ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତିରିଂ ଠାରେ ଅନୁଷ୍ଠିତ ହେଲା ବାମନଘାଟି ଉପଖଣ୍ଡସ୍ତରୀୟ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର

ତିରିଂ ଠାରେ ଅନୁଷ୍ଠିତ ହେଲା ବାମନଘାଟି ଉପଖଣ୍ଡସ୍ତରୀୟ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର

ପଂଜିକୃତ ୨୦୫ ଟି ଅଭିଯୋଗର ମଧ୍ୟରୁ ୨ ଟି ତତ୍କାଳ ସମାଧାନ 
ପ୍ରତି ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ପାଇଁ ଗ୍ରାମାଞ୍ଚଳବାସୀଙ୍କ ଗୁହାରି

ମୟୂରଭଂଜ: – ୧୩/୧୦ –  ଆଜି ବାମନଘାଟୀ ଉପଖଣ୍ଡ ଅଧିନସ୍ତ ତିରିଂ ପଂଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଯୁଗ୍ମ ଜନ ଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇ ଯାଇଛି.।ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଶିବିରରେ ବାମନଘାଟି ଉପ ଜିଲ୍ଲାପାଳ ଶ୍ରୀ ସୌମ୍ୟରଞ୍ଜନ ପ୍ରଧାନ, ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଚାରୁ କୁମାର ବଳ, ରାଇରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଯଦୁନାଥ ଜେନା, ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଧିକାରୀ ଡା. ରବୀନ୍ଦ୍ର କୁମାର ମାର୍ଣ୍ଡି ପ୍ରମୁଖ ଯୋଗ ଦେଇଥିଲେ . 

ପ୍ରାରମ୍ଭ ରେ ଜିଲ୍ଲାପାଳ ଉପସ୍ଥିତ ସମସ୍ତ ଅଧିକାରୀ ମାନଙ୍କୁ ସ୍ୱାଗତ କରିବା ସହ ଜନସାଧାରଣ ଙ୍କ ଠାରୁ ଆସୁଥିବା ଆପତ୍ତି ଅଭିଯୋଗ ଗୁଡିକର ସମାଧାନ ତ୍ୱରିତ ପ୍ରକ୍ରିୟା ରେ ସମ୍ପନ୍ନ କରିବା ପାଇଁ ପରାମର୍ଶ ଦେଇଥିଲେ.। ଆଜିର ଏହି ଶିବିର ରେ ଜନସାଧାରଣ ଙ୍କ ଠାରୁ ମୋଟ ୨୦୫ଟି ଅଭିଯୋଗ ପତ୍ର ଗ୍ରହଣ ହୋଇଥିବା ବେଳେ ୧୮୭ଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ଏବଂ ୧୮ଟି ଗ୍ରାମବାସୀ ଙ୍କ ବିଭିନ୍ନ ସମସ୍ୟା ଭିତ୍ତିକ ସାମୁହିକ ଅଭିଯୋଗ ଥିଲା।

ଏଥି ମଧ୍ୟରୁ ୨ଗୋଟି ଅଭିଯୋଗର ତତ୍କାଳ ସମାଧାନ ହୋଇଥିଲା ଆବେଦନର ଗୁରତ୍ୱକୁ ବିଚାର କରି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଜଣଙ୍କୁ ଟ. ୫, ୦୦୦/- ଙ୍କା ଜିଲ୍ଲାପାଳ ମଂଜୁର କରିଛନ୍ତି ଅନ୍ୟାନ୍ୟ ଆପତ୍ତି ଅଭିଯୋଗ ଗୁଡିକର ବିଷୟ ପ୍ରସଙ୍ଗ ଉପରେ ସବିଶେଷ ତଦନ୍ତ କରି ଅନୁଧ୍ୟାନ ପୂର୍ବକ ବିହିତ କାର୍ଯ୍ୟାନୁଷ୍ଠାନ ନେବା ସହ ତ୍ୱରିତ ପ୍ରକ୍ରିୟା ରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ।ତିରିଂ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଭାଗବତ ମହାପାତ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ଉକ୍ତ ଶିବିର ରେ ବାମନଘାଟି ଉପଖଣ୍ଡ ଅଧିନସ୍ଥ ସମସ୍ତ ଉପଖଣ୍ଡ ସ୍ତରୀୟ ବିଭାଗୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର,ଗୋଷ୍ଠୀ ଶିକ୍ଷା ଅଧିକାରୀ, ବିଭିନ୍ନ ଲାଇନ ବିଭାଗର ଅଧିକାରୀଗଣ ଉପସ୍ଥିତ ଥିଲେ। ପ୍ରଥମ ଥର ପାଇଁ ଜିଲ୍ଲାପାଳ ହେମକାନ୍ତ ସୟ ଜନଶୁଣାଣୀ କାର୍ଯ୍ୟକ୍ରମ ଗ୍ରାମାଞ୍ଚଳ ସିମାନ୍ତ ତିରିଂ ବ୍ଲକରେ କରିଥିବାରୁ ଗ୍ରାମାଞ୍ଚଳ ଲୋକେ ଜିଲ୍ଲାପାଳଙ୍କ କାର୍ଯ୍ୟକ୍ରମକୁ ସାଧୁବାଦ ଜଣାଇବା ସହ ଵଖମନଘାଟୀ ଉପଖଣ୍ଡର ପ୍ରତ୍ଯକ ବ୍ଲକରେ ଜନଶୁଣାଣୀ କାର୍ଯ୍ୟକ୍ରମ କରିବାକୁ ଅନୁରୋଧ କରିଛନ୍ତି ।ଯାହାଫଳରେ ଅଞ୍ଚଳବାସୀ ଦୂରଦୂରାନ୍ତରୁ ନ‌ଯାଇ ନିଜ ବ୍ଲକରେ ଗମନାଗମନରେ ଆର୍ଥିକ ଶୋଷଣ ନ ହୋଇ ଜିଲ୍ଲାପାଳଙ୍କୁ ନିଜ ଅଭିଯୋଗ ଜଣାଇପାରନ୍ତେ ।ଆଜି ତିରିଂ‌ ଵ୍କକରେ ଉପଖଣ୍ଡ ସ୍ତରୀୟ ଜନଶୁଣାଣୀ ରେ ରେକର୍ଡ ସଂଖ୍ୟକ ୨୦୫ ଜଣ ଅଭିଯୋଗକାରୀ ଅଭିଯୋଗ ପଞ୍ଜିକୃତ କରିଥିଲେ ।ଯାହାକି ରାଇରଙ୍ଗପୁର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏହି ୨୦୫ ନମ୍ବର କୁ ଛୁଇଁଵା ସ୍ବପ୍ନ ହୋଇଥିଲା ।

ମୟୂରଭଂଜରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ତରଫରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ଏକ ମିନି ମାରାଥନ ଦୌଡ ପ୍ରତିଯୋଗୀତା ଅନୁଷ୍ଠିତ

Sunil Chandra Nayak

ନର ରୂପି ନାରାୟଣଙ୍କ ସେବା ଆଶ୍ରମ ଅଧ୍ୟକ୍ଷ ଡ ନୀଳକଣ୍ଠ ପାଢ଼ୀଙ୍କ ସହ ଆଶ୍ରମ କର୍ମକର୍ତ୍ତ ମାନଙ୍କ ମହାନତା

Sunil Chandra Nayak

Para Staff Allege Exploitation and Caste Discrimination in Kashipur Forest Range

Sunil Chandra Nayak

Leave a Comment

error: Content is protected !!