ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରେଷ୍ଠ ଓଡ଼ିଆଣୀ ଅଡିସନର ପ୍ରଥମ ଦିବସ

ଶ୍ରେଷ୍ଠ ଓଡ଼ିଆଣୀ ଅଡିସନର ପ୍ରଥମ ଦିବସ

ରାଉରକେଲା: ଗରିମା ପରିବାରର ଶ୍ରେଷ୍ଠ ଓଡ଼ିଆଣୀ ସିଜିନ ୩ ର ଅଡିସନର ପ୍ରଥମ ଦିବସ ସ୍ଥାନୀୟ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି। ଗରିମା ର ଅଧ୍ୟକ୍ଷା ନିହାରିକା ବସ୍ତିଆ ଓ ସମ୍ପାଦିକା ଡ ସରିତା ମଲ୍ଲଙ୍କ ଆବାହକତ୍ୱରେ ଆୟୋଜିତ ଏହି ଅଡିସନ କାର୍ଯ୍ୟକ୍ରମରେ ସମାଜସେବୀ ସନ୍ତୋଷ ଅଗ୍ରୱାଲ, ବିଶ୍ବରଂଜନ ବେହୁରିଆ, ଅନୁଷ୍ଠାନର ଅଧ୍ୟକ୍ଷ ସୁନିଲ କାୟଲ, ଉପଦେଷ୍ଟା ରଶ୍ମିତ ସାହାଣୀ ଅତିଥି ଭାବେ ଯୋଗଦେଇଥିଲେ । ଅଡିସନର ୪ ରାଉଣ୍ଡ ଭାବ ବିନିମୟ, ଯୋଗ୍ୟତା, ତୁଳସୀ ପୂଜା ଓ ବିଚାରକ ମଣ୍ଡଳୀଙ୍କ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ୬୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସେହିପରି ବିଚାରକ ଭାବେ ରାଜକୁମାରୀ ଦେବୀ, ରଶ୍ମି ସାହୁ,ଜ୍ୟୋତିଶ୍ରୀ ମହାପାତ୍ର, ସଞ୍ଜୁକ୍ତା ମହନ୍ତ ପ୍ରମୁଖ ଯୋଗଦେଇ ପ୍ରତିଯୋଗିତାର ମୂଲ୍ୟାୟନ କରିଥିଲେ। ସେହିପରି ଆସନ୍ତାକାଲି ମଞ୍ଜିରେ କଳାକୃତି, ଓଡ଼ିଆ ଖାଦ୍ୟରେ ଲୁଣି ଓ ମିଠା ଖାଦ୍ୟ ପ୍ରସ୍ତୁତି କୁ ବିଚାରକ ମଣ୍ଡଳୀଙ୍କ ମାର୍କକୁ ନେଇ ଆସନ୍ତା ନଭେମ୍ବର ମାସ ୮ ତାରିଖରେ ଗ୍ରାଣ୍ଡ ଫିନାଲେ ର ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ମୋନାଲିସା ସାହୁ ଓ ମୈ।ସୁମୀ ଆଚାର୍ଯ୍ୟ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପରିଚାଳନା ରେ ମୁଖ୍ୟ ପୃଷ୍ଠପୋଷକ ଶଙ୍କର ଜେନା,ସୁମିତା ପଟ୍ଟନାୟକ, ପ୍ରଣତୀ ଜେନା, ରେବତୀ ବାରିକ, ଶୁଭଲକ୍ଷ୍ମୀ ପାତ୍ର, ମୀନାକ୍ଷୀ ପାଢ଼ୀ,ଲୁସି ଦାଶ,ମଞ୍ଜୁ ମେହେର,ଡ ସରିତା ମଲ୍ଲ, ସବିତା ମହାପାତ୍ର, ଦେବସ୍ମିତା ଶତପଥୀ, ଗାୟତ୍ରୀ ମହାନ୍ତି, ଲୀନା ତ୍ରିପାଠୀ, ରଶ୍ମିତା ଚୈ।ଧୁରୀ , ଶର୍ମିଲା ତ୍ରିପାଠୀ, ସସ୍ମିତା ମିଶ୍ର, ରଶ୍ମି ନାୟକ, ଶଙ୍ଖରିନା ପ୍ରଧାନ, ଅଞ୍ଜୁ ପାଣ୍ଡେ,ବ୍ରତତୀ ପ୍ରଧାନ, ରଞ୍ଜିତା ଶତପଥୀ, ମମତା ଦାସ, ସନ୍ତୋଷୀ, ତପସ୍ଵିନୀ ପାତ୍ର, ସୁନିତା ଶ୍ରୀନିବାସନ, ବିଷ୍ଣୁପ୍ରିୟା ଦାଶ, ରଞ୍ଜିତା ନାୟ, ରିମୀ ଚକ୍ରବର୍ତ୍ତୀ,ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପରଲୋକରେ ବିଶିଷ୍ଟ ଶିକ୍ଷାବିତ୍ /ଧର୍ମପରାୟଣ ବ୍ୟକ୍ତି ତଥା ଆଳତୁମା ଗ୍ରାମସଭାର ଉପଦେଷ୍ଟା ମଦନମୋହନ ମହାନ୍ତି

Sunil Chandra Nayak

ନୂଆଗୁଡା ଗ୍ରାମ୍ୟ ଜଳଯୋଗାଣ କେନ୍ଦ୍ର ଗେଟ ଖରାପ ଥିବା ଯୋଗୁଁ ଗ୍ରାମବାସୀ ଚାରି ଦିନ ପରେ ପାଇଲେ ଶୁଦ୍ଧ ପାନୀୟ ଜଳ 

ବରିଷ୍ଠ ନାଗରିକଙ୍କ ତିରୁପତି – ଭେଲୋର ଅଭିମୁଖେ ଯାତ୍ରା ଆରମ୍ଭ

masiha

Leave a Comment

error: Content is protected !!