ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୧୮ତମ ସାମୁହିକ ଜନ୍ମଦିବସ ପାଳନ 

୧୧୮ତମ ସାମୁହିକ ଜନ୍ମଦିବସ ପାଳନ 

ରାଉରକେଲା: ଭାରତର ପୂର୍ବତନ ରାଷ୍ଟ୍ରପତି ଡ଼ ଏ. ପି. ଜେ. ଅବଦୁଲ କଲାମଙ୍କ ୯୫ତମ ଜନ୍ମବାର୍ଷିକୀ ଉପଲକ୍ଷେ ସାମାଜିକ ସଂଗଠନ ଅନ୍ବେଷା ଓ ସହଯୋଗୀ ସଂସ୍ଥା ରାଉରକେଲା ସିଟି ରାଉଣ୍ଡ ଟେବୁଲ ଓ ରାଉରକେଲା ସିଟି ଲେଡିସ ସର୍କଲର ମିଳିତ ଆନୁକୂଲ୍ୟରେ ଟିମ୍ବର କଲୋନୀ ସ୍ଥିତ ଶାନ୍ତି ଭବନ ଠାରେ ୧୧୮ ତମ ସାମୁହିକ ଜନ୍ମଦିବସ ପାଳନ କରାଯାଇଛି। ଅନ୍ବେଷାର ପ୍ରତିଷ୍ଠାତା ଅଧ୍ୟକ୍ଷ ରାଜେନ୍ଦ୍ର ପଣ୍ଡାଙ୍କ ଆବାହକତ୍ଵ, ସଭାପତି କଳ୍ପନା ଶତପଥୀଙ୍କ ସଭାପତିତ୍ବ ଓ ସମ୍ପାଦିକା ରଶ୍ମିତା ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ସିଟି ରାଉଣ୍ଡ ଟେବୁଲ, ରାଉରକେଲା ସିଟି ଲେଡିସ ସର୍କଲ ଓ ରେଷ୍ଟ୍ରୋ ର କର୍ମକର୍ତ୍ତା ମାନେ ମାନବ ଙ୍କୁ ସାହାଯ୍ୟ ଓ ମୁଖରେ ହସ ଥିମ୍ ନେଇ ବକ୍ତବ୍ୟ ରଖିଥିଲେ। ଥିମ୍‌ ଅନୁସାରେ ଶାନ୍ତି ଭବନରେ ରହୁଥିବା ଅନ୍ତେବାସୀଙ୍କୁ ଖାଦ୍ୟ, କେକ୍ ଓ ସାମାଜିକ ସେବା ମାଧ୍ୟମରେ ଆନନ୍ଦ ଦିଆଯାଇଥିଲା । ଏହି ଅବସରରେ ଡଃ କାଲାମଙ୍କ ୯୫ ତମ ଜୟନ୍ତୀ ପାଳନ,ସେ ଦେଖାଇ ଥିବା ମାର୍ଗରେ ଅନୁପ୍ରାଣିତ ହେବା ପାଇଁ ଆହ୍ବାନ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ବେଷା ପକ୍ଷରୁ ସର୍ବଶ୍ରୀ ଚନ୍ଦ୍ରଶେଖର ଶତପଥୀ, ଅସୀମା ମିଶ୍ର, ରଞ୍ଜନ ସାହୁ , ରାଉରକେଲା ସିଟି ରାଉଣ୍ଡ ଟେବୁଲ୍ ଓ ରାଉରକେଲା ସିଟି ଲେଡିସ ସର୍କଲ ରୁ ଅନୁପ ଅଗ୍ରୱାଲ, ଶିନ ଆନନ୍ଦ, ପ୍ରତୀକ୍ଷା ଅଜମେରା ଓ ତନିଶା ଆନନ୍ଦ ପ୍ରମୁଖ ଉପସ୍ଥିତ ହୋଇ ସେବା କାର୍ଯ୍ୟରେ ଅଂଶ ଗ୍ରହଣ କରିଥିଲେ। ସେହିପରି ଶାନ୍ତି ଭବନର ସିଷ୍ଟର ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଡ଼.ଶିବରାମ ନାୟକ ପାଇଲେ  ଓଡିଶା ପ୍ରତିଭା ସମ୍ମାନ 2023

Sunil Chandra Nayak

ଅଗ୍ନିକାଣ୍ଡରେ ଜଳିଗଲା ପ୍ଲାଷ୍ଟିକ କମ୍ପାନୀର ଗୋଦାମ ଘର , ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବିଭାଗ

masiha

ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!