ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦୁଝର କଲେଜରୋଡ ମହାଲକ୍ଷ୍ମୀ କଲଚରାଲ କମିଟି ତରଫରୁ ବ୍ୟାପକ ବ୍ୟବସ୍ଥା

କେନ୍ଦୁଝର କଲେଜରୋଡ ମହାଲକ୍ଷ୍ମୀ କଲଚରାଲ କମିଟି ତରଫରୁ ବ୍ୟାପକ ବ୍ୟବସ୍ଥା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ରେ ଅବସ୍ଥିତ କଲେଜରୋଡ ରେ ମହା ଆଡ଼ମ୍ବରରେ ମହାଲକ୍ଷ୍ମୀ ପୂଜା ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଅବସରରେ ମହାଲକ୍ଷ୍ମୀ କଲଚରାଲ କମିଟି ତରଫରୁ ବ୍ୟବସ୍ଥା ହୋଇଥିବା ନିଷ୍କାମ ପ୍ରସାଦ ସେବା କାର୍ଯ୍ୟକ୍ରମ ଦ୍ୱାରା ଶତାଧ୍ୱ ଶ୍ରଦ୍ଧାଳୁ ଉପକୃତ ହୋଇଛନ୍ତି।

ହୁଳହୁଳି ଓ ଶଙ୍ଖ ଧ୍ୱନି ରେ ମାଙ୍କ ପୂଜାର୍ଚ୍ଚନା ପରେ ପ୍ରାୟ ୨ ହଜାରରୁ ଅଧିକ ଶ୍ରଦ୍ଧାଳୁ ଏହି ପବିତ୍ର ସେବାର ଲାଭ ଉଠାଇଛନ୍ତି। କମିଟି ପକ୍ଷରୁ ବ୍ୟବସ୍ଥା ନିମନ୍ତେ ସଭାପତି ଜ୍ଞାନ ରଞ୍ଜନ ଦାଶ, ସମ୍ପାଦକ ଜିତେନ୍ଦ୍ର କୁମାର ଦାସ, ସ‌ହ ଅନ୍ୟାନ୍ୟ ସ‌ଦସ୍ୟ ମାନେ ଯେପରିକି କିଶୋର କୁମାର ଜେନା, ହିମାଂଶୁ ଶେଖର ଦାସ, ଦୀପକ କୁମାର ଦାସ, ବାଦଲ ବିଶ୍ୱାଳ, ସବ୍ୟସାଚୀ ସାହୁ, ଅଭିମନ୍ୟୁ ସାହୁ, ଓ ଅମୂଲ୍ୟ ମିଶ୍ର ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ବ୍ୟବସ୍ଥାକୁ ସୁଚାରୁ ଭାବେ ସଫଳ କରିଥିଲେ।ଏହି ଭକ୍ତି ପୂର୍ଣ ନାଗରିକ ମାନଙ୍କ ମଧ୍ୟରେ ଆସ୍ଥା ଓ ଏକତାର ବାତାବରଣ ସୃଷ୍ଟି ହୋଇଥଲା। 

ଯୋଡ଼ା ରୁ ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍ 

Related posts

ତମାଖୁମୁକ୍ତ,ନାରିସଶକ୍ତି କରଣ ଓ ବିପର୍ଯ୍ୟୟ ପରିଚାଳନାରେ ସମ୍ପର୍କରେ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ଥନଟ ଗ୍ରାମକୁ ଭଲ ରାସ୍ତାଟିଏ କେବେ? ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଶୁଣାଣି କାର୍ଯ୍ୟ କ୍ରମରେ ଆର ଡି,ରାସ୍ତା ସଂଯୋଗ ପାଇଁ ଥନଟ ଗ୍ରାମବାସୀ ଙ୍କ ଅଭିଯୋଗ

Sunil Chandra Nayak

ପୋଲରୁ ଖସି ଖଡ଼ଗ ନଦୀ ଗର୍ଭରେ ବ୍ୟକ୍ତି ନିଖୋଜ

masiha

Leave a Comment

error: Content is protected !!