ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ଗୋପବନ୍ଧୁ ଜୟନ୍ତୀ ପାଳନ

ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ଗୋପବନ୍ଧୁ ଜୟନ୍ତୀ ପାଳନ

ରାଉରକେଲା: ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ଆନୁକୂଲ୍ୟରେ ପୁଣ୍ୟାତ୍ମା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୮ ତମ ଜୟନ୍ତୀ ସ୍ଥାନୀୟ ବାଲୀଯୋଡ଼ି ଛକ ସ୍ଥିତ ଗୋପବନ୍ଧୁ ପ୍ରତିମୂର୍ତ୍ତି ପରିସରରେ ଅନୁଷ୍ଠାନର ସମ୍ପାଦକ ଅରୁଣ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ପ୍ରଶାସନିକ ସେବା ଅଧିକାରୀ ମହେନ୍ଦ୍ର କୁମାର ପଟ୍ଟନାୟକ,ଆଇ ଡି ଏଲ ଶିଳ୍ପ ସମ୍ପର୍କ ବିଭାଗ ମୁଖ୍ୟ ରଞ୍ଜନ ମହାନ୍ତି, ମାନବିକତା ର ଅଧକ୍ଷ ପ୍ରଶାନ୍ତ ସେଠୀ, ରାଜ୍ୟ କର୍ମଚାରୀ ବିମା ପ୍ରାକ୍ତନ ଅଧିକାରୀ ଡାକ୍ତର ବିଷ୍ଣୁପ୍ରିୟା ଦେଇ ଓ ବିଶିଷ୍ଟ କବୟିତ୍ରୀ ବିଜୟଲକ୍ଷ୍ମୀ ପଟ୍ଟନାୟକ ଯଥାକ୍ରମେ ମୁଖ୍ୟ ଅତିଥି ମୁଖ୍ୟ ବକ୍ତା ସାମ୍ନାନିତ ଅତିଥି ଓ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଗୋପବନ୍ଧୁଙ୍କର କର୍ମମୟ ଜୀବନ , ସ୍ଵାଧୀନତା ସଂଗ୍ରାମ, ରାଜନୈତିକ ଚିନ୍ତାଧାରା, ସମାଜସେବା ଓ ନବ ଓଡ଼ିଶା ଗଠନରେ ତାଙ୍କର ଭୂମିକା ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ସହିତ ପ୍ରଳୟଙ୍କାରୀ ବନ୍ୟା ବାତ୍ୟା ହଇଜା ବ୍ୟାପିଥିବା ଅଞ୍ଚଳରେ ଲୋକଙ୍କୁ ଉଦ୍ଧାର କରିବା ସହ ତାଙ୍କ ମୁହଁରେ ଦାନା ଦେବା ଭଳି ସେବାର ପଟାନ୍ତର ନାହିଁ। ଗୋପବନ୍ଧୁ ଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାପାଇଁ ପାଇଁ ଅଜିର ଯୁବଛାତ୍ର ସମାଜକୁ ବକ୍ତା ମାନେ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନ୍ତର୍ଯ୍ୟାମୀ ବେଉରା, ଭଗଵାନ ସାହୁ, ସୁନୀତା ପରିଡା,ଝୁନୁଲତା ସାହୁ, ସନାତନ ବାରିକ, ଅନୁଆରୀ ବେଗମ, ଶ୍ରୀନାଥ ନାୟକ, , ଚାନ୍ଦମଣି ମାଝି, କମଳାକାନ୍ତ ପତି, ସରୋଜିନୀ ପାଣିଗ୍ରାହୀ ଓ କୈଳାଶ ମଲ୍ଲିକ ପ୍ରମୂଖ ଆଲୋଚନାରେ ଅଂଶଗ୍ରହଣ କରି ପଣ୍ତିତ ଗୋପବନ୍ଧୁ ଦାସଙ୍କ ପ୍ରତି ଗଭୀର ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ପ୍ରାରମ୍ଭରେ ଗୁରୁ ଅଲେଖ ସାହାଣୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସ୍ଥାନୀୟ କଳାକାର ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥଲେ। ଶୋଭନିୟ ଶିକ୍ଷାଶ୍ରମ ର ସଂପାଦକ ନିରଞ୍ଜନ ବେହେରା ଙ୍କ ବିୟୋଗରେ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଗୁରୂମା ଚାରୁଲତା ଦେବୀ ଏକ କବିତାବୃତି ପାଠ କରୁଥିଲେ ଟ୍ରଷ୍ଟ ର ସହ ସମ୍ପାଦିକା ସଚଳା ପଣ୍ଡା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ସନାତନ ସାହୁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ସମସ୍ତ ଶିକ୍ଷାନୁଷ୍ଠାନରେ ଶିକ୍ଷକ ଶିକ୍ଷୟତ୍ରୀ, ସ୍ୱୟଂ ସହାୟିକା ଗୋଷ୍ଠୀ ର ମହିଳା ସମାଜସେବୀ, ଶିକ୍ଷାବିତ୍ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଇପିଏ ୱିକ୍ଲି ସମ୍ପାଦକଙ୍କ ବିୟୋଗରେ ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ମହାସଂଘର ଶୋକ  

masiha

କଳାହାଣ୍ଡି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ କୋକସରା ବ୍ଲକ ଗସ୍ତ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପ୍ରସ୍ତୁତି ସହ ୫ ଟି ହାଇସ୍କୁଲ କାର୍ଯ୍ୟ ତଦାରଖ

Sunil Chandra Nayak

କନ୍ଦାଗଡ଼ ଠାରେ ମହାବିଷ୍ଣୁ ଯଜ୍ଞ ଉଦଯାପିତ

masiha

Leave a Comment

error: Content is protected !!