ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ବ୍ଳକ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗୀତା ଉଦଯାପିତ 

ବ୍ଳକ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗୀତା ଉଦଯାପିତ 

ଡାବୁଗାଁ, ୧୪/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ସଦରମହକୁମା ସ୍ଥିତ ସରକାରୀ (ନୂତନ) ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଦୁଇ ଦିନିଆ ବ୍ଳକ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗୀତା ମଙ୍ଗଳବାର ଉଦଯାପିତ ହୋଇଯାଇଛି l ଉକ୍ତ ଉଦଯାପନୀ ସଭାରେ ଡାବୁଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଶ୍ମିତା ନେତମ ଙ୍କ ଆବାହକତ୍ଵରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭଗବାନ ମାଝୀ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ସମ୍ମାନୀତ ଅତିଥି ଡାବୁଗାଁ ବ୍ଳକ ଅଧ୍ୟକ୍ଷା ବୀଣା ମାଝୀ, ଜିଲା ପରିଷଦ ସଭ୍ୟ ଗୁପ୍ତ ବିଶୋୟୀ, ବ୍ଳକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ପି. ନାଗା ରାଓ, ଆର୍ ପ୍ରକାଶ ରାଓ, ବିଜେପି ଜିଲା ଯୁବ ମୋର୍ଚ୍ଚା ସଭାପତି ଶୁଭଜିତ ପାଣିଗ୍ରାହୀ ଓ ବୋରିଗାଁ ମଣ୍ଡଳ ସଭାପତି ଜଗଦୀଶ ବିଶୋୟୀ, ସମ୍ପୃକ୍ତ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସନୌଜ କୁମାର ମହାପାତ୍ର ଉପସ୍ଥିତ ରହିଥିବାବେଳେ ବହୁ ଶିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ l ଛାତ୍ରଛାତ୍ରୀ ମାନଙ୍କୁ ଖେଳକୁଦ ଉପରେ ମୁଖ୍ୟ ଅତିଥି ପ୍ରୋତ୍ସାହିତ କରାଇଥିଲେ l କ୍ରୀଡା ଶିକ୍ଷକ ହେମନ୍ତ କୁମାର ସାମଲ, ଉମାକାନ୍ତ ବିଶ୍ଵାଳ, ବାସୁଦେବ ରଥ, ତ୍ରିନାଥ ବାରିକ,ରଞ୍ଜନ ପରିଡା,ଅରୁଣ ହିଆଲ,ନୀଳାମ୍ବର ସିଂ, ପୁରୋହିତ ବାଘ, ବିଜୟଲକ୍ଷ୍ମୀ ମଣ୍ଡଳ ଓ ସୁକାନ୍ତି ସାହୁ ପ୍ରମୂଖ ଆଜି ବରିଷ୍ଠ ବର୍ଗ ଙ୍କ ନିମନ୍ତେ ୧୦୦, ୨୦୦,୩୦୦, ୪୦୦, ୮୦୦, ୧୫୦୦,୩୦୦୦ ମିଟର ଦୌଡ, ଉଚ୍ଚ ଡିଆ,ଲମ୍ବ ଡିଆ, ରିଲେ ରେସ, ଟ୍ରିପଲ ଜମ୍ପ, ଡିସ୍ କସ୍ ଥ୍ରୋ, ଖୋ ଖୋ, କବାଡ଼ି ଏପରି ୧୪ ପ୍ରକାର ଖେଳ କରାଇ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମନୋନୀତ କରାଯାଇ ମୁଖ୍ୟ ଅତିଥି ସମ୍ମାନୀତ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ଓ ଟ୍ରଫି ପୁରସ୍କାର ରୂପେ ପ୍ରଦାନ କରାଯାଇଥିଲା l ଏଥିରେ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରସନ୍ନ କୁମାର ଦଣ୍ଡସେନା, ଧନଞ୍ଜୟ ବଡଜେନା, ହେମେନ୍ଦ୍ର ବେହେରା, ହେମନ୍ତ କୁମାର ପଣ୍ଡା, ଗିରିଶବାଳା ଜେନା ଓ ଗୀତାଞ୍ଜାଳୀ ବସ୍ତିଆ, ଶିକ୍ଷକ ବିଶ୍ୱେଶ କୁମାର ତ୍ରିପାଠୀ, ସୌଭାଗ୍ୟ ବିଶ୍ଵାଳ, ସୁରେଶ ଚନ୍ଦ୍ର ବେହେରା, ରତିକାନ୍ତ ନାୟକ, ରାଇସିଂ ପୁଜାରୀ, ଜଗନ୍ନାଥ ରାଓ, କୃଷ୍ଣ ଚନ୍ଦ୍ର ପଣ୍ଡା, ଶିକ୍ଷୟତ୍ରୀ ଅନିତା ବେହେରା ଓ ଅନ୍ୟ ଶିକ୍ଷୟତ୍ରୀ ଶିକ୍ଷକ ମାନେ ସହଯୋଗ କରିଥିଲେ l ସମସ୍ତ ଖେଳରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀଛାତ୍ର ଜିଲା ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡ଼ କୁଦ ପ୍ରତିଯୋଗୀତା ରେ ଭାଗ ନେବେ l ଏଥିରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୁପ୍ତେ ପ୍ରସାଦ ନାଗ ମଞ୍ଚ ପରିଚାଳନା କରିଥିଲେ |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

 

Related posts

୪ ଛାତ୍ର ରାଜ୍ୟସ୍ତରୀୟ ଫୁଟବଲ ଖେଳ ନିମନ୍ତେ ମନୋନୀତ

masiha

`ଢେଙ୍କାନାଳ ପାଇଁ ସ୍ୱର୍ଣ୍ଣ ଆଣିଲେ କୀର୍ତ୍ତିରାଣୀ`

Sunil Chandra Nayak

India Emerges Victorious in Bilateral ODI Deaf Cricket Series against Sri Lanka.

masiha

Leave a Comment

error: Content is protected !!