ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସଂଗ୍ରାମ ପାତ୍ରଙ୍କ ନେତୃତ୍ଵରେ ବିଜେପି ମିଶ୍ରଣ ପର୍ବ। ବଢୁଛି ସଂଗ୍ରାମଙ୍କ କ୍ରେଜ୍ — ଯୁବମାନେ ଆକୃଷ୍ଟ ହେଉଛନ୍ତି ବିଜେପି ପ୍ରତି

ସଂଗ୍ରାମ ପାତ୍ରଙ୍କ ନେତୃତ୍ଵରେ ବିଜେପି ମିଶ୍ରଣ ପର୍ବ

ବଢୁଛି ସଂଗ୍ରାମଙ୍କ କ୍ରେଜ୍ — ଯୁବମାନେ ଆକୃଷ୍ଟ ହେଉଛନ୍ତି ବିଜେପି ପ୍ରତି

ଯାଜପୁର, ୨୬/୧୦ (ମସିହା ନ୍ୟୁଜ): ପ୍ରଦୀପ କୁମାର ମଲ୍ଲିକ : ଯାଜପୁର ନଗର ମା ମଣ୍ଡପ ପ୍ରାଙ୍ଗଣରେ ରବିବାର ଦିନ ଯୁବ ଉତ୍ସାହରେ ଝଂକାରି ଉଠିଲା। ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ଉପସଭାପତି ସଂଗ୍ରାମ ପାତ୍ରଙ୍କ ନେତୃତ୍ଵରେ ଆୟୋଜିତ ବିଜେପି ମିଶ୍ରଣ ପର୍ବରେ ଯୁବ ଆକର୍ଷଣ ଦେଖାଗଲା। ଯାଜପୁର ନଗର ୬ ନମ୍ବର ୱାର୍ଡର ଯୁବ ନେତା ଅବିନାଶ ନାୟକଙ୍କ ଅଭିଯାନରେ ଶତାଧିକ ଯୁବକ ଏବଂ ଛାତ୍ର ବିଜେଡି ଓ କଂଗ୍ରେସ ଦଳ ଛାଡ଼ି ବିଜେପିରେ ଯୋଗଦାନ କଲେ। ଏହି ଅବସରରେ ନୂଆ ଭୋଟର ତାଲିକାରେ ଯୋଗ ହୋଇଥିବା ଅନେକ ଯୁବ ଛାତ୍ର ମଧ୍ୟ ବିଜେପି ପତାକା ତଳେ ଆସିଲେ। ଏହି ମିଶ୍ରଣ ସମାରୋହ ଅବସରରେ ଯାଜପୁର ନଗର ଏବଂ ପାଖପାଖି ପଞ୍ଚାୟତ ଅଞ୍ଚଳର ଯୁବମାନେ ବିଶାଳ ସଂଖ୍ୟାରେ ଉପସ୍ଥିତ ହୋଇ “ସଂଗ୍ରାମ ଭାଇ ଜିନ୍ଦାବାଦ” ରେ ହୁଁକାର ଦେଲେ। ସଂଗ୍ରାମ ପାତ୍ର ତାଙ୍କ ଉତ୍ସାହଭରା ଉଦ୍ବୋଧନରେ କହିଥିଲେ, ଯୁବ ଶକ୍ତି ହିଁ ନୂଆ ଯାଜପୁର ଗଢ଼ିବ । ଯୁବମାନେ ସଚେତନ ହୋଇ ସତ୍ୟ, ସେବା ଓ ସଂଘର୍ଷର ମାର୍ଗ ନେଲେ ଯାଜପୁରକୁ ଅଗ୍ରସର ଜିଲ୍ଲାର ଶିରୋପା ମିଳିବ। ଏହି ଯୋଗଦାନ ଯାଜପୁର ନିର୍ବାଚନମଣ୍ଡଳୀରେ ବିଜେପିକୁ ନୂଆ ଉର୍ଜା ଦେଇଛି ବୋଲି ସ୍ଥାନୀୟ ରାଜନୈତିକ ମହଲ ମନେ କରୁଛନ୍ତି। ଯୁବମାନଙ୍କ ମଧ୍ୟରେ ସଂଗ୍ରାମ ପାତ୍ରଙ୍କ ରାଜନୈତିକ କ୍ରେଜ୍ ଦିନକୁଦିନ ବଢ଼ୁଥିବା ଦେଖି ରାଜନୈତିକ ହଲଚାଲ ଜୋରଦାର ହୋଇଯାଇଛି।

Related posts

ଲାଞ୍ଜିଗଡ ବ୍ଲକ ବିଜୁ ଜନତା ଦଳ ର ପ୍ରସ୍ତୁତି ବୈଠକ

Sunil Chandra Nayak

ନୂଆପଡ଼ା ବିଜେଡି ଜିଲ୍ଲା ଯୁବ ସଭାପତି ରୂପେ ମନୋଜ ଦୀପ ଏବଂ ନୂଆପଡ଼ା ବିଜେଡି ଜିଲ୍ଲା ଛାତ୍ର ସଭାପତି ସୁବେର ସିଂ ଦେଓ ମନୋନୀତ 

ଅନ୍ୟ ଦଳ ଛାଡି ବିଜେଡିରେ ମିଶିଲେ

masiha

Leave a Comment

error: Content is protected !!