ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଣ ଶିକ୍ଷା ମନ୍ତ୍ରୀ ଙ୍କ ଜିଲ୍ଲାରେ ବିଦ୍ୟାଳୟର ଛାତ୍ରାବାସରୁ ବାହାରୁଛି ମଦ ପାଉଚ:୯ ଜଣ ଛାତ୍ର ନିଲମ୍ବିତ 

ଗଣ ଶିକ୍ଷା ମନ୍ତ୍ରୀ ଙ୍କ ଜିଲ୍ଲାରେ ବିଦ୍ୟାଳୟର ଛାତ୍ରାବାସରୁ ବାହାରୁଛି ମଦ ପାଉଚ:୯ ଜଣ ଛାତ୍ର ନିଲମ୍ବିତ 

ନବରଙ୍ଗପୁର:(୧୮|୧୦)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧୀନରେ ଥିବା ପାପାଡାହାଣ୍ଡି ବ୍ଳକ ର ମାନିଗାଁ ସରକାରୀ ଆଶ୍ରମ ଉଚ୍ଚ ବିଦ୍ୟାଳୟର ହଷ୍ଟେଲ ରୁ ବାହାରୁଛି ମଦ ପାଉଚ l ଉକ୍ତ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା l ଏଭଳି ଘଟଣା ଲୋକଲୋଚନକୁ ଆସିବ ଜାଣିବା ପରେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ହୃଶୀକେଶ ମିଶ୍ର ନିଜ ମୁଣ୍ଡରୁ ଦୋଷ ଲୁଚାଇବାକୁ ଯାଇ ନବମ ଓ ଦଶମ ର ୯ ଜଣ ଛାତ୍ରଙ୍କୁ ବିଦ୍ୟାଳୟରୁ ସାତ ଦିନ ପାଇଁ ବହିଷ୍କୃତ କରି ଥିବା ଜଣାପଡ଼ିଛି l ମାନିଗାଁ ସରକାରୀ ଆଶ୍ରମ ଉଚ୍ଚ ବିଦ୍ୟାଳୟର ୩ ନମ୍ଵର୍ ଛାତ୍ରାବାସ ଗୃହ ସହ ଅନ୍ୟ ଛାତ୍ରାବାସ ଗୃହ ମଧ୍ୟରେ ମଦପାଉଚ ରହିଥିବା କୌଣସି ସୂତ୍ରରୁ ଜଣାପଡିଥିଲା l ଦଶହରା ଛୁଟି ପୂର୍ବରୁ ଉକ୍ତ ମଦ ପାଉଚ ଗୁଡିକ କେହି ଛାତ୍ରାବାସ ମଧ୍ୟରେ ରଖିଥିବା ସନ୍ଦେହ କରାଯାଉଛି l ତେବେ ପ୍ରଧାନଶିକ୍ଷକ ଶ୍ରୀ ମିଶ୍ର ଛାତ୍ରମାନଙ୍କ ଅଭିଭାବକ ମାନଙ୍କୁ ବିଦ୍ୟାଳୟକୁ ଡ଼କାଇବା ସହ ଡାବୁଗାଁ ଥାନା ପୋଲିସ କୁ ଖବର ଦେଇ ଥିବାରୁ ପୋଲିସ ଯାଇ ସେଠାରେ ତଦନ୍ତ କରିଥିଲେ l ତଦନ୍ତ ରୁ କେଉଁ ଛାତ୍ର ମଦ ପାଉଚ ରଖିଥିବା ଜଣାପଡ଼ି ନ ଥିଲା l ଏହା ପରେ ପ୍ରଧାନ ଶିକ୍ଷକ ଅଭିଭାବକ ମାନଙ୍କୁ ତୁମ ପିଲା ମଦ ପିଉଛନ୍ତି ବୋଲି ଧମକ ଦେଇ ଧଳା କାଗଜ ରେ ଦସ୍ତଖତ ନେଇଥିଲେ l ଏଥିସହ ଅନୂସୁଚିତ ଜାତି ଓ ଜନଜାତିର ନବମ,ଦଶମ ଶ୍ରେଣୀର ୯ ଜଣ ଛାତ୍ର ଙ୍କୁ ୭ ଦିନ ପାଇଁ ବହିଷ୍କାର କରିଥିଲେ l ଅନ୍ୟ ପକ୍ଷରେ କଡା ସୁରକ୍ଷା ମଧ୍ୟରେ ମାନିଗାଁ ଛାତ୍ରାବାସ ରେ ପାଠ ପଢିବାକୁ ଆସିଥିବା ଛାତ୍ର ମାନଙ୍କ ଛାତ୍ରାବାସ ଗୃହରେ କିଏ ଓ କାହିଁକି ମଦ ପାଉଚ ରଖିଛି ତାହାର ପ୍ରଣାମ ମିଳି ନ ଥିଲା l କିନ୍ତୁ ପ୍ରଧାନ ଶିକ୍ଷକ ବିନା ପ୍ରମାଣ ଓ କୌଣସି କାରଣ ନ ଥାଇ ଛାତ୍ର ମାନଙ୍କୁ ବହିଷ୍କୃତ କରି ଥିବା ବେଳେ ମାନିଗାଁ ଛାତ୍ରାବାସ ର ସୁରକ୍ଷା କୁ ନେଇ ପ୍ରଶ୍ନବାଚୀ ସ୍ରୁଷ୍ଟି ହୋଇଛି l ମୁଣ୍ଡ ଉପରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଥିବା ବେଳେ ଦଶମ ଶ୍ରେଣୀର ୫ ଜଣ ଓ ନବମ ଶ୍ରେଣୀର ୪ ଜଣ ଛାତ୍ରଙ୍କୁ ବିଦ୍ୟାଳୟରୁ ବହିଷ୍କୃତ କରିବା ପରେ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି l ଗତ ୪ ମାସତଳେ ମାନିଗାଁ ଛାତ୍ରାବାସରୁ ଡାବୁଗାଁ ବ୍ଳକ କୁମଝରିଆଗୁଡା ର ଜଣେ ଷଷ୍ଠ ଶ୍ରେଣୀର ଛାତ୍ର ଛାତ୍ରାବାସ ରେ ଅବ୍ୟବସ୍ଥା ଦେଖି ବିଦ୍ୟାଳୟ ପାଚେରୀ ଡେଇଁ ଡାବୁଗାଁ ଚାଲି ଚାଲି ଯାଇଥିଲେ , କିନ୍ତୁ ଆଜି ପର୍ଯ୍ୟନ୍ତ ସେହି ଛାତ୍ରଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବାକୁ ଚେଷ୍ଟା କରାଯାଇନାହିଁ l ଉକ୍ତ ସମସ୍ୟା ନେଇ ପାପଡାହାଣ୍ଡି ବ୍ଳକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦେବବ୍ରତ ପରିଡାଙ୍କୁ ଯୋଗାଯୋଗ କରିବାରୁ ଛାତ୍ରାବାସ ରୁ ୯ ଜଣ ଅନ୍ତେବାସୀ ଛାତ୍ରଙ୍କୁ ୭ ଦିନ ପାଇଁ ବିଦ୍ୟାଳୟରୁ ବହିଷ୍କୃତ କରାଯାଇଥିବା କରିଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଚଉଁରା ଗ୍ରାମର ଝରନି ପୋଖରୀ କୁ ଗାଧୋଇବା କୁ ଯାଇ ଦୁଇ ଶିଶୁର ମୃତୁ

Sunil Chandra Nayak

ତିରିଂ ମାଙ୍କିଡିହୀଘାଟୀରେ ବିଶ୍ବ ଆଦିବାସୀ ଦିବସ ସମାରୋହ ଧୂମଧାମରେ ପାଳିତ 

masiha

ପାରାଦ୍ୱୀପ ସାଇ ଆଣ୍ଡ ରାମ ଜରାଶ୍ରମକୁ ଟେକ୍ନିପ କମ୍ପାନୀର ସହାୟତା

Sunil Chandra Nayak

Leave a Comment

error: Content is protected !!