ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ପୋଷ୍ଟଲ ସପ୍ତାହ ପରିପ୍ରେକ୍ଷୀରେ ରାଇରଙ୍ଗପୁର ପୋଷ୍ଟ ଅଫିସ ରେ ଗ୍ରାହକ ସଚେତନତା ଵୈଠକ

ଜାତୀୟ ପୋଷ୍ଟଲ ସପ୍ତାହ ପରିପ୍ରେକ୍ଷୀରେ ରାଇରଙ୍ଗପୁର ପୋଷ୍ଟ ଅଫିସ ରେ ଗ୍ରାହକ ସଚେତନତା ଵୈଠକ

ମୟୂରଭଂଜ- ୧୦/୧୦/୨୫ —  ସାରା ଭାରତ ବର୍ଷରେ ଅକ୍ଟୋବର ୧୦ ରୁ ଅକ୍ଟୋବର ୨୦ ପର୍ଯ୍ୟନ୍ତ ଜାତୀୟ ପୋଷ୍ଟ ଲ ସପ୍ତାହ ପାଳନ ଆରମ୍ଭ ହୋଇଛି l ଏ ପରିପ୍ରେକ୍ଷୀରେ ଆଜି ଅପରାହ୍ନ ୪ ଘଟିକା ରେ ରାଇରଙ୍ଗପୁର ପୋଷ୍ଟ ଲ ବିଭାଗ ଦ୍ଵାରା ରାଇରଙ୍ଗପୁର ପୋଷ୍ଟ ଫୋରମ୍ ର ଏକ ଜରୁରୀ ବୈଠକ୍ ସୂପରି ଟେନ୍ ଡେନ୍ଟ ଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି l ଆଜିର ବୈଠକ ଗରାଖ ସଚେତନତା ଉପରେ ପର୍ଯ୍ୟବେସିତ  ଥିଲା l ଆଗାମୀ ଦିନରେ ପୋଷ୍ଟଲ ବିଭାଗର କାର୍ଯ୍ୟ ଦକ୍ଷତାକୁ ବହୁ ଗୁଣିତ ତଥା ଗୁଣାତ୍ମକ କରିବାକୁ ବୈଠକରେ ସହମତି  ପ୍ରକାଶ ପାଇଥିବା କଥା ସୁପରି ଟେନ ଡେନ୍ଟ ଗୌରାଙ୍ଗ ଚରଣ ବେହେରା ପ୍ରକାଶ କରିଛନ୍ତି l ଆଜିର ବୈଠକ ସୂପରୀ ଟେନ ଦେଣ୍ଟ ଗୌରାଙ୍ଗ ଚରଣ ବେହେରାଙ୍କ ସଭାପତିତ୍ୱରେ ଆହୁତ ହୋଇଥିଲା l ବୈଠକରେ ଫୋରମ୍ ର ଅନ୍ୟାନ୍ୟ ସଭ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ ତଥା ଶିକ୍ଷାବିତ୍ ସୁରଥ କୁମାର ପଟ୍ଟନାୟକ ବିଶିଷ୍ଟ ବ୍ୟବସାୟୀ ମହାବୀର ପ୍ରସାଦ ଅଗ୍ରୱାଲ,ରାଇରଙ୍ଗପୁର ମହାବିଦ୍ୟାଳୟର ଅଧ୍ୟାପକ ରାଜେଶ କୁମାର ରାମ  ରାମ, ରାଇରଙ୍ଗପୁର ମହୁଲଡିହା ସ୍ଥିତ ଆଶ୍ରମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପଦ୍ମାଳୟା ସୋରେନ ଏବଂ ବିଶିଷ୍ଟ ସମାଜ ସେବୀ ତଥା ସେବା ସ୍ଥମ୍ୱ ର ଜାତୀୟ ସମ୍ପାଦକମୁଚିରାମ ମାଝୀ ଉପସ୍ଥିତ ଥିଲେ l ଆଗାମୀ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ପତ୍ର ଲିଖନ ପ୍ରତିଯୋଗିତା କରାଯିବାର ସିଦ୍ଧାନ୍ତ ନିଆ ଗଲା l

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଲାଉତୁମ୍ବl କଳାକୃତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ 

Sunil Chandra Nayak

ଡିସେମ୍ବର ୨୨ ରୁ ସ୍ମାରକୀ ଜାତୀୟ ନାଟକ ମହୋତ୍ସବ – ୨୦୨୩

masiha

ସ୍ବାଧୀନତା ସଂଗ୍ରାମୀ ସହୀଦ ବୈଦ୍ୟନାଥ ରାଉତଙ୍କ ଜନ୍ମ ଜୟନ୍ତୀ ପାଳିତ

masiha

Leave a Comment

error: Content is protected !!