ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୋଡ଼ାବନ୍ଧଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ

ଯୋଡ଼ାବନ୍ଧଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ

ଲାଞ୍ଜିଗଡ଼, ୨୨/୧୦- ଲାଞ୍ଜିଗଡ଼ ବ୍ଲକ ଚମ୍ପାଦେଇପୁର କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ ଯୋଡ଼ାବନ୍ଧ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। କ୍ଳଷ୍ଟର ସଂଯୋଜକ ସୌଭାଗ୍ୟରଞ୍ଜନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେର, ବିଶିଷ୍ଟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁଢଳଦେବ ମୁଣ୍ଡ,, ସମ୍ମାନିତ ଅତିଥି ଭାବେ ଚମ୍ପାଦେଇପୁର ସରପଞ୍ଚ ନରେନ୍ଦ୍ର ମାଝୀ, କ୍ଲଷ୍ଟର ସଂଯୋଜକ ଦୁଃଖିଶ୍ୟାମ ବାରିକ, ଗୁଣମଣି ଭୋଇ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ବରିଷ୍ଠ ଶିକ୍ଷକ ପଦ୍ମଲୋଚନ ସୁନା, ଜି. ଶଙ୍କର ଦାସ, ଶୋଭାବନ ଛତର ମଞ୍ଚାସୀନ ଥିଲେ। ଆୟୋଜକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋବର୍ଦ୍ଧନ ମାଝୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ବରିଷ୍ଠ ଶିକ୍ଷକ ସୁବାସ ନାୟକ ସଭା ପରିଚାଳନା କରିଥିଲେ। ସେହିପରି ବିଭିନ୍ନ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ବିଚାରକ ଭାବେ କାର୍ତ୍ତିକ ସେଠୀ, ପ୍ରେମରାଜ ନାୟକ, ତିଳୋତ୍ତମା ଦଳେଇ, ଗଣେଶ ଠେଲା, ରତ୍ନାକର ପାତ୍ର, ମହେନ୍ଦ୍ର ପୋଢ଼, ବିଶିକେଶନ ଦୋରା, ରୁନି ସାହୁ, ଜୟଶ୍ରୀ ସ୍ଵାଇଁ, ହରିଶ୍ଚନ୍ଦ୍ର ପ୍ରଧାନୀ, ହରି ଚଣ୍ଡି, ଚନ୍ଦନ ସାହୁ, ଅଶୋକ ଦାସ, ରତିକାନ୍ତ ସେଠୀ, ନରୋତ୍ତମ ନାଗ, ପୁରନ୍ଦର ନାୟକ, ନିର୍ମଲା କାଟ୍ରାକା, ସମର ବିଶ୍ଵାଳ, ନୀଳାମ୍ବର ବାଗ, କାର୍ତ୍ତିକ ଦାସ, ଧୀରେନ୍ଦ୍ର ପ୍ରଧାନଙ୍କ ସହିତ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ଗାନ୍ଧିଜୀଙ୍କର ସହୀଦ ଦିବସ ପାଳିତ

Sunil Chandra Nayak

ସନାତନ ସ୍ମୃତି ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ଦଇବ ସାହା

Sunil Chandra Nayak

Leave a Comment

error: Content is protected !!