ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୈନିକ ସମ୍ବାଦପତ୍ର ସତ୍ୟପତ୍ର ଉନ୍ମୋଚନ ପର୍ବ ଓ ସମ୍ବର୍ଦ୍ଧନା ସଭା 

ଦୈନିକ ସମ୍ବାଦପତ୍ର ସତ୍ୟପତ୍ର ଉନ୍ମୋଚନ ପର୍ବ ଓ ସମ୍ବର୍ଦ୍ଧନା ସଭା 

କଟକ : ଶ୍ରୀ ରାଧାମୋହନ ଜୀୟୁ ମନ୍ଦିର ମହାନଦୀ ବିହାର ପୋତାପୋଖରୀ ଠାରେ କଟକ ଜିଲ୍ଲା ଯାଦବ ମହାସଭା ପକ୍ଷରୁ ନିରପେକ୍ଷ ଦୈନିକ ସମ୍ବାଦପତ୍ର ସତ୍ୟପତ୍ର ପତ୍ରିକାର ଶୁଭ ଉନ୍ମୋଚନ ଉତ୍ସବ କଟକ ଜିଲ୍ଲା ଯାଦବ ମହାସଭାର ସାଧାରଣ ସମ୍ପାଦକ ତୀର୍ଥବାସୀ ବେହେରାଙ୍କ ସଭାପତିତ୍ୱ ରେ ଅନୁଷ୍ଟିତ ହୋଇଯାଇଛି । ସଭାରେ ସତ୍ୟପତ୍ର ପତ୍ରିକାର ସମ୍ପାଦକ ସତ୍ୟରଞ୍ଜନ ଦାସ,କଟକ ସଦର ବିକାଶ ମଞ୍ଚର ସଭାପତି ତଥା ଉତ୍କଳ ଯାଦବ ମହାସଭାର ସମ୍ପାଦକ ସୁବୋଧ ବେହେରା,ବାସ୍ତୁ ଶାସ୍ତ୍ର ଜ୍ୟୋତିଷ୍କ ପଣ୍ଡିତ ସତ୍ୟବ୍ରତ ତ୍ରିପାଠୀ,କଟକ ଜିଲ୍ଲା ଯାଦବ ମହାସଭାର କାର୍ଯ୍ୟକାରୀ ସଭାପତି ତରୁଣ ବେହେରା,ଜିଲ୍ଲା ଯାଦବ ମୁରବୀ ଅଶୋକ ପରିଡା ଓ ୪୨ ମୌଜା ଯାଦବ ମହାସଭା ସମ୍ପାଦକ ପ୍ରସନ୍ନ ବେହେରା ଉପସ୍ଥିତ ଥିଲେ । ସତ୍ୟପତ୍ର ପତ୍ରିକାର ସମ୍ପାଦକ ସତ୍ୟରଞ୍ଜନ ଦାସ ନିରପେକ୍ଷ ଦୈନିକ ପତ୍ରିକା ସତ୍ୟପତ୍ର ପତ୍ରିକା ବାବଦରେ ନିଜର ବକ୍ତବ୍ୟ ରଖିଥିଲେ ଏବଂ ୪୨ ମୌଜା ଯାଦବ ମହାସଭାର ସଭାପତି ତଥା ଉତ୍କଳ ଯାଦବ ମହାସଭାର କାର୍ଯ୍ୟାଳୟ ସମ୍ପାଦକ ବରିଷ୍ଠ ସାମ୍ୱାଦିକ ସମାଜସେବୀ ବୁଲେଇ ବେହେରାଙ୍କୁ ସତ୍ୟପତ୍ରର ସାମ୍ବାଦିକ ଭାବେ ଘୋଷଣା କରାଯାଇଥିଲା । ସୂଚନାଯୋଗ୍ୟ ଶ୍ରୀଯୁକ୍ତ ବେହେରା ଜୀ ଦୀର୍ଘ ବର୍ଷ ହେବ ତାଙ୍କ ଜୀବନ କାଳ ମଧ୍ୟରେ ବହୁ ଉପାଦେୟ ଚାରା ଲଗାଇ ସେଗୁଡିକର ଯତ୍ନ ନେଇ ଆସୁଛନ୍ତି । ସେଥିପାଇଁ ତାଙ୍କୁ ସାଧୁବାଦ ଜଣାଇବା ସହ ତାଙ୍କୁ “ଗଛ ମଣିଷ” ଉପାଧି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପର୍ଶୁରାମ ବେହେରା,ସୁଦାନ ବେହେରା,ଆଶିଷ ବେହେରା,ରାକେଶ ବେହେରା ଓ ମନୋଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରସନ୍ନ କୁମାର ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ। 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

 

Related posts

ଆଦିବାସୀ ସମ୍ମିଳନୀ ଯୋଗଦେଲେ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି

masiha

ଶାନ୍ତି ଶକ୍ତି ଭବନରେ ବିଶ୍ଵ ପର୍ଯ୍ୟାବରଣ ଦିବସ ପାଳିତ 

ଆଇଆଇସିଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇଲା ସ୍ବଚ୍ଛାସେବୀ ଅନୁଷ୍ଠାନ

masiha

Leave a Comment

error: Content is protected !!