ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୋଡ଼ା ଫ୍ଲାଇଓଭରରେ ପୁଣି ଦୁର୍ଘଟଣା — ଚାରି ଗୁରୁତର

ଯୋଡ଼ା ଫ୍ଲାଇଓଭରରେ ପୁଣି ଦୁର୍ଘଟଣା — ଚାରି ଗୁରୁତର

ଯୋଡ଼ା, ୨୫ ଅକ୍ଟୋବର: କେନ୍ଦୁଝର ଜିଲ୍ଲାର ଯୋଡ଼ା ରେ ଥିବା ଦୀର୍ଘତମ ଫ୍ଲାଇଓଭରରେ ଶନିବାର ରାତି ଏକ ଅଟୋ ଦୁର୍ଘଟଣା ଘଟି ଚାରି ଜଣ ଗୁରୁତର ଆହତ ହୋଇଛନ୍ତି। ଅନ୍ଧାର ଯୋଗୁଁ ଦୃଶ୍ୟମାନତା ହ୍ରାସ ପାଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା କୁ ସ୍ଥାନୀୟମାନେ କହିଛନ୍ତି।

ସୂଚନା ଅନୁଯାୟୀ, ଅଟୋଟି ଡି.ଏ.ଭି. ସ୍କୁଲ ଦିଗରୁ କମାରଯୋଡ଼ା ଅଭିମୁଖେ ଯାଉଥିବା ବେଳେ ରାସ୍ତା କାମ ପାଇଁ ଥିବା ଅସ୍ଥାୟୀ ଡିଭାଇଡର ରେ ଧକ୍କା ଲାଗିଥିଲା। ଖବର ପାଇ ଯୋଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଟାଟା ମେଡିକାଲକୁ ପଠାଇଛନ୍ତି।

ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରିଛନ୍ତି ଯେ ଫ୍ଲାଇଓଭରରେ ବହୁ ଦିନ ଧରି ଲାଇଟ ଚାଲୁ ନଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି। ସେମାନେ ଚେତାବନୀ ଦେଇଛନ୍ତି ଯେ ଯଦି ଶୀଘ୍ର ମରାମତି କାମ ହେବାକୁ ନାହିଁ, ତେବେ ଆଗାମୀ ଦିନରେ ଆହୁରି ମାରାତ୍ମକ ଦୁର୍ଘଟଣା ଘଟିପାରେ। 

ଯୋଡ଼ା ରୁ ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼ରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ 

Sunil Chandra Nayak

୪୨ ମୌଜା ସାଂସ୍କୃତିକ ମହୋତ୍ସବ ଓ ସୁପର ମୀନା ବଜାର

masiha

ତାଇୱାନର ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ କରିବେ ଓମ ପ୍ରକାଶ

Leave a Comment

error: Content is protected !!