ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସର ପ୍ରଧାନ ଶିକ୍ଷୟିତ୍ରୀ ତଥା ବିଜେଡି କାଉନସିଲରଙ୍କ ପରଲୋକ 

ଅବସର ପ୍ରଧାନ ଶିକ୍ଷୟିତ୍ରୀ ତଥା ବିଜେଡି କାଉନସିଲରଙ୍କ ପରଲୋକ 

ହିଞ୍ଜିଳିକାଟୁ,ତା ୦୧/୦୪ ଅବସର ପ୍ରଧାନ ଶିକ୍ଷକ ସ୍ବର୍ଗତ ସନ୍ତୋଷ କୁମାର ପଟ୍ଟନାୟକଙ୍କ,ଧର୍ମପତ୍ନୀ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ତଥା କାଉନସିଲର ବିଳାସ କୁମାରୀ ମହାନ୍ତିଙ୍କ ପରୋଲକ ଘଟିଛି । ସୂଚନାଯୋଗ୍ୟ ବିଳାସ କୁମାରୀ ମହାନ୍ତି ୭୦ ବର୍ଷ ବୟସରେ ଭୁବନେଶ୍ୱର ସ୍ଥିତ ଘରୋଇ ହସ୍ପିଟାଲରେ କିଛିଦିନ ହେଲା ଚିକିତ୍ସିତ ହେଉଥିଲେ । ଗତ କାଲି ଅପରାହ୍ନରେ ତାଙ୍କର ବିୟୋଗ ଘଟିଛି । ସେ ଜଣେ ଛାତ୍ର ବତ୍ସଳ ପ୍ରାଥମିକ ଶିକ୍ଷୟତ୍ରୀ ରୂପେ ହିଞ୍ଜିଳିକାଟୁ ଅଚଂଳରେ ଶିକ୍ଷକତା କରି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମହଲରେ ବେସ ପ୍ରସଂଶିତ ହୋଇ ପାରିଥିଲେ । ଶିକ୍ଷକତାରୁ ଅବସର ପରେ ବିଜେଡି ପକ୍ଷରୁ ୦୮ନଂ କାଉନସିଲର ଭାବେ ନିର୍ବାଚିତ ହୋଇ ବେଶ ନାମ ସାଉଁଟି ଥିଲେ । ମୋହନକଲୋନୀ ସ୍ଥିତ ବାସଭବନ ଠାରେ ତାଙ୍କର ପ୍ରାଥିବ ଶରୀର ପହଞ୍ଚିବା ପରେ ବିଭିନ୍ନ ରାଜନୈତିକ ଦଳର ମାନ୍ୟ ଗଣ ବ୍ୟକ୍ତି ଓ ଜନ ପ୍ରତିନିଧି ପହଞ୍ଚି ଅନ୍ତିମ ଦର୍ଶନ କରିଥିଲେ । ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ମଧ୍ୟ ସୁଚାର ରୂପେ କରିଥିଲେ ।ତାଙ୍କ ଅନ୍ତିମ ସଂସ୍କାର ପୁରୀ ସ୍ଥିତ ସ୍ୱର୍ଗଦ୍ୱାର ଠାରେ ଏକ ମାତ୍ର ପୁତ୍ର ବିଭୂତି ପଟ୍ଟନାୟକ ମୂଖାଅଗ୍ନି ଦେଇଥିଲେ । ଏହି ଦୁଃଖଦ ଖବର ପାଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Related posts

ବ୍ଲକ ମୁଖ୍ୟାଳୟରୁ ଆରମ୍ଭ ହେଲା ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ

masiha

ହଳଦା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବ୍ଳକ ଆଇଆରଡିଏମଏସ ଆନୁକୁଲ୍ୟରେ ଶ୍ରୀ ଅନ୍ନ ଅଭିଯାନ କାର୍ଯ୍ୟକ୍ରମ ଓ ଖାଦ୍ୟ ମେଳା

masiha

ଶିକ୍ଷାବିତ୍ ଗଦାଧର ମିଶ୍ର ସ୍ମୃତି ସଂସଦ,ଢେଙ୍କାନାଳ ପକ୍ଷରୁ ବିଶ୍ୱକୁନ୍ତଳ ଶିଶୁଗୃହର ଅନ୍ତେବାସୀଙ୍କ ସହିତ ମହୁଲପଡାର ଜୁଆଙ୍ଗ ସାହିର ଲୋକମାନଙ୍କ ସହିତ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଓ ବରା ଦିବସ -୨୦୨୬ ପାଳନ

Sunil Chandra Nayak

Leave a Comment

error: Content is protected !!