ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବାହାରପୁର ରେ ମା ଶ୍ୟାମା କାଳୀ ପୂଜା 

ବାହାରପୁର ରେ ମା ଶ୍ୟାମା କାଳୀ ପୂଜା 

ଆସିକା, ୨୨/୧୦/୨୫ — ଧରାକୋଟ ବ୍ଲକର ବାହାରପୁର ଗାଁ ରେ ମା ଶ୍ୟାମା କାଳୀ ଙ୍କ ପୂଜା ବେଶ ଆଡମ୍ବର ସହ ଆରମ୍ଭ ହୋଇଛି । ପ୍ରାରମ୍ଭ ଦିନ କଳସ ଯାତ୍ରା ପରେ ଅଧିବାସ , ମାଜଣା, ବାଳ ଧୂପ, ମଧ୍ୟାହ୍ନ ରେ ଚଣ୍ଡୀ ପାଠ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ପ୍ରତ୍ୟହ ମଣ୍ଡଳ ପୂଜା, ସୂର୍ଯ୍ୟ ପୂଜା, ସର୍ବ ଦେବା ଦେବୀ ପୂଜା, ଶ୍ୟାମା କାଳୀ ପୂଜା ପରେ ସନ୍ଧ୍ୟାରେ ଆଳତି ଓ ହୋମ ସମ୍ପନ୍ନ ହେଉଛି। ପୂଜା କାର୍ଯ୍ୟରେ ପୁରୋହିତ ଗୋପୀନାଥ ଷଡ଼ଙ୍ଗୀ,ଗୋପାଳ କୃଷ୍ଣ ହୋତା ଓ ନୀଳାଞ୍ଚଳ ମିଶ୍ର ନିୟୋଜିତ ଅଛନ୍ତି । ପ୍ରତିଦିନ ସନ୍ଧ୍ୟାରେ ଭିନ୍ନ ଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ସହ ରାତ୍ର ରେ ପ୍ରସାଦ ସେବନ ବ୍ୟବସ୍ଥା ପୂଜା କମିଟି ପକ୍ଷରୁ କରାଯାଉଛି । ବାହାରପୁର ଯୁବକ ସଂଘ ପକ୍ଷରୁ ଏହି ପୂଜା କାର୍ଯ୍ୟର ପରିଚାଳନା କରାଯାଉଛି । ଆସନ୍ତା 26 ତାରିଖ ରବିବାର ଦିନ ପୂର୍ଣାହୁତି କାର୍ଯ୍ୟକ୍ରମ କରାଯିବ ।

ଆସିକା ରୁ ଶବି ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ଦ୍ଵିତୀୟ ବର୍ଷରେ ମାଁ ଭୂମେତ ସାର୍ବଜନୀନ ଦୂର୍ଗା ପୂଜା 

Sunil Chandra Nayak

ଗୋତୋମୁଣ୍ଡା ଠାରେ ମା ସର୍ଵ ମଙ୍ଗଳାଙ୍କ ମାଘ ମଣ୍ଡେଇ ଯାତ୍ରା ଅନୁଷ୍ଠିତ

Sunil Chandra Nayak

ରାକ୍ଷୀ ପୂର୍ଣ୍ଣିମା

masiha

Leave a Comment

error: Content is protected !!