ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫଟୋ ପ୍ରତିଯୋଗିତା ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନରେ ସୁସ୍ମିତା ମହାପାତ୍ର

ଫଟୋ ପ୍ରତିଯୋଗିତା ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନରେ ସୁସ୍ମିତା ମହାପାତ୍ର

ଖଇରା,୧୬/୧୦/୨୫- ଚଳିତ ବର୍ଷ ଅର୍ଥାତ୍ ୨୦୨୫ ମସିହାର ଶେଷ ଫଟୋ ପ୍ରତିଯୋଗିତାର ଫଳାଫଳ ପାଇଛି ପ୍ରକାଶ । ପ୍ରଥମ ସ୍ଥାନରେ ସୁସ୍ମିତା ମହାପାତ୍ର । ଏଠାରେ ସ୍ମରଣଯୋଗ୍ୟ କି ଗତ ତା ୦୧/୧୦/୨୦୨୫ ରିଖ ଦିନ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ଫେସବୁକ ଗୃପରେ ଅନଲାଇନ୍ ଫଟୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ (୧) ସୁସ୍ମିତା ମହାପାତ୍ର, ରାଉରକେଲା, ସୁନ୍ଦରଗଡ (୨) ନିବେଦିତା ପଣ୍ଡା, ରାଉରକେଲା, ସୁନ୍ଦରଗଡ (୩) ରଞ୍ଜିତା ସାହୁ, ପାରାଦୀପ ଗଡ଼, ଜଗତସିଂହପୁର (୪) ରୀତା ଅପରାଜିତା ମହାନ୍ତି, ଭୁବନେଶ୍ୱର (୫) ସଞ୍ଜୁକ୍ତା ସାହୁ, ରାହାମା, ଜଗତସିଂହପୁର (୬) ସୁନିତା ଦାଶ, ଭୁବନେଶ୍ୱର (୭) ସୁଲୋଚନା ବଳ, ସୋର, ବାଲେଶ୍ବର ଅଂଶ ଗ୍ରହଣ କରିଥିଲେ । ସମସ୍ତଙ୍କ ଫଟୋ ଗୁଡ଼ିକୁ ସୂଚନା ଅନୁଯାୟୀ ଟିକିନିଖି ନିରୀକ୍ଷଣ କରି ସମୀକ୍ଷା କରିଥିଲେ ଅନୁଷ୍ଠାନର ସମୀକ୍ଷିକା ଅପରାଜିତା ରଥ, ତାଙ୍କୁ ସହଯୋଗ କରିଥିଲେ ତାଙ୍କ କୁନି ପ୍ରତିଭା ଝିଅ ସାଇ ସମୀକ୍ଷା ରଥ । ତାଙ୍କ ସମୀକ୍ଷାରୁ ସୁସ୍ମିତା ମହାପାତ୍ରଙ୍କୁ ପ୍ରଥମ ସ୍ଥାନ ମିଳିଛି । ପ୍ରକାଶ ଥାଉକି ଶ୍ରୀମତୀ ମହାପାତ୍ର ଅନୁଷ୍ଠାନର ଜଣେ ଆଜୀବନ ସଦସ୍ୟା । ପେଷାରେ ଜଣେ ଶିକ୍ଷୟିତ୍ରୀ ଏବଂ ନିଶାରେ ଜଣେ ସୁଦକ୍ଷା ସାହିତ୍ୟ ସାଧିକା । ଯଦିଓ ଜଣେ ସୁପ୍ରାବନ୍ଧିକା ତଥାପି କବିତା ଓ ଗଳ୍ପ ରଚନା ବହୁ ଉଚ୍ଚ କୋଟିର । ଅନୁଷ୍ଠାନ ପ୍ରତି ଯେଉଁ ସହଯୋଗର ହାତ ବଢାଉଛନ୍ତି ବାସ୍ତବରେ ତାଙ୍କୁ ଅଶେଷ ଧନ୍ୟବାଦ । ଅନୁଷ୍ଠାନ ଦ୍ବାରା ପ୍ରତ୍ୟେକ ବର୍ଷ ପ୍ରଦତ୍ତ ବାର୍ଷିକ ସାହିତ୍ୟ ପ୍ରୋତ୍ସାହନ ଅର୍ଥରାଶି ଅନୁଷ୍ଠାନ କାର୍ଯ୍ୟରେ ଲାଗୁଛି । ଏମିତି କେତେ ଜଣଙ୍କୁ ସାହିତ୍ୟ ପ୍ରୋତ୍ସାହନ ରାଶି ପ୍ରଦାନ କରୁଛି ଅନୁଷ୍ଠାନ । ଆସିଲେ ବାର୍ଷିକ ଉତ୍ସବରେ ପ୍ରଦାନ କରାଯିବ ନ ଆସିଲେ ବାର୍ଷିକ ଉତ୍ସବରେ ଖର୍ଚ୍ଚ ହେଉଛି ବୋଲି ପୂର୍ବରୁ ଘୋଷଣା ହୋଇଛି, ତେଣୁ ଅନୁଷ୍ଠାନକୁ ଅର୍ଥରାଶି ପ୍ରଦାନ କରୁଛନ୍ତି ସେଥିପାଇଁ ଆଗାମୀ ଦିନରେ ଶ୍ରୀମତୀ ମହାପାତ୍ରଙ୍କୁ ଅନୁଷ୍ଠାନ କ’ଣ ପ୍ରଦାନ କରୁଛି ଦେଖିବାକୁ ବାକି ରହିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବାଳସୁଧାର ଗୃହରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

Sunil Chandra Nayak

ସମାଜ ସେବୀ ଲଳିତ ଯୋଶୀ ଙ୍କ ପରଲୋକ 

Sunil Chandra Nayak

ଜୁନାଗଡ଼ରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!