ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ଵାଧୀନତା ଉତ୍ସବ ପାଇଁ ଫ୍ରଣ୍ଟ-ରୋ ପକ୍ଷରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା

କଟକ : ସଂସ୍କୃତି ଓ ପରମ୍ପରାର ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା କଟକର ‘ଫ୍ରଣ୍ଟ-ରୋ’ ସଂସ୍ଥା ପକ୍ଷରୁ ‘ସ୍ୱାଧୀନତାର ଅମୃତ ମହୋତ୍ସବ’ ପାଳନ ଅବସରରେ ରବିବାର ଦିନ ସକାଳ ୮ଟା ସମୟରୁ କଟକ ଟାଉନହଲ ଠାରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ଲେ ସ୍କୁଲ ଠାରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସବ-ଜୁନିୟର,ଜୁନିୟର ଓ ସିନିୟର ଗ୍ରୁପରେ ଯୋଗ,ରଙ୍ଗୀନ ଚିତ୍ରାଙ୍କନ,ସାଧାରଣ ଜ୍ଞାନ, ହସ୍ତଲିଖନ,ପ୍ରବନ୍ଧ ରଚନା,ବକ୍ତୃତା, ମାଠିଆ ସଜ୍ଜିକରଣ,ଫ୍ୟାନ୍ସି ଡ୍ରେସ,ଗଳ୍ପ କଥନ,ଗଣିତ,ଶ୍ଳୋକ ଆବୃତ୍ତି,ରାଇମ୍ ଓ କବିତା ଆବୃତ୍ତି ଆଦି ବିଷୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।ବିଭିନ୍ନ ବିଭାଗରେ ବହୁ ସଂଖ୍ୟକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଶିଶୁ ଭାରତୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାତୀ ଦେବୀ ଯୋଗ ଦେଇ ପୁରସ୍କାର ଓ ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ।ବିଚାରକ ଭାବେ ଆଇନଜୀବୀ ସୁଚିସ୍ମିତା ଷଡଙ୍ଗୀ, ଶିକ୍ଷକ ରଜତ ଦାସ,ସରିତା ମହାନ୍ତି, କରିନା ଦାସ,ପ୍ରଦୀପ ଦାସ ଯୋଗ ଦେଇଥିଲେ।’ଫ୍ରଣ୍ଟ-ରୋ’ ପକ୍ଷରୁ ଏହାର ଆବାହିକା ଆଇନଜୀବୀ ବନଜା ପଣ୍ଡା ମହାପାତ୍ର,ସୁନନ୍ଦା ମହାନ୍ତି,ପ୍ରିୟମ୍ବଦା ମିଶ୍ର,ଶିଳ୍ପା ସଂଗୀତା ତ୍ରିପାଠୀ, ରଚିତା ସାହୁ,ପ୍ରିୟଙ୍କା ମହାପାତ୍ର,ବିକ୍ରମ ଦାସ ଚୌଧୁରୀ, ଶୁଭଲକ୍ଷ୍ମୀ ମହାନ୍ତି, ପ୍ରୀତିପୁଷ୍ପା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

କଦଳୀମୁଣ୍ଡା ଗ୍ରାମର ଯୁବ ଚାଷୀ ଙ୍କ ନିଆରା ପ୍ରଚେଷ୍ଟା..

Sunil Chandra Nayak

କଳିଆପଦର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଓ.ୟୁ.ଡବ୍ଲୁ. ଜେ ସାମ୍ବାଦିକ ସଂଘ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ପଂଚାୟତ ଡ୍ରେନ ସଫା ନ ହେବାରୁ ଡ୍ରେନ ରେ ଅଳିଆ ଆବର୍ଜନା ପାଣି ରାଇଘର ବଜାର ର ମୁଖ୍ୟ ରାସ୍ତା ଉପରେ

masiha

Leave a Comment

error: Content is protected !!