ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେମିତି ଚାଲିଛି ମନରେଗା ? ବଳି ପଡ଼ୁଛନ୍ତି କିଏ ?

କାମାକ୍ଷାନଗର (ମନିସ )6/8/23 // ଗ୍ରାମାଞ୍ଚଳର ଶ୍ରମିକମାନଙ୍କ ପାଇଁ ଭାରତ ସରକାର କରିଛନ୍ତି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା । ଗରିବ ଶ୍ରମିକଙ୍କ ପେଟରେ ଲାତ ଦେଇ ଏଠି ହଡପ କରୁଛନ୍ତି ଠିକାଦାର , ଜିଆରଏସ ଓ ପି ଇ ଓ।

ସରକାର ମାଳ ମାଳ ଯୋଜନା କରି ହାଲିଆ ,ବାସ୍ତବରେ ମନରେଗା ଯୋଜନାର ରୂପରେଖ ବାଟବଣା। ଏ ହେଉଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କଙ୍କଡ଼ାହାଡ଼ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କନ୍ଧରା ଗ୍ରାମ ।କନ୍ଧରାଠାରୁ ସୁନିଆଁ ରାସ୍ତା ଓ ସୁନ୍ଦର ମୁଣ୍ଡି ରାସ୍ତା ପାଲଟିଛି ମରଣଯନ୍ତା। ଏହି ବର୍ଷ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା 2022/23ରେ ମଞ୍ଜୁର ହୋଇଛି 850000 ଟଙ୍କା,ୱର୍କ କୋଡ ନମ୍ବର2407005011/rc 10538888 ବିଲ ହୋଇଛି 754341ଟଙ୍କା। ଏବଂ କନ୍ଧରା ଠାରୁ ସୁନ୍ଦର ମୁଣ୍ଡି ରାସ୍ତା ୱର୍କ କୋଡ ନମ୍ବର 2407005011/ରସ10519156 ଅଟକଳ ମୂଲ୍ୟ 9 ଲକ୍ଷ 55 ହଜାର 7ଶହ ପଚିଶ ଟଙ୍କା ବିଲ ହୋଇଛି ସାତ ଲକ୍ଷ ଏକାଅଶୀ ହଜାର ଶହେ ଦୁଇ ଟଙ୍କା ।କନ୍ଧରା ,ବନ୍ଦାନିଆଁ ,ଖୁରିଭଙ୍ଗା ଏବଂସୁନିଆଁ ଗ୍ରାମର ଜନସାଧାରଣଏହି ରାସ୍ତାରେ ନିର୍ଭର କରିଥାନ୍ତି । ଏହି କାମଟି ଏତେ ନିମ୍ନ ମାନର ହୋଇଛି ଯେ ମଣିଷ ଚାଲିକି ଯିବାବି ସମ୍ଭବ ନୁହେଁ। ଏଥିରେ ଠିକାଦାର ,GRS,PEOଙ୍କ ମଧ୍ୟରେ ଚାଲିଛି ମଧୁଚନ୍ଦ୍ରିକା। ମେସିନରେ କାମକରି ଚଞ୍ଚକତା ବିଲ କରିବା ତାଙ୍କର କାମ। ଗରିବ ଜବକାର୍ଡଧାରୀ କାମ ପାଇଲେ କେତେ ନପାଇଲେ କେତେ । ପୋଖରୀମାଟି ରାସ୍ତାରେ ପକେଇ ଖେଳି ଚାଲନ୍ତି ଡବଲ ବିଲ ,ଏମାନେ ମନରେଗା ର ସଂଜ୍ଞା ବଦଳେଇ ଦେଇଛନ୍ତି ଏଠି।କାଗଜ କଲମରେ ଚାଲିଛି ମନରେଗା ଯୋଜନା ।ପ୍ରଶ୍ନ ଆସୁଛି ଏହି କାମଟି ଖୋଦ କଙ୍କଡ଼ାହାଡ଼ ବ୍ଲକ୍ ହେଡ୍ କ୍ୱାଟରରେ ଥିବା ସୁଦ୍ଧା ବି ବ୍ଲକ ଏବଂ ଗ୍ରାମ ପଞ୍ଚାୟତ ର ପ୍ରଶାସନ ଦୃଷ୍ଟି ଗୋଚର କରିନଥିବା ସ୍ପଷ୍ଟ ଜଣାପଡୁଛି । ଏପରି ନିମ୍ନ ମାନର କାମକୁ ସର୍ବ ସାଧାରଣ ଲୋକମାନେ ନିନ୍ଦା କରୁଛନ୍ତି ।ଏଠି କହିବାକୁ ଗଲେ ଢେଙ୍କାନାଳ ଜିଲ୍ଲାର କଙ୍କଡାହାଡ଼ ପଞ୍ଚାୟ ଟି ଦୁର୍ନୀତିର ଗନ୍ତାଘର ପାଲଟିଛି lଏଠି ଠିକାଦାର ମାଲେ ମାଲ ହେଉ ଥିବା ବେଳେ ନିରହ ଜନ ସାଧାରଣ ବଳି ପଡୁଛନ୍ତି କହିବ କାହାକୁ ଶୁଣିବ କିଏ, ସିବିଆଇ ଯାଞ୍ଚ ହେବା ପାଇଁ ଜନ ସାଧାରଣରେ ଦାବି ହୋଇଛି । 

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

 

Related posts

ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ), ରାସୋଳ ପ୍ରଚେଷ୍ଟାରେ ଭିନ୍ନକ୍ଷମ ମାନଙ୍କୁ ଭ୍ରାମ୍ଯମାଣ ଚୌକି ପ୍ରଦାନ

Sunil Chandra Nayak

ଵିଜାତଳା କୃଷି ସୂଚନା ଓ ଉପଦେଷ୍ଟା କେନ୍ଦ୍ର ପରିସରରେ ମାଣ୍ଡିଆ (ପୁଷ୍ଟି ଶସ୍ୟ) ର ଖାଦ୍ୟ ମେଳା ୨୦୨୩ ଅନୁଷ୍ଠିତ

Sunil Chandra Nayak

୧୯୮୮/୯୦ ବ୍ୟାଚ ଆଇଟିଆଇ ଛାତ୍ରଙ୍କ ବନ୍ଧୁମିଳନ

masiha

Leave a Comment

error: Content is protected !!