ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଟୋ ଚାଳକଙ୍କ ମହାନତା, ହଜିଯାଇଥିବା ସାମଗ୍ରୀକୁ ଫେରାଇଲେ ତାହାର ପ୍ରକୃତ ମାଲିକଙ୍କୁ

ଅଟୋ ଚାଳକଙ୍କ ମହାନତା, ହଜିଯାଇଥିବା ସାମଗ୍ରୀକୁ ଫେରାଇଲେ ତାହାର ପ୍ରକୃତ ମାଲିକଙ୍କୁ 

ନର୍ଲା /ମସିହା /୦୭/୧୦/୨୫ — କଳାହାଣ୍ଡି ଜିଲ୍ଲା ନର୍ଲାରୋଡ ନିବାସୀ ଦିବାକର ବେହେରା ସହ ତାଙ୍କ ପରିବାର ଗତ ୨ ଅକ୍ଟବର ( ଦଶହରା )ଦିନ କୌଣସି କାମରେ ଭବାନୀପାଟଣା ଆସିଥିଲେ କାମ ସାରି ଭବାନୀପାଟଣା ବସଷ୍ଟାଣ୍ଡକୁ ଏକ ଅଟୋ ରେ ଆସି ଓହ୍ଲାଇବା ସମୟରେ ତାଙ୍କ ବ୍ୟାଗଟି ଭୁଲିଯାଇଥିଲେ l ସହରର ବିଭିନ୍ନ ସିସି ଟିଭି ଯାଞ୍ଚ କରିବା ପରେ ମଧ୍ୟ ବ୍ୟାଗ ର କୌଣସି ପତ୍ତା ମିଳିନଥିଲା l ଅଟୋ ଚାଳକ ଉକ୍ତ ବ୍ୟାଗରୁ ଏକ ମୋବାଇଲ ବିଲରୁ ମୋବାଇଲ ନମ୍ବର ସଂଗ୍ରହ କରି ନର୍ଲା ଚାରିଛକରେ ଥିବା କଭର ୱାଲଡ଼ ମୋବାଇଲ ଦୋକାନର ମାଲିକଙ୍କୁ ଯୋଗାଯୋଗ କରିଥିଲେ l ଗତକାଲି ସୋମବାର ସନ୍ଧ୍ୟା ସମୟରେ ମୋବଇଲ ଦୋକାନି ଶ୍ରୀଯୁକ୍ତ ବେହେରା ଉକ୍ତ ବିଷୟରେ ଜଣାଇ ଅଟୋ ଚାଳକଙ୍କୁ ଯୋଗାଯୋଗ କରିବାରୁ ଅଟୋ ଚାଳକ ଜଣକ ନର୍ଲା ଥାନା କମର୍ଦ୍ଧl ଗ୍ରାମପଞ୍ଚାୟତ ମୁଣ୍ଡାଗାଁ ର ହେମନ୍ତ ପୁଝାରୀ ବୋଲି ଜଣା ପଡିଥିଲା ଏବଂ ବ୍ୟାଗକୁ ତାର ପ୍ରକୃତ ମାଲିକଙ୍କୁ ଫେରାଇଛନ୍ତି l ଅଟୋ ଚାଳକଙ୍କ ମହାନତା ପାଇଁ ସବୁ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି l

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ଥୁଆମୂଳ ରାମପୁର ଠାରେ କ୍ରାନ୍ତିଯାତ୍ରା 

Sunil Chandra Nayak

ବିଷମିଶା ରଙ୍ଗୀନ ଖାଦ୍ୟ ଖାଇ ରୋଗରେ ସଢ଼ୁଛନ୍ତି ଲୋକେ କୁମ୍ବକର୍ଣ୍ଣ ନିଦ୍ରାରେ ଯାଜପୁର ଖାଦ୍ୟ ସୁରକ୍ଷା ବିଭାଗ

masiha

ଧର୍ମଗଡ ବ୍ଲକ ରେ ଅଭିଯୋଗ ଶୁଣାଣି ଶିବିର 

Sunil Chandra Nayak

Leave a Comment

error: Content is protected !!