ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଧୁସୂଦନ ପାଠାଗାରରେ ମହର୍ଷି ବାଲ୍ମିକୀ ଓ ରାମାୟଣ ଗାଥା ଆଲୋଚନା ଚକ୍ର 

ମଧୁସୂଦନ ପାଠାଗାରରେ ମହର୍ଷି ବାଲ୍ମିକୀ ଓ ରାମାୟଣ ଗାଥା ଆଲୋଚନା ଚକ୍ର 

ରାଉରକେଲା: ଛେଣ୍ଡ ସ୍ଥିତ ମଧୁସୂଦନ ପାଠାଗାର ଓ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ନିର୍ମଳ ମୁଣ୍ଡା ନଗର ଶାଖାର ମିଳିତ ଆନୁକୂଲ୍ୟରେ ମାସିକ ସାହିତ୍ୟ ଆସରରେ ମହର୍ଷି ବାଲ୍ମିକୀ ଓ ରାମାୟଣ ଗାଥା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ନଗର ଶାଖାର ସଭାପତି ପ୍ରାଧ୍ୟାପକ ଗିରିଜା ଶଙ୍କର ଗୋସ୍ବାମୀଙ୍କ ଅଧ୍ୟକ୍ଷତା ଓ ଧରିତ୍ରୀ ପାଇକରାୟଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆର.ଏସ.ଏସ., ଓଡ଼ିଶା ପଶ୍ଚିମ ସଂଘ ଚାଳକ ତଥା ମ୍ଯୁନିସପାଲ କଲେଜ ପ୍ରାକ୍ତନ ଅଧ୍ୟକ୍ଷ ଡ. ସନାତନ ପ୍ରଧାନ ମୁଖ୍ୟ ଅତିଥି ଓ ବିଷୟ ବିଶେଷଜ୍ଞ ଭାବେ ଶିକ୍ଷାବିତ୍ ଶର୍ମିଷ୍ଠା କବିଶତପଥୀ ଯୋଗଦେଇଥିଲେ। ଶ୍ରୀମତୀ କବିଶତପଥୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ରାମାୟଣ ହେଉଛି ଜ୍ଞାନର ଭଣ୍ଡାର। ବାଲ୍ମିକୀ ଦିବ୍ୟ ଦୃଷ୍ଟି ପାଇବା ପରେ ମହର୍ଷିରେ ପରିଣତ ହେଲେ। ଏହାସହ ନାରଦଙ୍କ ସହ ବାଲ୍ମୀକିଙ୍କ କଥୋପକଥନରେ ମର୍ଯ୍ୟାଦାବନ୍ତ ରାମଚନ୍ଦ୍ର, ରାମାୟଣରେ କର୍ତ୍ତବ୍ୟବୋଧ, ପିତୃଭକ୍ତି, ଭାତୃପ୍ରେମ, ପତି ଭକ୍ତି ଆଦି ସମ୍ପର୍କରେ ତଥା ରାମାୟଣ ଏକ ପ୍ରମାଣିକ ଗ୍ରନ୍ଥ, କୌଣସି ଗ୍ରନ୍ଥ ଏଭଳି ନୈତିକତା ମୂଲ୍ୟବୋଧ ଦେଇନାହିଁ, ଯାହା ରାମାୟଣ ଦେଇଛି। ଧର୍ମକୁ ଯଦି ନ୍ୟାୟିକ ଚଉହଦୀ ଭିତରେ ରଖିପାରିଲେ ଜୀବନ ସୁନ୍ଦର ହେବ। ବଳରାମ ଦାସଙ୍କ ଦାଣ୍ଡି ରାମାୟଣ ଓ ବାଲ୍ମିକୀ ରାମାୟଣ ମଧ୍ୟରେ ଥିବା ସାମ୍ୟ ଓ ବୈଷମ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ଅତିଥି ଡ. ପ୍ରଧାନ ତାଙ୍କ ବକ୍ତବ୍ୟରେ ଭାରତୀୟ ସଂସ୍କୃତି, ସଂସ୍କୃତ ଭାଷା କିପରି ଅମୃତ, ସମାଜକୁ ପରିବର୍ତ୍ତନ କରିବା କିପରି ସାହିତ୍ୟର ଦାୟିତ୍ଵ, ସଂସ୍କୃତି, ଧର୍ମ, ସତ୍ୟ ଓ ବିଜ୍ଞାନ ଶାଶ୍ଵତ ଅନ୍ବେଷାକୁ ପ୍ରେରିତ କରେ କହିଥିଲେ। ପ୍ରାରମ୍ଭରେ ଅଧ୍ୟକ୍ଷତା କରୁଥିବା ଶ୍ରୀଯୁକ୍ତ ଗୋସ୍ୱାମୀ ସଭାପତିତ୍ବ ଅଭିଭାଷଣ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ, ପଣ୍ଡିତ ସୁରେଶ ଚନ୍ଦ୍ର ମହାନ୍ତି ସଂସ୍କୃତରେ ବାଲ୍ମିକୀ ରାମାୟଣ, ଅଧ୍ୟାପକ ଚିନ୍ମୟ ତ୍ରିପାଠୀ ପ୍ରାକ୍ କଥନ ଓ ସ୍ନାତକୋତ୍ତର ଓଡ଼ିଆ ଛାତ୍ରୀ ସୋନାଲୀ ମହାନନ୍ଦ ଭିତ୍ତି ପ୍ରବନ୍ଧ ପାଠ କରିଥିଲେ। ସୁଶ୍ରୀ ମହାନନ୍ଦ ତାଙ୍କ ବକ୍ତବ୍ୟରେ ବାଲ୍ମୀକିଙ୍କ ରାମାୟଣ ଛଅ କାଣ୍ଡ ଯୁକ୍ତ ଏବଂ ତିନୋଟି ସଭ୍ୟତା: ଅଯୋଧ୍ୟା, କିସ୍କିନ୍ଧା ଏବଂ ଲଙ୍କା ଯାହା ବୈଦିକ ଜ୍ଞାନ ଯୁକ୍ତ ଥିଲା ବୋଲି କହିଥିଲେ। ଅଜୟ କୁମାର ମହାନ୍ତି ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଆଜୀବନ ସଦସ୍ୟ ଭାବେ ଗିରିଜା ଶଙ୍କର ଗୋସ୍ବାମୀ ଓ ଅଜୟ କୁମାର ମହାନ୍ତିଙ୍କୁ ନାରିକେଳ ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ତ୍ରିଲୋଚନ ମିଶ୍ର ମନ୍ତ୍ରୋଚ୍ଚାରଣ ସହ ଶାନ୍ତିପାଠ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ନଗର ସମ୍ପାଦକ ଗୌତମ ଦାସ, ଚିନ୍ମୟୀ ପୁରୋହିତ, ରଶ୍ମିତା ନାଥ, ସରୋଜ କୁମାର ସ୍ୱାଇଁ, ସୂର୍ଯ୍ୟ ନାରୟଣ ପଣ୍ଡା, ରମେଶ ଚନ୍ଦ୍ର ସିଂ, ନିରୁପମା ପତି, କରୁଣାକର ପାଟ୍ଟଶାଣୀ ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଉରକେଲାର ବିଭିନ୍ନ ନଗର ଶାଖାର କାର୍ଯ୍ୟକର୍ତ୍ତା ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ଆଭାସ କୁମାର ହୋତା, ଅଜୟ କୁମାର ବେହେରା ତଥା ଅନ୍ୟାନ୍ୟ ସଂଗଠନର ହରିହର ଶତପଥୀ, ରମେଶ ଚନ୍ଦ୍ର ଜେନା, ଆଦିକନ୍ଦ ନାୟକ, ଭଜହରି ବେହେରା, ଗଦାଧର ରଥ, କିଶୋରୀ ମୋହନ କର, ରବୀନ ଦାସ, ଡ. ଶକ୍ତି ପ୍ରସାଦ ସାମନ୍ତରାୟ, ବିଶ୍ବନାଥ ଜେନା, ଲକ୍ଷ୍ମଣନାଥ ଦାସ, ବିଭୂତି ବେହେରା ପ୍ରମୁଖଙ୍କ ସହ ଶତାଧିକ ବ୍ୟକ୍ତି ଯୋଗ ଦେଇଥିଲେ । ଶେଷରେ ମଧୁସୂଦନ ପାଠାଗାରର ସାଧାରଣ ସମ୍ପାଦକ ବିଜୟ କୁମାର ବରାଳ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବହଳଦା ଏକଲବ୍ୟ ବିଦ୍ୟାଳୟ ଛାତ୍ର ରାମଚନ୍ଦ୍ର – ଜାତୀୟ ସ୍ତରରେ ଗୌରବ ଆଣିଲେ

Sunil Chandra Nayak

ବିପର୍ଯ୍ୟୟ ପ୍ରଶମନ ଓ ପ୍ରାଥମିକ ଚିକିତ୍ସା ତାଲିମ ଅନୁଷ୍ଠିତ

Sunil Chandra Nayak

ଓଡିଶାର କୃଷିକୁ ସଶକ୍ତ କରିବା ପାଇଁ ପାଣ୍ଠି ଏବଂ ସହାୟତା ଆବଣ୍ଟନ ଉପରେ ସାଂସଦ ନିରଞ୍ଜନ ବିଶି ଙ୍କ ଅଣ ତାରକା ପ୍ରଶ୍ନ

masiha

Leave a Comment

error: Content is protected !!