ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୁପ୍ରାକୁ ନୂତନ ବ୍ଲକ୍ ଘୋଷଣା କରିବାକୁ ସରକାରୀ ସ୍ତରରେ ଦାବି ଜଣାଇବା ପାଇଁ ବୈଠକ  

ରୁପ୍ରାକୁ ନୂତନ ବ୍ଲକ୍ ଘୋଷଣା କରିବାକୁ ସରକାରୀ ସ୍ତରରେ ଦାବି ଜଣାଇବା ପାଇଁ ବୈଠକ  

ରୁପ୍ରା, ୧୦/୧୦ (ଅଜୟ କୁମାର ସେନାପତି ) : ନର୍ଲା ବ୍ଲକ ଅଧିନ ରୁପ୍ରା ନର୍ଲା ବ୍ଲକର ଏକ ବୃହତ୍ ଗାଁ ହୋଇଥିବା ବେଳେ ଓଡ଼ିଶା ସରକାରଙ୍କ ନିୟମାବଳୀ ଅନୁଯାୟୀ ଜନସଂଖ୍ୟା, ସରକାରୀ ଜମି ସମେତ ଭୌଗୋଳିକ ଦୃଷ୍ଟିକୋଣରୁ ସମସ୍ତ ପ୍ରକାରର ଗାଇଡଲାଇନ ପୁରଣ କରୁଥିବାରୁ ଓ ଗମନାଗମନ ପାଇଁ ୧୦କିଲୋମିଟର ମଧ୍ୟରେ ରେଳ ଷ୍ଟେସନ ସହ ରାଜ୍ୟ ରାଜପଥକୁ ସଂଯୋଗ କରୁଥିବାରୁ ରୁପ୍ରା କୁ ନୂତନ ପଞ୍ଚାୟତ ସମିତି ଘୋଷଣା ଦାବିନେଇ ୧୯୯୫ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ସାକ୍ଷାତ କରି ଦାବୀପତ୍ର ପ୍ରଦାନ କରିଥିଲେ। ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ଦସ୍ତଖତ ସଂଗ୍ରହ କରି ରୁପ୍ରା ଆଦର୍ଶ ଯୁବକ ସଂଘ ପକ୍ଷରୁ ଉକ୍ତ ଦାବୀପତ୍ର ପ୍ରଦାନ କରିଥିଲେ। ତେବେ ରୁପ୍ରା କୁ ନୂତନ ପଞ୍ଚାୟତ ସମିତି ଘୋଷଣା ଦାବିନେଇ ଦୀର୍ଘ ବର୍ଷ ହେଲା ଅଞ୍ଚଳ ବାସୀଙ୍କ ପକ୍ଷରୁ ଦାବି ହେଉଥିଲେହେଁ ଓଡିଶାର ପୂର୍ବତନ ନବୀନ ପଟ୍ଟନାୟକ ସରକାର ଏଥିପ୍ରତି କର୍ଣ୍ଣପାତ କରିନଥିଲେ। ଫଳରେ ଓଡିଶାରେ ସରକାର ପରିବର୍ତ୍ତନ ହେବାପରେ ରୁପ୍ରା ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିମାନେ ଗତ ଫେବୃଆରୀ ମାସ ୩ ତାରିଖରେ ମୋହନ ମାଝୀ ସରକାରଙ୍କ ଭୁବନେଶ୍ୱର ଠାରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିରକୁ ଯାଇ ରୁପ୍ରାକୁ ବ୍ଲକ୍ ଘୋଷଣା ଦାବିନେଇ ପୁଣିଥରେ ଦାବୀପତ୍ର ପ୍ରଦାନ କରିଥିଲେ। ତେବେ ସରକାରଙ୍କ ପକ୍ଷରୁ ପଞ୍ଚାୟତ ଓ ବ୍ଲକ୍ ପୁନର୍ଗଠନ ହେବାନେଇ ମତ ପ୍ରକାଶ ପାଇଥିବାରୁ ରୁପ୍ରା ନୂତନ ବ୍ଲକ୍ ଘୋଷଣା ହେବାନେଇ ଅଞ୍ଚଳ ବାସୀ ଆଶା ପ୍ରକାଶ କରିଛନ୍ତି । ଏହି ଅବସରରେ ରୁପ୍ରା ବ୍ଲକ୍ କ୍ରିୟାନୁଷ୍ଠାନ କମିଟି ତରଫରୁ ନର୍ଲା ବ୍ଲକର ରୁପ୍ରାକୁ ବ୍ଲକ ଘୋଷଣା ଦାବିରେ ଆଜି ସନ୍ଧ୍ୟାରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଅଞ୍ଚଳର ଶତାଧିକ ମାନ୍ୟଗଣ୍ୟ ବ୍ୟକ୍ତି, ଶିକ୍ଷାବିତ୍, ଯୁବଗୋଷ୍ଠୀ ଯୋଗଦାନ କରି ରୁପ୍ରାକୁ ସରକାର ନୂତନ ବ୍ଲକ୍ ଘୋଷଣା ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ମତପ୍ରକାଶ କରିଥିଲେ। ରୁପ୍ରା ପଞ୍ଚାୟତର ପଡୋଶୀ ଗ୍ରାମ ପଞ୍ଚାୟତ ମାନଙ୍କୁ ସାମିଲ୍ କରି ଓ ସରକାରୀ ଗାଇଡ୍ ଲାଇନ୍ ଆଧାରରେ ରୁପ୍ରା ହିଁ ଉପଯୁକ୍ତ ସ୍ଥାନ ବୋଲି ଉପସ୍ଥିତ ଥିବା ସମସ୍ତେ ମତ ପ୍ରକାଶ କରିଥିଲେ।

Related posts

ପୋଷଣ ପାଖତା-୨୦୨୩ର ଜିଲ୍ଲା ସ୍ତରୀୟ ପୁରଷ୍କାର ବିତରଣ ସମାରୋହ 

Sunil Chandra Nayak

ମାସ ମାସ ଧରି ଖୋଲୁନି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ : ଅଞ୍ଚଳବାସୀ ସେବା ପାଇବାରୁ ବଞ୍ଚିତ

masiha

ଉତ୍କଳ ସାଂସ୍କୃତିକ ପରିଷଦର ଗରିମା ରଜମଉଜ ଆସନ୍ତା ୧୨ ଓ ୧୩ରେ

Leave a Comment

error: Content is protected !!