ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ରାୟଗଡା, ତା. ୧୫ ଅକ୍ଟୋବର – ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁବ ରେଡକ୍ରସ୍, ଆଇ.ସି. ସି., ଓମେନସ୍ ସେଲ୍ ଓ ଛାତ୍ରୀନିବାସ ଦ୍ଵାରା “ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ” ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ଡ଼. ସରସ୍ଵତୀ ରାୟ ସଭାପତିତ୍ବ କରିବା ସହ ତାଙ୍କର ବକ୍ତବ୍ୟରେ ଶାରୀରିକ ସ୍ୱାସ୍ଥ୍ୟ ପରି ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଅତ୍ୟନ୍ତ ଦରକାରୀ। ସେ ଛାତ୍ରଛାତ୍ରୀଙ୍କୁ ନିଜ ଜୀବନରେ ସନ୍ତୁଳନ ରଖି ଆତ୍ମବିଶ୍ୱାସ ଓ ସକାରାତ୍ମକ ଭାବରେ ଆଗକୁ ବଢ଼ିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମାନସିକ ସ୍ୱାସ୍ଥ୍ୟ ବିଭାଗର ଚିକିତ୍ସକ ଡ଼ଃ ରାକେଶ ରଞ୍ଜନ ପାଢ଼ୀ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ମାନସିକ ସ୍ୱାସ୍ଥ୍ୟ ର ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇଥିଲେ। ତାଙ୍କ ଭାଷଣରେ ଡାକ୍ତର ମହୋଦୟ କହିଥିଲେ ଯେ, ଆଜିର ଯୁଗରେ ଚାପ, ଚିନ୍ତା ଓ ନକାରାତ୍ମକ ଚିନ୍ତାଧାରା ମାନବ ଜୀବନକୁ ପ୍ରଭାବିତ କରୁଛି। ସୁସ୍ଥ ମନ ଓ ସକାରାତ୍ମକ ଚିନ୍ତନ ରଖିବା ହେଉଛି ସଫଳ ଜୀବନର ମୂଳ ମନ୍ତ୍ର। ସେ ଛାତ୍ରଛାତ୍ରୀଙ୍କୁ ନିଜ ମାନସିକ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା, ଖୋଲାମନରେ ଅନୁଭବ ପରିପ୍ରକାଶ କରିବା ଓ ଆବଶ୍ୟକ ହେଲେ ଡାକ୍ତର ଙ୍କ ପରାମର୍ଶ ନେବା ପାଇଁ ପ୍ରେରିତ କରିଥିଲେ। ଅଧ୍ୟାପିକା ଟି. ଜ୍ୟୋତି ମଞ୍ଚ ପରିଚାଳନା କରିବା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟାପକ, ଅଧ୍ୟାପିକା ଓ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଧରାକୋଟ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା

Sunil Chandra Nayak

ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା 

masiha

ଉତ୍କଳ ସମ୍ମିଳନୀ ଢେଙ୍କାନାଳ ଜିଲ୍ଲା ଶାଖା ପକ୍ଷରୁ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଶାସ୍ତ୍ରୀଜୀଙ୍କ ଜୟନ୍ତୀ -୨୦୨୫ ପାଳିତ 

Sunil Chandra Nayak

Leave a Comment

error: Content is protected !!