ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ଲା ବ୍ଲକ୍ ଅଧୀନ ବିଭିନ୍ନ ପଞ୍ଚାୟତକୁ ଟେଙ୍କର୍ ସାହାଯ୍ୟରେ ପାନୀୟ ଜଳଯୋଗାଣ

ରୁପ୍ରା, (ମନିସ) : ଗତ ବର୍ଷ ନିଅଣ୍ଟିଆ ବୃଷ୍ଟିପାତ ଯୋଗୁଁ ନର୍ଲା ବ୍ଳକ ଅଧିନ ବିଭିନ୍ନ ଗ୍ରାମରେ ଜଳ ସଙ୍କଟ ଦେଖାଦେଇ ଥିବା ବେଳେ ନଈ, ନାଳ, କୂଅ ପୋଖରୀ ସବୁ ଶୁଖି ଯାଇଥିବା ଯୋଗୁଁ ଓ ଅନେକ ଗ୍ରାମର ବସୁଧା ଯୋଜନା କାର୍ଯ୍ଯକ୍ଷମ ହୋଇନଥିବାରୁ ପାନୀୟ ଜଳ ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନଳକୂପ ମାନଙ୍କରୁ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ପାଣି ମିଲୁନଥିବାରୁ ଲୋକ ମାନଙ୍କ ସମସ୍ୟା କହିଲେ ନ ସରେ। ଏଣୁ ନର୍ଲା ବ୍ଲକ୍ ଅଧିନ ଆର୍. ଡବ୍ଲ୍ୟୁ. ଏସ୍. ଏସ୍ ବିଭାଗ ତରଫରୁ କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ସୂନାନୀଙ୍କ ନେତୃତ୍ଵରେ ଶାନ୍ତପୁର, ଘୋଡାବନ୍ଧ ଓ ଗିଗିନା ଗ୍ରାମ ପଞ୍ଚାୟତ ଅଧିନ ଗୋହିରାପଦର, ଯୋଡାବନ୍ଧ ଓ ଶ୍ରୀପୁର (ନାଏକପଡ଼ା) ଗ୍ରାମକୁ ଟ୍ରାକ୍ଟର୍ ଟେଙ୍କର୍ ସାହାଯ୍ୟରେ ପାନୀୟ ଜଳଯୋଗାଣ ହେଉଥିବା ଦେଖିବାକୁ ମିଳିଛି।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ ।

Related posts

ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ଜାତୀୟ ଟିକାଦାନ ଦିବସ ପାଳିତ

Sunil Chandra Nayak

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା ଦେବଗଣ ଯେ କରନ୍ତି ସ୍ତୁତି ବିଘ୍ନନାଶନ ହେ ଗଣପତି 

Sunil Chandra Nayak

ଆଜି ପବିତ୍ର ମହାଳୟା: ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ

Sunil Chandra Nayak

Leave a Comment

error: Content is protected !!