ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେତନଟୀରେ ନୂତନ କୋର୍ଟ ବିଲଡିଂ ଉଦଘାଟନ କଲେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାର ପତି

ବେତନଟୀରେ ନୂତନ କୋର୍ଟ ବିଲଡିଂ ଉଦଘାଟନ କଲେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାର ପତି

ମୟୂରଭଂଜ ୧୭/୧୦ :  ମୟୂରଭଞ୍ଜ ଜିଲ୍ଲା ବେତନଟୀବାସୀଙ୍କ ବହୁ ଅପେକ୍ଷାର ଅନ୍ତ ଘଟିଛି, ୧୨ବର୍ଷ ଧରି ଭଡା ଗୃହ ରେ ଚାଲୁଥିଲା କୋର୍ଟ କାର୍ଯ୍ୟ,ଶୁକ୍ରବାର ବେତନଟୀ ଜେ ଏମ ଏଫ ସି କୋର୍ଟ ନୂତନ ବିଲଡିଂ ଗୃହ ବେତନଟୀ ଜେ ଏମ ଏଫ ସି କୋର୍ଟ ଙ୍କ ଜର୍ଜ ରଶ୍ମୀନାରାୟଣୀ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଉଦଘାଟିତ ହୋଇଛି। ମୟୂରଭଞ୍ଜ ଜିଲ୍ଲା ବେତନଟୀ ପଣ୍ଡୁଗଡିଆ ଠାରେ ଦେୱାନୀ ଓ ଫୌଜଦାରୀ ଅଦାଲତ ବେତନଟୀର ନୂତନ ବିଲଡିଂ ଗୃହ ଉଦଘାଟନ ସମୟରେ ମୁଖ୍ୟ ଅତିଥି ଭାବେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାର ପତି ଜଷ୍ଟିସ ହରିସ ଟଣ୍ଡନ, ହାଇକୋର୍ଟ ବିଚାରପତି ଜଷ୍ଟିସ ମାନସ ରଞ୍ଜନ ପାଠକ,ହାଇକୋର୍ଟ ବିଚାରପତି ରାଧାକୃଷ୍ଣ ପଟ୍ଟନାୟକ,ଜିଲ୍ଲା ମୁଖ୍ୟ ବିଚାର ପତି ଦେବାଶିଷ ମହାନ୍ତି,ବେତନଟୀ ଓକିଲ ସଂଘ ସଭାପତି ଦେବବ୍ରତ ପରିଡା, ସମ୍ପାଦକ ପ୍ରବୀର କୁମାର ବାରିକ ମଞ୍ଚରେ ଉପସ୍ଥିତ ରହି ନୂତନ କୋର୍ଟ ର ଉଦଘାଟନ ର ଶୁଭବାର୍ତ୍ତା ବେତନଟୀ ବାସୀଙ୍କ ଉଦେଶ୍ୟ ର ପ୍ରଦାନ କରିଥିଲେ। ଏହି କୋର୍ଟ ଗୃହ ଟି ଓଡିଶା ସରକାରଙ୍କ ଗ୍ରାମ୍ୟ ଉନୟନ ବିଭାଗ ର ୯ କୋଟି ୩୪ ଲକ୍ଷ ବ୍ୟୟ ଅଟକଳ ର ନିର୍ମାଣ ହୋଇଥିବା ବେଳେ ବିଚାର ପତିଙ୍କ ବସିବା ପାଇଁ ୪ ଟି ଗୃହ, ପୁରୁଷ ଓ ମହିଳାଙ୍କ ପାଇଁ ୨ ଟି ହାଜତ ଗୃହ ୭ ଟି ଅଫିସ ଗୃହ, ଅସ୍ଥାୟୀ ଭାବେ ବାର ଏସୋସିଏସନ ଗୃହ ନିର୍ମାଣ କରାଯାଇଛି। ଏହି କୋର୍ଟ ର ନୂତନ ବିଲଡିଂ ଗୃହ ଉତ୍ସବ ର ବେତନଟୀ ଗ୍ରାମ୍ୟ ଉନୟନ ବିଭାଗ ଏବଂ ବେତନଟୀ ଓକିଲ ସଙ୍ଘ ମିଳିତ ସହଯୋଗ ର ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମ ର ଗ୍ରାମ୍ୟ ଉନୟନ ବିଭାଗ ଏସ ଇ ରାଜେଶ ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ସଂଜୀବ ସେନାପତି, କନିଷ୍ଠ ଯନ୍ତ୍ରୀ ଜ୍ୟୋତିରଞ୍ଜନ ନାୟକ, ଜିଲ୍ଲା ଜର୍ଜ ସୁମନ ମିଶ୍ର ଙ୍କ ସମେତ ଆଇନ ଜିବି ସତ୍ୟକାମ ପଣ୍ଡା, ଧୀରୋଜ ଖଣ୍ଡେଲୱାଲ, ହିମାଂଶୁ ପରିଡା,ବିମ୍ବାଧର ବିଶ୍ୱାଳ, ସଞ୍ଜୟ ପାତ୍ର, ସଞ୍ଜୟ ଭୂୟାଁ,ରଣଜିତ ଗନ୍ତାୟତ, ସଚ୍ଚିଦାନନ୍ଦ ମହାନ୍ତି, ରବି ନାରାୟଣ ମହାପାତ୍ର, ଦୁଖିଆ ମୁର୍ମୁ, ଅର୍ଣ୍ଣବ ଘୋଷ, ଲମ୍ବୋଦର ନାୟକ, ଲମ୍ବୋଦର ମହାନ୍ତ, କିଶୋର କୁମାର ମହାନ୍ତ, ସଂହିତା ଦାସ, ଛତିଶ କୁମାର ସାହୁ,ଦୀପକ ଖଣ୍ଡେଲୱାଲ, ପଙ୍କଜ ଖଣ୍ଡେଲୱାଲ, ନୟନ ଦାସ,ଅଂଶୁମାନ ସରକାର,ଭଗିରଥ ପଣ୍ଡିତ, ବ୍ରଜେନ୍ଦ୍ର ମହାନ୍ତ,ଙ୍କ ସମେତ ଜିଲ୍ଲା ଦୌରାଜଜର ବହୁ ସଦସ୍ୟ ଓ ବେତନଟୀ ଓକିଲ ସଂଘ ର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ନୂତନ ଗୃହ ଉଦଘାଟନରେ ସହଯୋଗ କରିଥିଲେ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବାଦାମ ପାହାଡ଼ ଅଞ୍ଚଳରେ ହାତୀ ଆକ୍ରମଣରେ ଯୁବକ ମୃତ 

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସରେ ବରିଷ୍ଠ ମତଦାତାଙ୍କୁ ସମ୍ମାନିତ କଲେ ଉପଜିଲ୍ଲାପାଳ ରାୟଗଡ଼ା

masiha

ଭାଙ୍ଗିଗଲା ସ୍ବପ୍ନ, ଇଞ୍ଜିନିୟରିଂ ପରୀକ୍ଷା ଫଳ ବାହାରିବା ପୂର୍ବରୁ ନଦୀରେ ଯୁବକର ସଲିଳ ସମାଧି

Leave a Comment

error: Content is protected !!