ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୀବନ ଜୀବିକା ଉଦ୍ୟୋଗ ବିକାଶ ଶିବିର ଉଦଘାଟିତ

 ଚିଲିଗୁଡା ( ମ ନି ସ) ଗ୍ରାମାଞ୍ଚଳରେ ଥିବା ଶିକ୍ଷିତ ବେରୋଜଗ।ର ଯୁବକ ଯୁବତୀ ମାନଙ୍କୁ ନେଇ ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମୁଣ୍ଡରା ଗୁଡା ଠାରେ ଜିଲ୍ଲା ଶିଳ୍ପ କେନ୍ଦ୍ର କଳାହାଣ୍ଡି ,ଶିଳ୍ପ ନିର୍ଦେଶ।ଲୟ ଓଡିଶା ସରକାର ଏବଂ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ର ମିଳିତ ଆନୁକୂଲ୍ୟରେ ୧୨ ଦିନ ବ୍ୟାପି ହେବାକୁ ଥିବା ଜୀବନ ଜୀବିକା ଉଦ୍ୟୋଗ ବିକାଶ ଶିବିର ବ୍ଲକ ଅଧକ୍ଷା ସବିତା ମେହେରଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମ ରେ                ସମ୍ମାନିତ  ଅତିଥିଭାବେ ମୁଣ୍ଡରାଗୁଡ।ସରପଞ୍ଚ ତାରା ଶଙ୍କର ରାୟଗୁରୁ , ମୁଖ୍ୟ ପ୍ରବନ୍ଧକ ଜିଲ୍ଲା ଶିଳ୍ପ କେନ୍ଦ୍ର ମୋହନ ମାଝି ,ସହ ପ୍ରବନ୍ଧକ ଦୀପକ ଅଗ୍ରୱାଲ ,ଆ ଇ ପି ଓ ଚିନ୍ମୟୀ ଭୋଇ ,ସୋଭାଗ୍ୟ ରଞ୍ଜନ ବେହେରା ପ୍ରମୁଖ ଯୋଗଦାନ ଦେଇ ସରକାରଙ୍କ ବିଭିନ୍ନ ଉଦ୍ୟୋଗ ବିକାଶ ସମ୍ବନ୍ଧୀୟ ଯୋଜନା ସମ୍ପର୍କରେ ଆଲୋକପାତ କରି ଏହି ଶିବିରରେ ୧୨ ଦିନ ବ୍ୟାପି ସରକାରଙ୍କ ବିଭିନ୍ନ ବିଭାଗର ଜନ ହିତ କାରୀ ଯୋଜନା ଓ ବିଶେଷ ଭାବେ କ୍ଷୁଦ୍ର ,ଲଘୁ ଓ ମଧ୍ୟମ ଉଦ୍ୟୋଗ ବିକାଶ ସମ୍ବନ୍ଧୀୟ ଯୋଜନାର ବିସ୍ତୃତ ବିବରଣୀ ଓ ତାଲିମ ପ୍ରଦାନ କରାଯିବ ବୋଲି ସଭାରେ ଅବଗତ କରିଥିଲେ ।ଏଥିରେ ମୁଣ୍ଡରା ଗୁଡା ,ଖସିଗୁଡା ,ଚିଲିଗୁଡା ,ଚାରଭାଟି ଓ ଚିଲକପୁର ଗ୍ରାମରୁ ୩୦ ଜଣ ଯୁବକ ଯୁବତୀ ଭାଗ ନେଇଥିଲେ ।ଜାତୀୟ ଯୁବ ସ୍ୱେଚ୍ଛାସେବୀ ଦେବାଶିଷ ମୁଣ୍ଡ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପଦ୍ମାବତୀ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।ଯୁବ ସଂଗଠକ ଅବିନାଶ ମୁଣ୍ଡ ଶିବିରକୁ ପରିଚାଳନା କରି ଏହାର ଲକ୍ଷ୍ୟ ଓ ଉଦେଶ୍ୟ ସମ୍ପର୍କରେ ଅବଗତ କରିଥିଲେ ।ଲାବଣ୍ୟ ବାଗ ,ମନୋହର ପଟେଲ ଓ ଉର୍ମିଳା ମାଝି ସକ୍ରିୟ ଭାବେ ଯୋଗଦାନ କରିଥିଲେ ।ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଜିଲ୍ଲା ପରିଷଦ ଅଧ୍ୟକ୍ଷ ଙ୍କ ବେହେରା ଗସ୍ତ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!