧାୟକ ଲକ୍ଷ୍ମଣ ମାଝୀ, ପୂର୍ବତନ ବିଧାୟକ ଶ୍ୟାମ ଚରଣ ହାଁସଦା, ରାଜ୍ୟ ଆଦିବାସୀ କଂଗ୍ରେସ ପ୍ରବକ୍ତା ତଥା ପ୍ରାକ୍ତନ ବିଧାୟକ ପ୍ରହ୍ଲାଦ ପୁର୍ତ୍ତୀ, ପଶ୍ଚିମ ମୟୂରଭଞ୍ଜ ଆଦିବାସୀ ଅଧ୍ୟକ୍ଷ ବେରେଲ ସିର୍କା, ପୂର୍ବତନ ନଗର ସଭାପତି ଗୋଲୋକ ବିହାରୀ ମହାନ୍ତି, ବରିଷ୍ଠ କଂଗ୍ରେସ ନେତା ଅନନ୍ତ ଖୁଣ୍ଟିଆ ଓ ବସନ୍ତ ପଟ୍ଟନାୟକ, ରାଇରଙ୍ଗପୁର ସଂଯୋଜକ ରୂପକ ମହାନ୍ତି, ବହଳଦା ସଂଯୋଜକ ଆଲୋକ ବରାଳ, ଜାମଦା ସଂଯୋଜକ ହେଲେନା ବାଗେ,ତିରିଙ୍ଗ ସଂଯୋଜକ ମହମ୍ମଦ ଖାନ୍, ବହଳଦା ୨ ସଂଯୋଜକ ଅଜୟ ରାଉତ ଓ ଶଶି କପୁର ଯାଦବ, ବିଜାତଳା ସଂଯୋଜକ ନିଶାକର ପାତ୍ର, ରତ୍ନାକର ପାତ୍ର ଓ ଭୀମସେନ୍ ଟୁଡୁ, ବିଶୋଇ ସଂଯୋଜକ ସୁବାଷ ପାତ୍ର, ନାରାୟଣ ମହାପାତ୍ର ଓ ନୀଳରତନ ସାହୁ, ସାରସକଣା ସଂଯୋଜକ ବିରଞ୍ଚି ନାଏକ, ମନରଞ୍ଜନ ନାଏକ ଓ ଅଶୋକ ସେଠୀ, ଏବଂ କୁସୁମୀ ସଂଯୋଜକ ଡମ୍ବରୁଧର ଗିରି, ପ୍ରମୁଖ ଉପସ୍ଥିତ ଥିଲେ |ପରି ଶେଷରେ ପୂର୍ବତନ ସାରସକଣା ପର୍ଯ୍ୟବେକ୍ଷକ ଭଜହରି ମହାନ୍ତ ଓ ଏସ୍ ସି ମୋର୍ଚା ସଭାପତି ଭାଗୀରଥୀ ପାତ୍ର ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇ ଥିବା ସମସ୍ତ କଂଗ୍ରେସ କର୍ମକର୍ତ୍ତା ମାନଙ୍କୁ ଉତ୍ସାହିତ କରିବା ସହିତ ବିଜୁ ଜନତା ଦଳରୁ କଂଗ୍ରେସ ଦଳରୁ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଭରତ ଚନ୍ଦ୍ର ମହାନ୍ତ ବିଧିବଦ୍ଧ ଭାବରେ କଂଗ୍ରେସ ଦଳରେ ଯୋଗ ଦେଇଥିବାରୁ ତାଙ୍କୁ ମଧ୍ୟ ସ୍ଵାଗତ କରିଥିଲେ | ସଭାପତି ଭୁବନ ସାହୁ କହିଲେ ପଶ୍ଚିମ ମୟୂରଭଂଜ ଜିଲ୍ଲାର ସାଧାରଣ,ଲୋକ,ଖଟିଖିଆ,ଶ୍ରମିକ,ଯୁବ,ଛାତ୍ର,ମହିଳା ସର୍ବୋପରି ମା’ ମାଟି ମାନୁଷର ହକ୍ ପାଇଁ କଂଗ୍ରେସ ଦଳ ଲଢେଇ କରିବ। ରାହୁଲ ଗାନ୍ଧୀ ଏବଂ ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଦାସଙ୍କ ନେତୃତ୍ଵରେ କଂଗ୍ରେସ ଆଗକୁ ଆଗ ବଢିବ ।ସମ୍ବିଧାନ ବଞ୍ଚାଅ,ମହିଳା ସୁରକ୍ଷା,ବେକାରୀ ବୃଦ୍ଧି,ଦରଦାମ ବୃଦ୍ଧି,ଶ୍ରମିକ ଭାରତ,କୃଷକ ଭାରତ,ଶିଳ୍ପାୟନ ବନ୍ଦ ବିରୋଧରେ ଲଢେ଼ଇ ଜାରି ରହିବ ।ରାଇରଙ୍ଗପୁର ରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ରାଉରକେଲା ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପ୍ରଚାର 

masiha

କଂଗ୍ରେସର ଜନ ସମ୍ପର୍କ ଯାତ୍ରା 

masiha

ଭାଜପା ସଦସ୍ୟତା ଅଭିଯାନ କର୍ମଶାଳା

masiha

Leave a Comment

error: Content is protected !!