ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସବଡେଗା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ସବଡେଗା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ସୁନ୍ଦରଗଡ଼, ୧୩/୧୦/୨୫: ସବଡେଗା ବ୍ଲକ ପରିସରରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୁନ୍ଦରଗଡ଼ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଅମ୍ରିତପାଲ୍ କୌର ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁରଜ ପଟ୍ଟନାୟକ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ। 

        ଆଜି ମୋଟ ୧୦୯ ଗୋଟି ଅଭିଯୋଗ ଆସିଥିଲା। ସେଥି ମଧ୍ୟରୁ ୨୪ ଗୋଟି ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ ୭୫ ଗୋଟି ସାମୁହିକ ଅଭିଯୋଗ ରହିଥିଲା। ଏହି ଅଭିଯୋଗ ଗୁଡ଼ିକ ମଧ୍ୟରୁ ୧୦ ଗୋଟି ଅଭିଯୋଗ ଗୁଡ଼ିକର ତତ୍ କ୍ଷଣାତ ସମାଧାନ କରାଯାଇଥିଲା। ସେହିଭଳି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ନିମନ୍ତେ ୧୦ ଗୋଟି ଆବେଦନ ରହିଥିଲା।

    ଆଜିର ଏହି ଅଭିଯୋଗ ଶୁଣାଣି ରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ, ସୁନ୍ଦରଗଡ଼ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସକ ଶ୍ରୀ ଧିରେନ୍ଦ୍ର ସେଠୀ, ଏସ ଡି ପି ଓ, ଶ୍ରୀ ନିର୍ମଳ କୁମାର ମହାପାତ୍ର, ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

‘ଘୁମର ସାହିତ୍ୟ ଉତ୍ସବ–୨୦୨୬’ : ସାହିତ୍ୟ, ସଂସ୍କୃତି ଓ ଲୋକଐତିହ୍ୟର ମହାମିଳନ 

ରେବତୀ ର ଚିକତ୍ସା କଣ ହୋଇପାରିବନି ?ପ୍ରଶାସନ ସହାୟତା କରିବେନି ? ଭୁବନେଶ୍ୱର ରେ ତମ ଚିକିତ୍ସା ହେବ କହି ଛାଡି ଦେଲେ

Sunil Chandra Nayak

ବୁଲା କୁକୁର ବନ୍ଧ୍ୟାକରଣ ଅଭିଯାନ: ୭୪ ଦିନରେ ୧୨୫୧, ଅଭିଯାନ ସଫଳ ଅଭିମୁଖ୍ୟେ

Sunil Chandra Nayak

Leave a Comment

error: Content is protected !!