ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୋକଙ୍କ ଜୀବନ ସହ ଖେଳୁଛି ସ୍ୱାସ୍ଥ୍ୟ ବିଭାଗ,ଏକ୍ସପାଇରୀ ମେଡ଼ିସିନ ବାଣ୍ଟିଲେ,ପୁଣି ଫେରେଇ ଆଣିଲେ 

ଲୋକଙ୍କ ଜୀବନ ସହ ଖେଳୁଛି ସ୍ୱାସ୍ଥ୍ୟ ବିଭାଗ,ଏକ୍ସପାଇରୀ ମେଡ଼ିସିନ ବାଣ୍ଟିଲେ,ପୁଣି ଫେରେଇ ଆଣିଲେ 

ନବରଙ୍ଗପୁର:(୭/୧୦)(ରବି ନାରାୟଣ ମହାନ୍ତି) ଲୋକଙ୍କ ଜୀବନ ସହ ଖେଳୁଛି ସ୍ୱାସ୍ଥ୍ୟ ବିଭାଗ । ସ୍ୱାସ୍ଥ୍ୟ ସେବା ଯୋଗେଇଦେବା ନାଁରେ ଲୋକଙ୍କୁ ଏକ୍ସ ପାଇରୀ ମେଡ଼ିସିନ ବଣ୍ଟନ କରାଯାଉଛି । ତାହାବି ଛୋଟ ଶିଶୁ ମାନଙ୍କୁ ଏଭଳି ଏକ୍ସ ପାଇରୀ ସିରପ ପ୍ରଦାନ କରାଯାଇଛି । ଭ୍ରାମ୍ୟମାଣ ଗାଡ଼ିରେ ଗାଁ ଗାଁ ବୁଲି ଏଭଳି ଡେଟ ଏକ୍ସପାଇରୀ ମେଡ଼ିସିନ ବଣ୍ଟା ଯାଇଥିବା ଅଭିଯୋଗ ହୋଇଛି । ସ୍ୱାସ୍ଥ୍ୟ ବିଭାଗ ର ଏଭଳି ଦାୟିତ୍ଵ ହୀନତା କାର୍ଯ୍ୟ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ରେ ଦେଖିବାକୁ ମିଳିଛି । ମିଳିଥିବା ସୂଚନା ମୁତାବକ ନନ୍ଦାହାଣ୍ଡି ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ଥିବା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଗାଡ଼ି ଗତ ୪ ତାରିଖ ଦିନ ମେଣ୍ଟ୍ରି ପଂଚାୟତ ଅନ୍ତର୍ଗତ ବରାଗାଁ,ହିର୍ଲିଆ ଗୁଡା ଓ ବାଦୀଗୁଡା ଗାଁ ରେ ସ୍ୱାସ୍ଥ୍ୟ ସେବା ଯୋଗେଇବା ପାଇଁ ଯାଇଥିଲା । ସମ୍ପୃକ୍ତ ଗ୍ରାମର ଅନେକ ପରିବାରର ଛୋଟ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ମେଡ଼ିସିନ ବଣ୍ଟନ ହୋଇଥିଲା । ଦୁଃଖ ର ବିଷୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ୍ସ ପାଇରୀ ମେଡ଼ିସିନ ବଣ୍ଟନ କରି ଚାଲି ଆସିଥିଲେ । ବାଦୀଗୁଡା ଗ୍ରାମର ୪ ବର୍ଷୀୟା ଶିଶୁ ଙ୍କ ଜ୍ୱର ଓ ଥଣ୍ଡା କାଶ ହେଉଥିଲା । ତାଙ୍କୁ ପାରାସିଟମଲ ସିରଫ ପ୍ରଦାନ କରାଯାଇଛି । ସିରଫ ରେ ଅଗଷ୍ଟ ମାସରୁ ଏକ୍ସପାଇରୀ ଡେଟ ଉଲ୍ଲେଖ ରହିଛି । ସେହିପରି ସମ୍ପୃକ୍ତ ଗ୍ରାମର ଅନ୍ୟ ଜଣେ ୧ ବର୍ଷୀୟା ଶିଶୁ ଙ୍କ କାଛୁ କୁଣ୍ଡିଆ ହେଉଥିବା ବେଳେ ତାଙ୍କୁ ଦୁଇଟି ଅଇଣ୍ଟମେଣ୍ଟ ପ୍ରଦାନ କରାଯାଇଛି । ସେଥିରୁ ଗୋଟିଏ ଏକ୍ସପାଇରୀ ହୋଇଥିବା ଦେଖିବାକୁ ମିଳିଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ କୁ ଅବଗତ କରାଯାଇଛି । ତେବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉକ୍ତ ମେଡ଼ିସିନ ସେବନ କରିବା ପାଇଁ ବାରଣ କରାଯାଇଛି । ସମ୍ପୃକ୍ତ ପରିବାର ସଦସ୍ୟ ସଚେତନ ହୋଇଥିବା ଯୋଗୁଁ ମେଡ଼ିସିନ ଏକ୍ସପାଇରୀ ତାରିଖ ଦେଖିଥିଲେ । ଯଦି ଅନ୍ୟ କୌଣସି ପରିବାର ତାରିଖ ନଦେଖି ମେଡ଼ିସିନ ବ୍ୟବହାର କରିଥିଲେ କଣ ହୋଇଥାନ୍ତା । ଏମିତି କ୍ଷେତ୍ରରେ କାହାର ଜୀବନ ଚାଲିଯାଇଥାନ୍ତା ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି । ବିଶେଷକରି ସ୍ୱାସ୍ଥ୍ୟ ବିଭାଗ ର ଏଭଳି ବେଖାତିର କାର୍ଯ୍ୟ କୁ ବିଭିନ୍ନ ମହଲ ରେ ନିନ୍ଦା କରାଯାଇଛି । ଅନ୍ୟପଟେ ବରାଗାଁ ର ଜଣେ ମହିଳା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ମେଡ଼ିସିନ ଫେରେଇ ନେଇଥିବା ପ୍ରକାଶ କରିଛନ୍ତି । ଏ ନେଇ ସ୍ୱାସ୍ଥ୍ୟ ବିଭାଗ ଅଧିକ୍ଷକ ଡା ପ୍ରଭଞ୍ଜନ ପରିଡା ଙ୍କୁ ଯୋଗାଯୋଗ କରିବାରୁ କ୍ରସ ଚେକିଂ ପାଇଁ ଷ୍ଟାଫ ପଠେଇଥିବା କହିଛନ୍ତି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ମା’ ମାଣିକେଶ୍ୱରୀ, କଳାହାଣ୍ଡି ଶାଖାର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

ତେରେସିଂହା ଠାରେ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ

Sunil Chandra Nayak

ଶିକ୍ଷକ ଡେପୁଟେସନ୍‌କୁ ବିରୋଧ କରି ଜିଲ୍ଲାପାଳଙ୍କ ପାଖରେ ଗୁହାରୀ

Sunil Chandra Nayak

Leave a Comment

error: Content is protected !!