ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭକ୍ତ ଗଣଙ୍କ ସେବାରେ ସମର୍ପିତ ଶ୍ରୀ ମନ୍ଦିର ସ୍ଵତନ୍ତ୍ର ସୁରକ୍ଷା ବାହିନୀ 

ଭକ୍ତ ଗଣଙ୍କ ସେବାରେ ସମର୍ପିତ ଶ୍ରୀ ମନ୍ଦିର ସ୍ଵତନ୍ତ୍ର ସୁରକ୍ଷା ବାହିନୀ 

କଟକ : ଶ୍ରୀ ମନ୍ଦିରର ଜଗୁଆଳି ସାଜିଥିବା,ସବୁ ଭକ୍ତ ମାନଙ୍କର ଆସ୍ଥା ଓ ବିଶ୍ୱାସ ଜନ୍ମେଇଥିବା “ଶ୍ରୀମନ୍ଦିର ସ୍ଵତନ୍ତ୍ର ସୁରକ୍ଷା ବାହିନୀ” । ମନ୍ଦିରକୁ ଜଗିବା ସହିତ ମନ୍ଦିର ସମ୍ମୁଖରେ ଏହାର (କଣ୍ଟ୍ରୋଲ ରୁମ୍) ଏଠାରେ ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ କରାଯାଇଥାଏ । ସୂଚନାଯୋଗ୍ୟ ଜଣେ ମହିଳାଙ୍କର ବାଇଶ ହଜାର ଟଙ୍କା ସହିତ ମୋବାଇଲ ଓ ବିଭିନ୍ନ ପ୍ରକାର ଦାମିକିଆ ସାମଗ୍ରୀ କୋଉଠି ଅସାବଧାନତା ବସତ ହଜାଇ ଥିବାବେଳେ ତାହା “ଶ୍ରୀମନ୍ଦିର ସ୍ଵତନ୍ତ୍ର ସୁରକ୍ଷା ବାହିନୀ”ଙ୍କ ଟିମ୍ ଯଥା ନାରାୟଣ ରାଉତ (ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ) ଅଧ୍ୟକ୍ଷତାରେ ତାଙ୍କୁ ଫେରସ୍ତ ବା ହସ୍ତଗତ କରାଯାଇଛି । ଏହି ସମୟରେ ଜି.ହେମ୍ବ୍ରମ (ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ),ରସାନନ୍ଦ ଦେଉରି(ଏଏସ ଆଇ),ବାଦଲ ବେହେରା(ହାବିଲଦାର), ଡି ନାୟକ (ହାବିଲଦାର),ଏକେ ପଳାଇ,ବି କେ ପ୍ରଧାନ (ସିପାହୀ) ପ୍ରମୁଖ ଉପସ୍ଥିତ ଥିଲେ । ସବୁ ସମୟରେ ଏହିପରି ମହତ୍ ଜନ ହିତକର କାର୍ଯ୍ୟଦେଖି ବିଭିନ୍ନ ମହଲରେ ପ୍ରଶଂସାର ସୁଅ ଛୁଟିଛି । ଏହାକୁ ଦେଖି ତାପସ ରଂଜନ ଦାସ(କମାଣ୍ଡାଣ୍ଟ),ଡେପୁଟି କମାଣ୍ଡାଣ୍ଟ କୌସୁକି ନାଏକ,ଦୀପକ କୁମାର ଗଡ଼ନାୟକ ଏବଂ ପୁରୀ ଏସପି ଦିୟିତ୍ୱରେ ଥିବା ପ୍ରତୀକ ସିଂ ଏହାକୁ ଉଚ୍ଚ ପ୍ରଶଂସା କରିବା ସହିତ ଧନ୍ୟବାଦ୍ ଅର୍ପଣ କରିଛନ୍ତି । ଏହିପରି ଭକ୍ତ ମାନଙ୍କର ଆସ୍ଥା ଓ ବିଶ୍ୱାସ ଜନ୍ମେଇ ଥିବାରୁ (ଡି.ଜି) ଯୋଗେଶ ବାହାଦୂର ଖୁରାନିଆ ଉଚ୍ଚ ପ୍ରଶଂସା କରିବା ସହିତ ଏହିପରି ଭାବରେ ପ୍ରଶଂସନୀୟ କାର୍ଯ୍ୟ ଆଗକୁ କରିବା ନେଇ ଉତ୍ସାହ ପ୍ରଦାନ କରିଛନ୍ତି । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଆରୋଗ୍ୟ ମନ୍ଦିର ପରିଦର୍ଶନ କରି ବିନା ଛୁଟି ଦରଖାସ୍ତରେ ଅନୁପସ୍ଥିତ ଥିବା କର୍ମଚାରୀଙ୍କୁ କୈଫିୟତ ମାଗିବାନିମନ୍ତେ ଉପରିସ୍ଥ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ବିଧାୟକ 

Sunil Chandra Nayak

ରାଇରଙ୍ଗପୁର ପୌରପାଳିକା ପରିସରରେ “ବିକାଶ ବାହନ” ଯାତ୍ରାର ଶୁଭାରମ୍ଭ

masiha

ବେସାହାରା ବୃଦ୍ଧା ଙ୍କୁ ଆଶ୍ରୟ ଦେଲେ ଦାସୀଗାଁ ରାଜସ୍ବ ନିରୀକ୍ଷକ

Sunil Chandra Nayak

Leave a Comment

error: Content is protected !!