ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣା ଠାରେ ଶିଶୁ ସୁରକ୍ଷା ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ 

ଭବାନୀପାଟଣା ଠାରେ ଶିଶୁ ସୁରକ୍ଷା ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ 

ଭବାନୀପାଟଣା ଠାରେ ଶିଶୁ ସୁରକ୍ଷା ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ତଥା ଜିଲ୍ଲା ପ୍ରଶାସନ କଲାହାଣ୍ଡି ଓ କର୍ତ୍ତବ୍ୟ ଅନୁଷ୍ଠାନ ର ମିଳିତ ସହଯୋଗ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର, ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷା ସୁଶ୍ରୀ ସ୍ୱର୍ଣ୍ଣଲତା ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ର, ଅତିରିକ୍ତ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡ. ନିହାରେନ୍ଦ୍ର ପଣ୍ଡା , ଡିଏସପି IUCAW ଶ୍ରୀ କୁଲ୍ଲୁ ଏବଂ କର୍ତ୍ତବ୍ୟ ଅନୁଷ୍ଠାନ ର ମୁଖ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହି କର୍ମଶାଳାରେ ବିଭିନ୍ନ ଶିଶୁ ସୁରକ୍ଷା ସମ୍ପର୍କିତ ବାଲ୍ୟବିବାହ ପ୍ରଥାର ନିରାକରଣ, ଶିଶୁ ଶ୍ରମିକ ପ୍ରଥା ନିବାରଣ, ଶିଶୁ ଭିକ୍ଷାବୃତ୍ତି ଉଚ୍ଛେଦ ଏବଂ ଶିଶୁ ଚାଲାଣ ରୋକିବା ଦିଗରେ ବିଭିନ୍ନ ଆଲୋଚନା କରାଯାଇଥିଲା। ଜିଲ୍ଲାରେ ହେଉଥିବା ଏହି ସମସ୍ୟା ସବୁକୁ କିପରି ରୋକା ଯାଇପାରିବ ଏବଂ ଏ ଦିଗରେ ସରକାରୀ ବ୍ୟବସ୍ଥା, ପୋଲିସ ସେବା, ସରକାରୀ ଯୋଜନା, ସରକାରୀ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱ , ଅଣସରକାରୀ ସଂସ୍ଥା ମାନଙ୍କ ସହଯୋଗ ଓ ସମସ୍ତଙ୍କର ସମନ୍ୱୟ ରକ୍ଷା କରି କିପରି ଶିଶୁମାନଙ୍କ ଅଧିକାର ସୁନିଶ୍ଚିତ କରାଯାଇପାରିବ ଓ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ସେ ସମ୍ପର୍କରେ unicef odisha ର ଶିଶୁ ସୁରକ୍ଷା ବିଶେଷଜ୍ଞ ଘାସିରାମ ପଣ୍ଡା, ବଲାଙ୍ଗୀର ଜିଲ୍ଲା ର ପୂର୍ବତନ DCPO ଶ୍ରୀମତି ଲକ୍ଷ୍ମୀ ସିଂହ ଏବଂ ଅବସରପ୍ରାପ୍ତ ପ୍ରଫେସର ତଥା ପୂର୍ବତନ CWC ର ଅଧକ୍ଷ ଡ. ଅଜୟ ମିଶ୍ର ରିସୋର୍ସ ପର୍ସନ ଭାବରେ ଯୋଗଦେଇ ନିଜର ମତ ପୋଷଣ କରିଥିଲେ ଏବଂ ପ୍ରତିଭାଗୀ ମାନଙ୍କୁ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମ ରେ ପୋଲିସ ବିଭାଗ ର ଡିଏସପି, ଅତିରିକ୍ତ ଏସପି, ସମସ୍ତ ଥାନାର ମହିଳା ଓ ଶିଶୁ ଡେସ୍କ ଅଫିସର, ଶ୍ରମ ବିଭାଗ ର ଅଧିକାରୀ, ପଞ୍ଚାୟତିରାଜ ବିଭାଗ ର ଅଧିକାରୀ, ମହିଳା ଓ ଶିଶୁ ବିକାଶ ବିଭାଗ ର ସମସ୍ତ ସିଡ଼ିପିଓ, ସମସ୍ତ ଏନଏସି ଓ ମ୍ୟୁନିସିପାଲଟି ର ନିର୍ବାହୀ ଅଧିକାରୀ, ଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲା ନିୟୋଜନ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, DPM OLM, ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ମିଶନ ଶକ୍ତି ବିଭାଗ, ବିଭିନ୍ନ NGO ର କର୍ମକର୍ତ୍ତା, ଚାଇଲ୍ଡ ହେଲ୍ପଲାଇନ, ଶିଶୁ ମଙ୍ଗଳ ସମିତି ର ସଦସ୍ୟ/ ସଦସ୍ୟା, କିଶୋର ନ୍ୟାୟ ବୋର୍ଡ ର ସଦସ୍ୟ/ ସଦସ୍ୟା, ବିଭିନ୍ନ ଗଣ ମାଧ୍ୟମ ର ପ୍ରତିନିଧି ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ର ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ। DCPO ଶ୍ରୀ ଶୈଳେନ୍ଦୁ ଶେଖର ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କର୍ତ୍ତଵ୍ୟ ସଂସ୍ଥା ର ଅଶୋକ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦ ର ନୂତନ ଦାୟିତ୍ୱ ପରେ ମାଁ ମାଣିକେଶ୍ବରୀ ଙ୍କ ଦର୍ଶନ କରିଛନ୍ତି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ।

Sunil Chandra Nayak

୩ମାସ ବଦଳ ରେ ୨ମାସ ଚାଉଳ ବଣ୍ଟନ ମାମଲା ରେ ଏମ୍ ଆଇ ଫସିବା ସହିତ, ପିଇଓ ଓ ଯୋଗାଣ ସହାୟକ ଙ୍କୁ ବି ଫସାଇଦେଲେ। ହିତାଧିକାରୀ ନିଜ ହକ ଚାଉଳ ପାଇବେ କେବେ?

Sunil Chandra Nayak

ଏସ୍ ଏସ୍ ଆର୍ ଭି ଏମ୍ ଇସ୍ପାତ ବିଦ୍ୟାଳୟ ର ଏନ୍ ଆଇ ଟି ସହିତ ବୁଝାମଣା ପତ୍ର ସ୍ୱାକ୍ଷରିତ 

Sunil Chandra Nayak

Leave a Comment

error: Content is protected !!