ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାବିରୋଡ଼କୁ ନୂତନ ବ୍ଲକ ଗଠନ ଲାଗି ପ୍ରସ୍ତୁତି ବୈଠକ    

ମହାବିରୋଡ଼କୁ ନୂତନ ବ୍ଲକ ଗଠନ ଲାଗି ପ୍ରସ୍ତୁତି ବୈଠକ    

   କାମାକ୍ଷାନଗର(ମନିସ )24/10/25 ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ୨୧ ଗୋଟି ଗ୍ରାମ ପଞ୍ଚାୟତକୁ ନେଇ ଗଠିତ । ଏହି ସବୁ ପଞ୍ଚାୟତ ମାନଙ୍କ ମଧ୍ୟରୁ ମହାବିରୋଡ ହେଉଛି ପେଣ୍ଠସ୍ଥଳୀ । ଗଡ଼ପଳାଶୁଣି ବିଶ ଠାରୁ ଘାଗରାମୁଣ୍ଡା ପର୍ଯ୍ୟନ୍ତ ୧୦ ଗୋଟି ପଞ୍ଚାୟତ ରହିଥିବା ବେଳେ ଏହାର ପାଖ ପଡୋଶୀ ଭାବେ ୩/୪ ଟି ପଞ୍ଚାୟତ ରହିଛି । ବର୍ତ୍ତମାନ ପରଜଙ୍ଗ ବ୍ଲକ ପିତିରି ଛକରୁ ଖମାର କଣ୍ଟିଆପଶି ଦିଗକୁ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵବର୍ତ୍ତୀ ଘାଗରାମୁଣ୍ଡା ପଞ୍ଚାୟତ ଠାରୁ କଙ୍କଡ଼ାହାଡ଼ ବ୍ଲକ କାର୍ଯ୍ୟାଳୟ ୩୦/୪୦ କିଲୋମିର ଦୂରତା ରହିଥିବା ବେଳେ ବିରାଶାଳ ମେଡିକାଲ ପ୍ରାୟ ୫୦/୬୦ କିଲୋମିଟର ଦୂରତା ରହିଛି । ବ୍ଲକ କାର୍ଯ୍ୟାଳୟ ହେଉ କିମ୍ବା ମେଡିକାଲ ହେଉ ଅଞ୍ଚଳର ଲୋକମାନେ ବଣ ଜଙ୍ଗଲ ମଧ୍ୟରେ ବିଭିନ୍ନ ଅସୁବିଧା ଦେଇ ଏତେ ଦୂରତା ଯିବାକୁ ପଡୁଛି । ବ୍ଳକର ମହାବିରୋଡ ମଧ୍ୟଭାଗରେ ରହିଥିବା ବେଳେ ବିଭିନ୍ନ ଦିଗକୁ ଲୋକମାନେ ଯାତାୟତ କରିବା ପାଇଁ ଗମନାଗମନର ସୁବିଧା ରହିଛି । ମହାବିରୋଡ ଦେଇ ପରଜଙ୍ଗ ,ତାଳଚେର ଅନୁଗୋଳ , କାମାକ୍ଷାନଗର ,ଭୁବନ ,ସୁକିଦା , ଯାଜପୁର , କଟକ ,ଭୁବନେଶ୍ୱର , ଖମାର, ପାଲଲହଡ଼ା , ରାଉରକେଲା ,କେଉଁଝର ପ୍ରଭୃତି ଦିଗକୁ ସମସ୍ତ ପ୍ରକାର ଯାନବାହାନ ଚଳାଚଳ କରୁଛି । ଏତଦ୍ ବ୍ୟତୀତ ମହାବିରୋଡରେ ସ୍କୁଲ , କଲେଜ , ଥାନା , ଉପସ୍ୱାସ୍ଥ୍ୟ କେନ୍ଦ୍ର , ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟ ,ସମେତ ଅନ୍ୟ ସରକାରୀ ବେସରକାରୀ କାର୍ଯ୍ୟାଳୟ ରହିଛି । ଭୌଗଳିକ ଦୃଷ୍ଟିରୁ ମହାବିରୋଡକୁ ସ୍ଵତନ୍ତ୍ର ଭାବେ ନୂତନ ବ୍ଲକ ଗଠନ କରିବା ପାଇଁ ଅଞ୍ଚଳବାସୀଙ୍କ ମନରେ ଦାବି ଜୋର ଧରିବା ଆରମ୍ଭ କରିଦେଇଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ମହାବିରୋଡ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅଞ୍ଚଳର ଜଣାଶୁଣା ଯୁବ ସମାଜ ସେବୀ କୃଷ୍ଣ ଚନ୍ଦ୍ର ସାହୁଙ୍କ ଆହ୍ଵାନ କ୍ରମେ ନିଃସ୍ୱାର୍ଥପର ଭାବେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଞ୍ଚଳର ବରିଷ୍ଠ ସମାଜସେବୀ ଧନେଶ୍ଵର ସାହୁଙ୍କ ସଭାପତିତ୍ବ ଓ ଟିକମ ହାତୀଙ୍କ ସମର୍ଥନରେ ନୂତନ ବ୍ଲକ ଗଠନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାବିରୋଡକୁ ନୂତନ ବ୍ଲକ ମାନ୍ୟତା ପ୍ରଦାନ କରିବା ପାଇଁ ଅଞ୍ଚଳବାସୀ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।ନୂତନ ବ୍ଲକ ଗଠନ ଲାଗି ବୈଠକରେ ସର୍ବସମ୍ମତି କ୍ରମେ ପ୍ରତ୍ୟେକ ପଞ୍ଚାୟତ ସ୍ତରରୁ ୩୦ ରୁ ଉର୍ଦ୍ଧ୍ବ ସଦସ୍ୟ ମାନଙ୍କୁ ମନୋନୀତ କରାଯାଇ କମିଟି ଗଠନ କରାଯାଇଛି । ନୂତନ ବ୍ଲକ ଗଠନ ହେବା ପର୍ଯ୍ୟନ୍ତ କମିଟି ମାଧ୍ୟମରେ ପ୍ରତ୍ୟେକ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି ନିଆଯାଇଛି । ନୂତନ ବ୍ଲକ ଗଠନ ନିତ୍ୟାନ୍ତ ଆବଶ୍ୟକ ବୋଲି କୃଷ୍ଣ ଚନ୍ଦ୍ର ସାହୁ ,ଧନେଶ୍ଵର ସାହୁ , ଜିଲ୍ଲା ପରିଷଦ ସଦସ୍ୟ ନବ କିଶୋର ସାହୁ ,ଟିକମ ହାତୀ , ଦିବ୍ୟସିଂହ ଦେହୁରୀ , ବିରଞ୍ଚି ନାରାୟଣ ସାହୁ ,ଦୟାନିଧି ସାହୁ , ଭୀମସେନ ସାହୁ ,ଚନ୍ଦ୍ରମଣି ସାହୁ ,କରୁଣାକର ସାହୁ ,ଜଗନ୍ନାଥ ଗଡ଼ନାୟକ ,ମହେଶ୍ୱର ସାହୁ , ଅଶୋକ କୁମାର ସାହୁଙ୍କ ସମେତ ଅନ୍ୟ ବରିଷ୍ଠ ବ୍ୟକ୍ତି ମାନଙ୍କ ସୁଚିନ୍ତିତ ମତାମତ ସାବ୍ୟସ୍ତ କରି ବକ୍ତବ୍ୟ ରଖିଥିଲେ । ଆଗାମୀ ଦିନରେ ଅଞ୍ଚଳବାସୀଙ୍କୁ ନେଇ ନୂତନ ବ୍ଲକ ଗଠନ ନେଇ ବୈଠକ ଅନୁଷ୍ଠିତ ହେବ ବୋଲି ଉକ୍ତ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ହିନ୍ଦୋଳ ପଡ଼ାଗ୍ରାମରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଦାଦନ ଶ୍ରମିକ ଙ୍କ ମୃତ୍ୟୁ

masiha

ବିଭିନ୍ନ ବିଭାଗର ମିଳିତ ଉଦ୍ୟମ ଓ ସହଯୋଗ ହିଁ ବାଲ୍ୟ ବିବାହ ରୋକିବା ପାଇଁ ସହାୟକ ହେବ : ଅତିରିକ୍ତ ଜିଲ୍ଲାପାଳ 

Sunil Chandra Nayak

Leave a Comment

error: Content is protected !!