ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ପ୍ରତିକ ସମୟରେ ବାଲ୍ମୀକି ରାମାୟଣ ଉପାଦେୟତା ଉପରେ ଆଲୋଚନାଚକ୍ର

ସାମ୍ପ୍ରତିକ ସମୟରେ ବାଲ୍ମୀକି ରାମାୟଣ ଉପାଦେୟତା ଉପରେ ଆଲୋଚନାଚକ୍ର

ରାଉରକେଲା: ଜଗଦା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସମ୍ପାଦକ ବୈଷ୍ଣବ ଚରଣ ମହାପ୍ରଭୁଙ୍କ ଅଧ୍ୟକ୍ଷତାରେ ମହର୍ଷି ବାଲ୍ମୀକୀ ରାମାୟଣର ଉପାଦେୟତା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ବ୍ରଜେନ୍ଦ୍ର ଦାଶ ମୁଖ୍ୟ ଅତିଥି, ପ୍ରାକ୍ତନ ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନ ସମ୍ମାନିତ ଅତିଥି, ସଙ୍କୁଳ ପ୍ରମୁଖ ଗୋଦାବରୀଶ ଶତପଥୀ ଓ ସମ୍ପାଦକ ଶ୍ରୀ ମହାପାତ୍ର ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇଥିଲେ। ପ୍ରଧାନ ଆଚାର୍ଯ୍ୟ ସୂର୍ଯ୍ୟନାରାୟଣ ଦାସ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ଅତିଥି ମାନେ ମା ସରସ୍ବତୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ମୁଖ୍ୟଅତିଥି ଶ୍ରୀ ଦାଶ ତାଙ୍କ ବକ୍ତବ୍ୟରେ ରାମାୟଣର ସୃଷ୍ଟି ଓ ବିଭିନ୍ନ ବର୍ଣ୍ଣିତ ରୋଚକ କାହାଣୀ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ସମ୍ମାନିତ ଅତିଥି ପ୍ରାଧ୍ୟାପିକା ଶ୍ରୀମତୀ ପ୍ରଧାନ ସାମ୍ପ୍ରତିକ ପରିସ୍ଥିତିରେ ରାମାୟଣର ଉପାଦେୟତା ସମ୍ପର୍କରେ ବିଶଦ ବିବରଣୀ ପ୍ରଦାନ କରିଥିଲେ। ସଙ୍କୁଳ ପ୍ରମୁଖ ଶ୍ରୀ ଶତପଥୀ ପ୍ରାକ୍ କଥନ ରେ ରାମାୟଣରେ ବର୍ଣ୍ଣିତ ପତି ଭକ୍ତି,ପିତୃସ୍ନେହ,ଭାତୃପ୍ରୀତି,ପ୍ରଭୁଭକ୍ତି, ସତ୍ୟରକ୍ଷା ବିଷୟରେ ଆଲୋଚନା କରିଥିଲା ବେଳେ ସମ୍ପାଦକ ଶ୍ରୀ ମହାପାତ୍ର ରାମାୟଣର ମହନୀୟତା ସମ୍ପର୍କରେ ଆଲୋଚନା କରିଥିଲେ। ଅଧ୍ୟାପିକା ଧରିତ୍ରୀ ପାଇକରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା କଲେଜର ଛାତ୍ରୀ ସୁଶ୍ରୀ ପୂଜା ତିର୍କି ରାମାୟଣର ଭିତ୍ତି ପ୍ରବନ୍ଧ ପାଠ କରିଥିଲେ। ଆଚାର୍ଯ୍ୟ କାଶୀନାଥ ପାଢ଼ୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାମନ୍ଦିରର ୮୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଅନୁଷ୍ଠାନର ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ପ୍ରାରମ୍ଭରେ ସମସ୍ତ ଅତିଥି ମାନଙ୍କୁ ନାରିକେଳ ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବଳଦ ଧକ୍କା ରେ ଓଟୋ ରିକ୍ସା ଓଲଟି ଓଟୋ ରେ ଯାଉଥିବା ୫ କୋମଳ ମୋତି ଛାତ୍ର ଆହତ

Sunil Chandra Nayak

ବିଜାତଳା ଵ୍ଳକ! ଚଢ଼େଇ ପାହାଡି ପଞ୍ଚାୟତ! କଙ୍କଡବେଡା ଗ୍ରାମ୍ୟ ପୋଖରୀରେ ଗାର୍ଡୱାଲ ନିର୍ମାଣ ଦାଵି

Sunil Chandra Nayak

ରାଇରଙ୍ଗପୁରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ୭୧ ତମ ସର୍ବଭାରତୀୟ ସମବାୟ ମହୋତ୍ସବ 

masiha

Leave a Comment

error: Content is protected !!