ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଗତି ଉତ୍କଳ ସଂଘରେ ଚିତ୍ତରଞ୍ଜନ ଦାସଙ୍କ ଜୟନ୍ତୀ ପାଳିତ

ମାନବବାଦୀ ଓ ସାର୍ବଜନୀନ ଦୃଷ୍ଟିକୋଣ ପାଇଁ ଚିତ୍ତରଞ୍ଜନ ଦାସ ଥିଲେ ଅନନ୍ୟ ,
ଅସୀମିତ ପ୍ରଜ୍ଞା ଓ ଗଭୀର ଚିନ୍ତାଧାରା ସମନ୍ୱିତ ଚିତ୍ତରଞ୍ଜନ ଥିଲେ ଓଡ଼ିଶାର ସକ୍ରେଟିସ୍ ,

ପ୍ରଗତି ଉତ୍କଳ ସଂଘରେ ଚିତ୍ତରଞ୍ଜନ ଦାସଙ୍କ ଜୟନ୍ତୀ ପାଳିତ

ରାଉରକେଲା: ଧୂରୀଣ ଲେଖକ, ଅନୁବାଦକ, ଦାର୍ଶନିକ ତଥା ସମାଜ ସଂସ୍କାରକ ଚିତ୍ତରଞ୍ଜନ ଦାସ ଜଣେ ପ୍ରତିଷ୍ଠିତ ଶିକ୍ଷକ ଭାବରେ ସୁପରିଚିତ। ଶାନ୍ତିନିକେତନ ଓ ଡେନମାର୍କ ର କୋପେନ ହେଗେନ ବିଶ୍ୱବିଦ୍ୟାଳୟ ସମେତ ବିଭିନ୍ନ ଦେଶରେ ଅଧ୍ୟୟନ ଓ ଶିକ୍ଷାଦାନ ତାଙ୍କ ଶିକ୍ଷାକୁ ଅଧିକ ପ୍ରଭାବଶାଳୀ କରିଥିଲା। ସେ ପୃଥିବୀର ବହୁ ଭାଷାକୁ ଆୟତ୍ତ କରିବା ସହ ଦର୍ଶନ, ମନୋବିଜ୍ଞାନ, ସମାଜବିଜ୍ଞାନ, ଧର୍ମଶାସ୍ତ୍ର, ଭାଷା ଓ ସାହିତ୍ୟ ଆଦି ଅନେକ ବିଷୟରେ ଦକ୍ଷତା ଅର୍ଜନ କରିଥିଲେ। ତାଙ୍କର ଅତ୍ୟନ୍ତ ସରଳ ଜୀବନଶୈଳୀ, ଗଭୀର ଜ୍ଞାନ ଏବଂ ସମସ୍ତଙ୍କ ପ୍ରତି ଥିବା ଅକୃତ୍ରିମ ସ୍ନେହ ପାଇଁ ସେ ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କର ଅତି ଆପଣାର ‘ଚିତ୍ତଭାଇ’ ଭାବରେ ପରିଚିତ ଥିଲେ। ତାଙ୍କର ଅସୀମିତ ପ୍ରଜ୍ଞା ଓ ଚିନ୍ତାଧାରାର ଗଭୀରତା ପାଇଁ ତାଙ୍କୁ ‘ଓଡିଶାର ସକ୍ରେଟିସ୍’ ବୋଲି କୁହାଯାଏ। ତାଙ୍କ ରଚନାରେ ଆଧ୍ୟାତ୍ମିକ ଅନ୍ୱେଷା, ସୌନ୍ଦର୍ଯ୍ୟ-ରହସ୍ୟ ଏବଂ ବକ୍ରୋକ୍ତିର ସମାବେଶ ଦେଖିବାକୁ ମିଳେ। ଜଣେ ସଫଳ ଶିକ୍ଷକ ଭାବେ ଚିତ୍ତରଞ୍ଜନ କେବଳ ପାଠ୍ୟକ୍ରମ ଶିକ୍ଷା ଦେଉନଥିଲେ, ବରଂ ଜୀବନର ମୂଲ୍ୟବୋଧ ଓ ସାମାଜିକ ଚେତନାକୁ ପିଲାମାନଙ୍କ ମଧ୍ୟରେ ସଞ୍ଚାର କରିବାରେ ବିଶ୍ବାସ କରୁଥିଲେ।

ପ୍ରଗତି ଉତ୍କଳ ସଂଘର ସଭାଗୃହରେ ସଭାପତି ପ୍ରତାପ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଚିତ୍ତରଞ୍ଜନ ଦାସଙ୍କ ୧୦୨ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ଉପସ୍ଥିତ ଅତିଥି ଏବଂ ବକ୍ତା ମାନେ ଉପରୋକ୍ତ ମନ୍ତବ୍ୟ ପ୍ରଦାନ କରିଥିଲେ । ପ୍ରଥମେ ଅତିଥି ମାନେ ଚିତ୍ତରଞ୍ଜନଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଏବଂ ପ୍ରଦୀପ ପ୍ରଜ୍ଜ୍ବଳନ ପରେ ଗଙ୍ଗାଧର ତ୍ରିପାଠୀ ରବୀନ୍ଦ୍ର ସଂଗୀତ ଗାନ କରିଥିଲେ। ସଭାପତି ପ୍ରତାପ କୁମାର ସ୍ବାଇଁଙ୍କ ସ୍ବାଗତ ଅଭିଭାଷଣ ପ୍ରଦାନ ପରେ ପାଠାଗାରର ଯୁଗ୍ମ ସମ୍ପାଦକ ଲକ୍ଷ୍ମଣ ନାଥ ଦାସ ଆଲୋଚ୍ୟ ବିଷୟ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ। ବନ୍ଦିତା ବକ୍ତା ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଷ୍ଠା କବି ଶତପଥୀ ‘ ଶିକ୍ଷକ ଚିତ୍ତରଞ୍ଜନ’ ଶୀର୍ଷକରେ ଆଲୋଚନା କରିଥିବାବେଳେ ସଂଘର ଅନ୍ୟତମ ଉପସଭାପତି ଡ. ପ୍ରଭାତ କୁମାର ମଲ୍ଲିକ ‘ଚିତ୍ତମାନସ ଏକ ଭିନ୍ନ ଦୃଷ୍ଟି’ ସମ୍ପର୍କରେ ଏକ ତାତ୍ବିକ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ପ୍ରଫେସର ଶଙ୍କର ପ୍ରସାଦ ତ୍ରିପାଠୀ ମଧ୍ୟ ଚିତ୍ତରଞ୍ଜନଙ୍କ ବିରଳ ବ୍ୟକ୍ତିତ୍ବ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ ଯେତେବେଳେ ଅନ୍ତରର କଥା ସାହିତ୍ୟ ଲେଖେ ସେତେବେଳେ ସାହିତ୍ୟ ବଳିୟାନ ହୁଏ। ନିଜକୁ ଅନ୍ତର୍ମୁଖୀ କରିପିରିଲେ ତାହା ସମାଜ ପାଇଁ ଲାଭଦାୟକ। ସଂଘର ଉପଦେଷ୍ଟା ଏବଂ ଚିତ୍ତରଞ୍ଜନ ଜନ୍ମ ବାର୍ଷିକୀ ପାଳନ କମିଟିର ଆବାହକ ଭାରତ ଭୂଷଣ ମହାନ୍ତି ମଞ୍ଚ ସଂଯୋଜନା କରି ଚିତ୍ତରଞ୍ଜନ ଙ୍କ ଜୀବନାଦର୍ଶ, ବ୍ୟକ୍ତିତ୍ବ, ତାଙ୍କର ସୃଷ୍ଟି, ଉର୍ଦ୍ଧାୟିତ ଚେତନା ଓ ତାଙ୍କର ବସୁଧୈବ କୁଟୁମ୍ବକମ ନୀତି ସମ୍ପର୍କରେ ଆଲୋଚନା କରିଥିଲେ । ସାଧାରଣ ସମ୍ପାଦକ ରାଧାମୋହନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଉପସଭାପତି ରଶ୍ମି ରଞ୍ଜନ ବୋଇତାଇ, ଧରଣୀଧର ସାମଲ, ଘନଶ୍ୟାମ ଧଳ, ଅଶୋକ କୁମାର ପଟ୍ଟନାୟକ, ଅରବିନ୍ଦ ପାତ୍ର, ସ୍ମିତା ମିଶ୍ର, ରଶ୍ମୀ ସାହୁ, ଇନ୍ଦ୍ରମଣି ମହାପାତ୍ର, ବରୁଣ ନାହାକ, ପ୍ରଦୀପ କୁମାର ପଟ୍ଟନାୟକ, ଶୁଭ୍ରାଂଶୁ ଶେଖର ମହାପାତ୍ର, ପରିକ୍ଷୀତ ଗୁରୁ ପ୍ରମୁଖ ସହାୟତା କରିଥିବାବେଳେ ଡାକ୍ତର କୃପାସିନ୍ଧୁ ନାୟକ, ରାଜୀବ ପାଣି, ଦାମୋଦର ରାଉତ, ବିଜୟ ରାୟ, ପ୍ରଫୁଲ୍ଲ ସାମଲ, ସଂଜୀବ ଭୋଇ, ପ୍ରମୋଦ ଜଗଦେବ, ନାରାୟଣ ଦଳାଇ, ଗୀତା ରାଣୀ ବେହେରା, , ପ୍ରମୋଦ କୁମାର ପତି, ଦିଲୀପ କୁମାର ଭୋଇ, କରୁଣାକର ପାଟ୍ଟଶାଣୀ, ବ୍ରଜେନ୍ଦ୍ର କୁମାର ଦାଶ, କାଶୀନାଥ ନନ୍ଦୀ, ଚିତ୍ତରଞ୍ଜନ ବ୍ରହ୍ମା, ବ୍ରହ୍ମାନନ୍ଦ ପାଢ଼ୀ, ଗୌତମ ଦାସ, ସୁନୀଲ କୁମାର ମହାନ୍ତି, ଗଙ୍ଗାଧର ପୁହାଣ, କୁଞ୍ଜବିହାରୀ ରାଉତ, ପ୍ରଦୀପ ପଟ୍ଟନାୟକ ପ୍ରମୁଖଙ୍କ ସହ ସହରର ବହୁ ସାହିତ୍ୟ -ସଂସ୍କୃତି ପ୍ରେମୀ ବୁଦ୍ଧିଜୀବୀ ଯୋଗ ଦେଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପାର୍ବତୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ 

masiha

ରାଜ୍ୟସ୍ତରୀୟ କୃଷି ଓଡିଶା ଉଦଯାପୀତ ଦିବସରେ ଢେଙ୍କାନାଳ ଜିଲ୍ଲାର ଚାଷୀ ଗୋପବନ୍ଧୁ ବେହେରା ରାଜ୍ୟପାଳଙ୍କ ଠାରୁ ସଂମ୍ମାନିତ

Sunil Chandra Nayak

ପରିବାର ମଙ୍ଗଳରେ ରହିବାନେଇ ସତସଙ୍ଗ ପ୍ରଦାନ କଲେ ପୁଅ ବୋହୁ

Sunil Chandra Nayak

Leave a Comment

error: Content is protected !!